କଣ ଆପଣଙ୍କର ଅଛି Thyroid ? ଜାଣନ୍ତୁ କିପରି ଏହି ସମସ୍ୟାରୁ ପାଇବେ ମୁକ୍ତି ! (Health Tips)

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ତ ଜାଣିଥିବେ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଆମ ଶରୀରରେ ବହୁତ ଗ୍ରନ୍ଥି ରହିଥାଏ ତା ମଧ୍ୟରୁ ଥାଇରଏଡ ଗ୍ରନ୍ଥି ଟିର ଆକାର ପ୍ରଜାପତି ଭଳି ଦେଖିବାକୁ ହୋଇଥାଏ ଓ ଏହା ଆମ ବେକର ତଳ ଭାଗରେ ରହିଥାଏ ତେବେ ବର୍ତ୍ତମାନ ଏହି ଥାଇରଏଡ଼ ଅଧିକାଂଶ ଲୋକଙ୍କ ପାଖରେ ଦେଖା ଦେଉଛି । ଆମ ଶରୀରର ପ୍ରାୟ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ତାହା ଏହି ଗ୍ରନ୍ଥିରୁ ଝରୁଥିବା ହରମୋନ ଉପରେ ନିର୍ଭର କରେ ।


ଏହି ରୋଗ ଶରୀରରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହେବ ଯୋଗୁଁ ଦେଖା ଦେଇଥାଏ । ତେବେ ଏହି ଥାଇରାଏଡ଼ ପୁରୁଷ ମହିଳା ଉଭୟଙ୍କ ପାଖରେ ଦେଖା ଦେଉଛି ତେବେ ଥାଇରେଡ ଯୋଗୁଁ ଆମକୁ ହାଇପୋ- ଥାଇରଡିଜିମ ଓ ହାଇପର- ଥାଇରଡିଜିମ ଆଦି ରୋଗ ହୋଇଥାଏ । ଥାଇରଏଡ ଗ୍ରନ୍ଥିରୁ ହରମୋନ କମ କ୍ଷରଣ ହେଲେ ହାଇପୋ- ଥାଇରଡିଜିମ ଓ ଓ ଅଧିକ କ୍ଷରଣ ହେଲେ ହାଇପର- ଥାଇରଡିଜିମ ବୋଲି କୁହାଯାଏ ।

ଏହା ସାଧାରଣତଃ ଝିଅଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ । ୧୫-୧୬ ବର୍ଷୀୟା ଝିଅଙ୍କୁ ଏହି ରୋଗ ହେଲେ ତାଙ୍କର ଋତୁସ୍ରାବରେ ଏହାର ପ୍ରଭାବ ପଡିଥାଏ ଓ ଓଜନ ବଢିବା ସହ କୌଣସି କାର୍ଯ୍ୟରେ ମନ ଲାଗି ନ ଥାଏ , କିନ୍ତୁ ୩୦-୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ ହେଲେ ସେମାନଙ୍କ ସ୍ମରଣ ଶକ୍ତି କମି ଯାଏ ଓ ଏହାର ନିରାକରଣ ନକଲେ ହୃତପିଣ୍ଡ, ଫୁସଫୁସ ଏବଂ ପାକସ୍ଥଳୀରେ ମଧ୍ୟ ପାଣି ଜମିଯାଏ ଓ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।


ତେବେ ଥାଇରଏଡ୍‌ ପାଇଁ ଓଜନ ବୃଦ୍ଧି ହେଉଥିଲେ ଠିକ୍‌ ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଖାଦରେ ଫଳ ଓ ପନିବରିବା ସାମିଲ କରନ୍ତୁ । ଏଥିସହିତ ଚର୍ବିଯୁକ୍ତ ଦୁଗ୍‌ଧ ଜାତୀୟ ଖାଦ୍ୟ ପଦାର୍ଥ ଓ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ସମୟରେ ଚା ପିଅନ୍ତୁ ନାହିଁ ଜୁସ ପିଅନ୍ତୁ ଏବଂ ମଦୟ ପାନ ବିଲକୁଲ କରନ୍ତୁ ନାହିଁ ଏହା ସହ ଆପଣ ସକାଳୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ ଓ ଔଷଧ ଖାଇବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବା ଉଚିତ ନୁହେଁ ।

କାରଣ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଆପଣ ପ୍ରତିଦିନ ସକାଳୁ ନିୟମିତ ବ୍ୟାୟମ କରିବା ଉଚିତ ଏବଂ ନିଜର ଖାଦ୍ୟପେୟ ର ମଧ୍ୟ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *