Sumit ଫେରାର ହେବା ପରେ Tapaswini ଙ୍କ ଅବସ୍ଥା ଖରାପ, କାନ୍ଦି କାନ୍ଦି ସେ ଯାହା କହିଲେ ଶୁଣି ଆପଣ ବି ଚମକି ପଡିବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ତପସ୍ୱିନୀ-ସୁମିତଙ୍କ ଏକାଠି ହେବାକୁ ଉପରେ ପୁଣି ଘୋଟିଛି ସଙ୍କଟର କଳା ବାଦଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ୭ ଦିନ ଧରି ଏକାଠି ରହିଥିଲେ । ଏକାଠି ରହିବା ପରେ ପୁରୁଣା ପ୍ରେମ ଉଜ୍ଜୀବିତ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ଏପରିକି କୋର୍ଟ ଉଭୟଙ୍କୁ ଆଉ ୭ ଦିନ ଏକତ୍ର ରହିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଡାକ୍ତର ସୁମିତ ଏହା ମଧ୍ୟରେ କେଉଁ ଆଡେ ଫେରାର ହୋଇ ଯାଇଥିବା ନେଇତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି ।

ସକାଳୁ ସୁମିତ ଘରେ ନଥିବାରୁ ତପସ୍ୱିନୀ ହସ୍ପିଟାଲ ଫୋନ କରି ପଚାରିଥିଲେ । ତେବେ ପଚରା ଉଚୁରାରୁ ଡାକ୍ତର ସୁମିତ ୮ ଦିନ ପାଇଁ ଛୁଟି ନେଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହି ଘଟଣା ପରେ ତପସ୍ୱିନୀଙ୍କ ପକ୍ଷରୁ ନିଖୋଜ ମାମଲା ରୁଜୁ କରାଯାଇଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତପସ୍ୱିନୀ ଙ୍କ ର ଏକ ଭିଡ଼ିଓ ଦେଖିବାକୁ ମିଳୁଛି ଯେଉଁଥିରେ ସେ କାନ୍ଦି କାନ୍ଦି କହୁଛନ୍ତି କି ତାଙ୍କ ସ୍ୱାମୀ ଫେରାର ଅଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ କୋର୍ଟ ଆଦେଶ ରେ ଖୁସି ନଥିଲେ ଏବଂ ମୋତେ ପଇସା ମଧ୍ୟ ଯାଚୁଥିଲେ । ତେବେ ତପସ୍ୱିନୀ କହିଛନ୍ତି କି କୋର୍ଟ ଆମକୁ ସାତ ଦିନ ଏକାଠି ରହିବା ପାଇଁ ଅର୍ଡର ଦେଇଥିଲେ । ପ୍ରଥମଦିନ ଆମେ ଏକାଠି ରହୁଥିଲୁ । ସେ ମୋର କେୟାର ବି ନେଉଥିଲେ । ତେବେ ଦ୍ଵିତୀୟ ଦିନ ତାଙ୍କୁ ଫୋନ ଆସିଲା ପରେ ସେ ବାରଣ୍ଡାରେ ରହିଲେ ମୁଁ ବି ତାଙ୍କ ସହ ସେଇଠି ରହିଲି ।

ତେବେ ମୋ ସହ ସେ ଆଗରୁ ଭଲରେ କଥା ହେଉଥିଲେ କିନ୍ତୁ କାଲି ଯେତେବେଳେ ଅର୍ଡର ବାହାରିଲା ତା ପରଠୁ ଠିକ ଭାବରେ କଥାବାର୍ତ୍ତା ହେଉ ନଥିଲେ । ଏପରିକି ମୋ ସହ ରହିବକୁ ମନା କରି ଦେଇଥିଲେ । ସେ ସବୁଦିନ ୧୧ରୁ ଯାଇ ୯ରେ ହସ୍ପିଟାଲରୁ ଫେରୁଥଲେ । କିନ୍ତୁ କୋର୍ଟ ଅ଼ର୍ଡର ବାହାରିବା ଦିନ ସକାଳୁ ପଳାଇଥିଲେ । ସୁମିତ ଗତକାଲିଠୁ ଚେଷ୍ଟା କରିଥିଲେ ଯିବା ପାଇଁ କିନ୍ତୁ ଯାଇ ପାରି ନଥିଲେ । କାଳେ ସେ ପଳେଇବେ ସେଥିପାଇଁ ମୁଁ ଗତକାଲି ଶୋଇ ନଥିଲି ।

ତେବେ ତପସ୍ୱିନୀ ଖାଇବାକୁ ଗଲାବେଳେ ହଠାତ ସେ ଏକ ସ୍କୁଟିରେ ପଳାଇଥିଲେ । ପୋଲିସ ଉପସ୍ଥିତିରେ ସେ ପଳାଇଥିଲେ ।  ଆଉ ତାପରେ ତପସ୍ୱିନୀ ଆଇଆଇସିଙ୍କ ସହ କଥା ହୋଇଥିଲେ । ତେବେ ଏଯାଏଁ ସୁମିତ କୁଆଡେ ଯାଇଛନ୍ତି ତାଙ୍କର ପତ୍ତା ମିଳିନାହିଁ । ତେବେ ଏହା କହି ସେ ଭିଡିଓ ରେ ବହୁତ ଜୋରରେ କାନ୍ଦୁଛନ୍ତି । ତେବେ ବର୍ତ୍ତମାନ ସମସ୍ତ ଙ୍କ ନଜର କି ସୁମିତ ତପସ୍ୱିନୀ ଙ୍କ ପାଖକୁ ଫେରିବେ ନା ନାହିଁ । ତେବେ ଏହା ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *