‘ଯଦି Sumit ସତରେ ଫେରାର ହେଇଥିବ ତେବେ ସାରା ବିଶ୍ୱରୁ…’ ଦେଖନ୍ତୁ Sumit ଫେରାର ହେବା ପରେ କଣ କହିଲେ Tapaswini ଙ୍କ ଓକିଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ ।   ସକାଳୁ ଫେରର ଥିବା କହିଛନ୍ତି ତପସ୍ୱିନୀ  । ପ୍ରଥମେ ସାତ ଦିନ ପାଇଁ ସୁମିତ ଓ ତପସ୍ୱିନୀଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ମଧ୍ୟ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ କୋର୍ଟ ।

ହେଲେ ଆଜି ସକାଳୁ ଫେରାର ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ । ତେବେ ମାନ୍ଯବର ଏସ୍‌ଡିଜେଏମ୍ କୋର୍ଟ ଗତକାଲି ଘର ଭଡା କରି ୧୭ ତାରିଖ ପର୍ଯ୍ୟନ୍ତ ତପସ୍ବିନୀ ସହ ସୁମିତ୍‌ଙ୍କୁ ଏକତ୍ର ରହିବାକୁ ଆଦେଶ ଦେଇଥିଲେ । ଆଜି ଘର ଭଡା ବାହାର କରିବା ବଦଳରେ ଦିନ ତମାମ୍ ଆସିକା ଚିନି ଶିଳ୍ପ ଅତିଥି ଭବନରେ ତପସ୍ବିନୀ ରହିଛନ୍ତି । ସେପଟେ ଡାକ୍ତର ସୁମିତ୍ ବାଲିସରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଡ୍ଯୁଟିରେ ଯାଇ ଆଉ ଫେରି ନାହାନ୍ତି । ୫ ଦିନ ଛୁଟିରେ କେଉଁ ଆଡ଼େ ସେ ଯାଇଥିବା ସୂଚନା ମିଳିଛି ।

ତେବେ ଏ ନେଇ ବିଭାଗୀୟ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି । ତପସ୍ବିନୀଙ୍କ ସମସ୍ତ ଦାୟିତ୍ୱ ଡାକ୍ତର ସୁମିତ୍‌ଙ୍କୁ ନିର୍ବାହ କରିବାକୁ ଗତକାଲି କୋର୍ଟ ଆଦେଶ ଦେଇଥିଲେ । ହେଲେ ଆଜି ସୁମିତ୍‌ କେଉଁ ଆଡ଼େ ତାଙ୍କୁ ଛାଡ଼ି ଯାଇଥିବା ଜଣାପଡ଼ିନାହିଁ । ତେବେ ଆଜି ସକାଳୁ ସୁମିତ ଏକ ସ୍କୁଟିରେ ବସି କେଉଁଆଡେ ଫେରାର ହୋଇଯାଇଛନ୍ତି । ତାଙ୍କ ସହ ତପସ୍ୱିନୀଙ୍କର କୌଣସି ସମ୍ପର୍କ ହୋଇପାରୁନାହିଁ ।

ସେ ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ଏନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି । ତେବେ ସୁମିତ କେଉଁଆଡେ ଗଲେ ତାହାକୁ ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି । ତେବେ ଏ ନେଇ ତପସ୍ୱିନୀ ଙ୍କ ଓକିଲ ଙ୍କ କହିବା କଥା କି ହୁଏତ ସୁମିତ ଭଡା ଘର ଖୋଜୁଥିବେ ନିଜ ସ୍ତ୍ରୀ କୁ ନେଇ ଭଲ ରେ ସଂସାର କରିବା ପାଇଁ ନଚେତ ଯଦି ସୁମିତ କୌଣସି ଚାଲକି କରି ଫେରାର ହୋଇ ଯାଇଛନ୍ତି ତେବେ ତାଙ୍କୁ ଉଚିତ ଦଣ୍ଡ ମିଳିବା ଉଚିତ ଅଟେ ।

ତେବେ ତାଙ୍କ ପୁରା ପରିବାର କୋର୍ଟ ର ଆଦେଶ କୁ ସମ୍ମାନ ଦେବେ ବୋଲି କହିଥିଲେ କିନ୍ତୁ ଯଦି ସୁମିତ ଏହି ଭଳି କାର୍ଯ୍ୟ କରିଛନ୍ତି ତେବେ ତାଙ୍କୁ ପୁରା ବିଶ୍ଵ ରୁ ବାସନ୍ଦ କରାଯିବା ଉଚିତ । ତେବେ ବର୍ତ୍ତମାନ ସମସ୍ତେ ସୁମିତ ଙ୍କ ଅପେକ୍ଷା ରେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *