କଣ ସବୁଦିନ ପାଇଁ ଏକାଠି ହୋଇଯିବେ Tapaswini ଓ Sumit ? 7 ଦିନ ଏକାଠି ରହିବା ପରେ ଦେଖନ୍ତୁ SDJM Court କଣ ନେଲା ନିସ୍ପତି

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ ।

ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ । ଏହା ପରେ ଏସଡ଼ିଜେଏମ କୋର୍ଟ ଉଭୟ ପତି ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ରାୟ ପରେ ଆସିକା ଥାନା ପୋଲିସ ତପସ୍ୱିନୀ ଓ ସୁମିତଙ୍କୁ ନେଇ ଆସିକା ଚିନି କଳ ଅତିଥି ଭବନରେ ରଖିଛନ୍ତି ।

ଏହାପରେ ସେମାନଙ୍କୁ ଆସିକା ଅଞ୍ଚଳରେ ଏକ ଭଡ଼ା ଘରେ ରଖାଯିବ । ଆଗାମୀ ୭ ଦିନ ଯାଏଁ ସବୁ ଘଟଣାର ତଦାରଖ କରିବ ଆସିକା ଥାନା ପୋଲିସ । ଉଭୟଙ୍କ ରହିବା, ଖାଇବା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସ୍ୱାମୀ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି । ଏକାଠି ୭ ଦିନ ରହଣି ସମୟରେ କୌଣସି ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ ନାହିଁ କିମ୍ବା ଫୋନ୍ ଯୋଗେ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୋଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ । ତେବେ ଆଜି ହେଉଛି ସେହି ସାତ ଦିନର ଶେଷ ଦିନ । ତେବେ ଆଜି ଜଣା ପଡିବ କି ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି କିମ୍ବା ନାହିଁ । ତେବେ ସୂଚନାଯୋଗ୍ୟ ଯେ ସୁମିତ ଓ ତପସ୍ୱିନୀ ଏକାଠି ରହିବା ପରେ ସେମାନଙ୍କ ଭିତରେ ସୁସମ୍ପର୍କ ବଢ଼ୁଥିବା ଦେଖିବାକୁ ମିଳିଛି ।

ପ୍ରଥମେ ଦିନେ ଦୁଇ ଦିନ କିଛିଟା ଦୂରତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେମାନେ ଏକାଠି ବୁଲିବା ସହ ପୁଲିସ ସହ ମିଶି ଘର ଖୋଜିଛନ୍ତି । ମଙ୍ଗଳବାର ପୁଲିସ ସହ ସ୍ୱାମୀ-ସ୍ତ୍ରୀ ଦୁହେଁ ଆସିକା ସହରରେ ବୁଲି ବୁଲି ଭଡ଼ା ଘର ଖୋଜିଥିଲେ । ପୂର୍ବରୁ ପୁଲିସ କିଛି ଘର ଦେଖି ରଖିଥିଲା । ସେହି ସବୁ ଘର ଦେଖିବା ପରେ କେଉଁଠି ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଘର ଦେଖିବା ସମୟରେ ସେମାନେ କିଛି ଜାଗାରେ କିଛି ସାମଗ୍ରୀ କିଣାକିଣି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଦେଖିବାର ଅଛି କି ଦୁହେଁ ଏକାଠି ରହିବେ କିମ୍ବା ନାହିଁ । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *