‘ସ୍କୁଟିରେ ଆସି ଥାନା ସାମ୍ନାରୁ ସୁମିତଙ୍କୁ ତାଙ୍କ ଘରଲୋକ କିଡନାପ କରି ଦେଇଛନ୍ତି’, Sumit ଫେରାର ହେବା ପରେ ଦେଖନ୍ତୁ କଣ କହିଲେ Pramila Tripathy, ଭାଇରାଲ ହେଲା କଲ ରେକର୍ଡିଂ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ମାମଲାରେ ବଡ଼ ଟ୍ୱିଷ୍ଟ । ସ୍ୱାମୀ ସୁମିତଙ୍କୁ ପାଉନଥିବା ଅଭିଯୋଗ କଲେ ପତ୍ନୀ ତପସ୍ୱିନୀ । ସକାଳଠାରୁ ସୁମିତଙ୍କୁ ସେ ପାଉନଥିବା କହିଲେ ତପସ୍ୱିନୀ । ସୁମିତ ତାଙ୍କୁ ଛାଡ଼ି କୁଆଡ଼େ ପଳାଇଥିବା ତପସ୍ୱିନୀଙ୍କ ଅଭିଯୋଗ । ସକାଳେ କେହି ଜଣେ ଆସି ସୁମିତଙ୍କୁ ସ୍କୁଟିରେ ନେଇଥିବା କହିଲେ । ଆସିକା ଗେଷ୍ଟ ହାଉସରେ ସେ ଏକା ରହିଯାଇଥିବା କହିଲେ ତପସ୍ୱିନୀ ।

୭ ଦିନ ଧରି ପତି-ପତ୍ନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଯେଏମ । ୭ ଦିନ ଆସିକା ଚିନିକଳ ଗେଷ୍ଟ ହାଉସରେ ଏକାଠି ରହିଥିଲେ ଉଭୟ । କାଲି ପୁଣି ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ।

ତାଙ୍କ ସ୍ୱାମି ସୁମିତ ସାହୁଙ୍କ ସହ ପୁଣି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସଡ଼ିଯେଏମ କୋର୍ଟ । ଉଭୟ ଏକ ଭଡ଼ା ଘର ନେଇ ରହିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବାକୁ ମଧ୍ୟ କୋର୍ଟ କହିଥିଲେ । ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଥିଲା । ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଥିଲେ ।

ଉଭୟ ପରିବାରର ଲୋକମାନେ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ଅନୁମତି ମଧ୍ୟ ଦେଇଥିଲେ । ସେପଟେ ସୁମିତଙ୍କ ପରିବାରକୁ ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି । ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଥିଲା । ଏହାପୂର୍ବରୁ ଆଜି ସୁମିତ ନିଖୋଜ ଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି ।

ତେବେ ଏହାକୁ ନେଇ ସମାଜ ସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି କି ସେ ସନ୍ଦେହ କରୁଛନ୍ତି କି ସୁମିତ ଙ୍କୁ ତାଙ୍କ ପରିବାର ଲୋକ ହିଁ କିଡନାପ କରିଛନ୍ତି ଏବଂ ଏଥିରେ ତାଙ୍କୁ ପୋଲିସ ମଧ୍ୟ ସାହାର୍ୟ୍ଯ କରିଛି ନହେଲେ ପୋଲିସ ଷ୍ଟେସନ ଆଗରୁ କିପରି କାହାକୁ କିଏ କିଡନାପ କରି ପାରିବ । ତେବେ ଯଦି ସୁମିତ ଶୀଘ୍ର ତପସ୍ୱିନୀ ଙ୍କ ପାଖକୁ ନ ଫେରନ୍ତି ତେବେ ଧୋକା ଏବଂ କୋର୍ଟ ର ଆଦେଶ ନ ମାନିବା ପାଇଁ ତାଙ୍କୁ ଦଣ୍ଡିତ କରାଯିବ ସୁନିଶ୍ଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *