CM Naveen Patnaik ଙ୍କ ଫୋନ କଲ ପାଇବା ପରେ ପ୍ରଥମେ କାହାକୁ ଜଣାଇଲେ Pritiranjan Ghadei, ଶୁଣନ୍ତୁ ଏ ନେଇ କହିଲେ ବାପା Prafulla Ghadei

ବନ୍ଧୁଗଣ,  ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କ୍ୟାବିନେଟ ରେ ପ୍ରୀତିରଞ୍ଜନ ଘଡେଇ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ତେବେ ତାଙ୍କ ବାପା ପ୍ରଫୁଲ ଘଡେଇ ଯିଏ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କ୍ୟାବିନେଟ ରେ ବହୁବାର ମନ୍ତ୍ରୀ ରହିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଦଳର ବରିଷ୍ଠ ନେତା ରହିଛନ୍ତି । ତେବେ ପ୍ରଫୁଲ ଘଡେଇ ଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ କ୍ୟାବିନେଟ ରେ ସ୍ଥାନ ପାଇବାରୁ, ବାପା ପ୍ରଫୁଲ ଘଡେଇ କହିଛନ୍ତି ଯେ ମୁଁ ନିଶ୍ଚୟ ଖୁସି ଏବଂ ଧନ୍ୟବାଦ ମଧ୍ୟ ଦେବି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ସେ ବିଶ୍ଵାସ ରଖି ମନ୍ତ୍ରୀ ପଦରେ ପ୍ରୀତି ରଞ୍ଜନ ଙ୍କୁ ସାମିଲ କରିଛନ୍ତି ।

ମୁଁ ଆଶା କରିବି କେବଳ ପ୍ରୀତି ରଞ୍ଜନ ନୁହନ୍ତି ଯେଉଁ ମାନଙ୍କୁ ମନ୍ତ୍ରୀ ପରିଷଦ ରେ ନବୀନ ବାବୁ ସ୍ଥାନ ଦେଇଛନ୍ତି ଆଶା ଭରଷା ରଖି ସେମାନେ ପ୍ରତିବୋଧତାର ସହିତ କାମ କରିବେ, ନବୀନ ବାବୁ ଙ୍କ ଟେକ ରଖିବେ, ଓଡିଶା ର ଗୌରବ ସନ୍ନମାନ ବଢିବା ଦିଗରେ ଉଦ୍ୟମ ଜାରି ରଖିବେ । ଯାଜପୁର ଜିଲ୍ଲା ସବୁବେଳେ ଜନତା ଦଳରେ ଥିଲା ଏବଂ ସବୁବେଳେ ବିଜୁ ଜନତା ଦଳର ଏକ ଦୁର୍ଗ ଭାବରେ ପରିଚିତ ହୋଇଛି ବୋଲି କହିଛନ୍ତି ।

ଯାଜପୁର ଜିଲ୍ଲାର ବିଧ୍ୟାୟକ ମାନେ ଦେଖାଯାଇଅଛି ସେମାନଙ୍କ ଗୁଣରେ ସେମାନଙ୍କ ପ୍ରତିଭା ରେ ସମସ୍ତେ ସ୍ଵତନ୍ତ୍ରତା ବଜାୟ ରଖିଛନ୍ତି । ସଂଗଠନ କ୍ଷେତ୍ରରେ ମନ୍ତ୍ରିତ୍ଵ ରେ ଯେଉଁ ଦାଇତ୍ଵ ତାଙ୍କୁ ଦିଆ ଯାଉଅଛି, ଯାଜପୁର ଜିଲ୍ଲା ବିଧାୟକ ମାନଙ୍କୁ ସେମାନେ ଆନ୍ତରିକତା ର ସହିତ କାମ କରୁଛନ୍ତି ଏବଂ ଦଳର ସଂଗଠନ କୁ ବଢାଇବା ଦିଗରେ ସମସ୍ତେ ମଧ୍ୟତା ଉଲ୍ଲେଖନୀୟ ଭୂମିକା ନିଭାଉଛନ୍ତି ।

ଏଣୁ ମୁଁ ଖୁସି ଅଛି ଯେ ଯାଜପୁର ଜିଲ୍ଲାରୁ ଜଣେ ବିଶିଷ୍ଟ ନାରୀନେତ୍ରୀ କୁ ସ୍ଥାନ ଦେଇଛନ୍ତି ଏବଂ ପ୍ରୀତି ରଞ୍ଜନ ଯିଏ କି ତିନି ତିନି ଥର ବିଧାୟକ ହୋଇ ସାରିଛନ୍ତି ଏବଂ ଜଣେ ଇଞ୍ଜିନିୟର ମଧ୍ୟ ତଥା ଯୁବ ନେତା, ତାଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ଦେଇଛନ୍ତି ।

ମୁଁ ଆଶା କରିବି ନିଶ୍ଚିତ ଯେ ପ୍ରମିଳା ଦେବୀ ଏକ ପକ୍ଷରେ ଏବଂ ପ୍ରୀତି ରଞ୍ଜନ ଅନ୍ୟ ପକ୍ଷରେ ନବୀନ ବାବୁ ଙ୍କ ସନ୍ନମାନ ବୃଦ୍ଧି ଭାବରେ ଦକ୍ଷ ମନ୍ତ୍ରୀ ଭାବରେ କାମ କରିବେ ଏବଂ ଯାଜପୁର ଜିଲ୍ଲା ର ଗୌରବ ବଢାଇବା ପାଇଁ ଉଚିତ କାମ କରିବେ । ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ପ୍ରଫୁଲ ଘଡେଇ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ଯମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *