ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ରାଜରାସ୍ତାରେ ବିଜେପିର ହଲ୍ଲାବୋଲ । ମମିତା ମେହେର ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଆଜି ବିଶାଳ ସମାବେଶ କରିଛି । ବିଧାନସଭା ଘେରାଉ ପାଇଁ ଶହ ଶହ ବିଜେପି କର୍ମୀ ଆଜି ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବି କରି ବିଧାନସଭା ଅଭିମୁଖେ ବାହାରିଛି ବିଜେପି ଯୁବ ମୋର୍ଚ୍ଚାର ରାଲି । ଏହି ସମୟରେ ପୋଲିସ୍ ସହ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛି । ଏହି ସମୟରେ ପୋଲିସ୍ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ ହୋଇଥିଲା । ତେବେ ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି । ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ପୋଲିସ ବସ୍କୁ ଉତ୍ତ୍ୟକ୍ତ ବିଜେପି କର୍ମୀ ଭଂଗାରୁଜା କରିଥିଲେ ।
ପୋଲିସ ଗାଡ଼ି ଭାଙ୍ଗିବା ସହ ପୋଲିସ ଉପରକୁ ଢେଲା ପଥର ଆଦି ଫିଙ୍ଗା ହୋଇଥିଲା । ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ଲାଠି ଚାଲିଥିଲା । ବିଜେପି ମମିତା ମେହେର ମାମଲାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି । ତେବେ ଏହି ସମୟରେ ସାଧାରଣ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଦୁଇଜଣ ଯୁବତୀ ସଙ୍ଗୀତ ମହାବିଦ୍ୟାଳୟ କୁ ଯାଉଥିଲେ କିନ୍ତୁ ସେଠାରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲା ଏବଂ ଏପଟ ରାସ୍ତା ରେ ଛଡା ହେଉ ନାହିଁ ବୁଲିକି ଯିବା ପାଇଁ କହିଥିଲା । ତେବେ ଦୁଇ ଜଣ ଯୁବତୀ ଙ୍କ କହିବା ଅନୁଯାୟୀ ସେମାନେ ନୂଆ କରି ଆଡ଼ମିଶନ ନେଇଛନ୍ତି ଏବଂ ତାଙ୍କ ପାଖରେ ଅଟୋ କୁ ଭଡା ଦେବା ପାଇଁ ମଧ୍ୟ ପଇସା ନାହିଁ । ତେବେ ଏଠାରୁ ଦୁଇ ମିନିଟ ର ରାସ୍ତା ଯଦି ଏକୁଟିଆ ଛାଡୁ ନାହାନ୍ତି ।
ତେବେ ଆପଣଙ୍କ ର କୌଣସି ଷ୍ଟାଫ କୁ କୁହନ୍ତୁ ସେ ଛାଡି ଦେବେ ଏବଂ ଆମେ କଲେଜ ପଢୁଆ ପିଲା ଆପଣ ଙ୍କୁ କଣ ଆମେ ଟେରୋରିଷ୍ଟ ଦେଖା ଯାଉଛୁ । ତେବେ ଏହା ସହ ଯୁବତୀ ଜଣଙ୍କ କହିଥିଲେ କି ରାଲି କରିବେ ଷ୍ଟ୍ରାଇକ କରିବେ ବୋଲି କଣ ଆମେ ପାଠ ପଢିବାକୁ ଯିବୁ ନାହୁଁ । ଏହା କେଉଁ ଭଳି ବ୍ୟବସ୍ଥା । ତେବେ ଏହି ଖବର ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।