ଆଉ କେବେ ବି ସମ୍ପର୍କ ଯୋଡିବା ସମ୍ଭବ ନୁହେଁ, ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଟାର୍ଗେଟ କଲେ Anubhav, କୋର୍ଟକୁ ଟାଣିବେ ବୋଲି ଦେଲେ ଚେତାବନୀ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ନିର୍ଦ୍ଧିଷ୍ଟ ଗଣ ମାଧ୍ୟମକୁ ଟାର୍ଗେଟ କରି କିଛି ଦିନର ନୀରବତା ଭାଙ୍ଗିଲେ ସାଂସଦ ଅନୁଭବ ମହାନ୍ତି । ଏହା ସହିତ ଭୁଲ ଖବର ଦେଖାଉଥିବା ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ କୁ  କୋର୍ଟ କୁ ଟାଣିବେ ବୋଲି ଦେଲେ ଚେତାବନୀ । ବର୍ଷା ଆଉ ଅନୁଭବ କେବେ ଏକାଠି ହେବେ ବୋଲି ଏକ ୟୁଟ୍ୟୁବ ଚ୍ୟାନେଲ ଖବର ପ୍ରସାରଣ କରିଥିଲା । ଯାହାର ଶୀର୍ଷକ ଦେଇଥିଲେ ତାଙ୍କୁ ଛାଡି ଆଉ ରହି ହବନି । ଆମ୍ଭେ ପୁଣି ମିଶିବୁ ।

ଆଉ ଡ଼େସସ୍କ୍ରିବସନରେ ଲେଖିଥିଲେ ତାଙ୍କୁ ଛାଡି ରହି ହଉନି, ବହୁତ କଷ୍ଟ ହେଉଛି, ଆମ୍ଭେ ପୁଣି ମିଶିବୁ ଏବଂ ଏକାଠି ରହିବୁ । ଏବଂ ଏହାର ସ୍କିନସର୍ଟ ସହିତ ଅନୁଭବ ନିଜ ଫେସବୁକ ପେଜ ରେ ପୋଷ୍ଟ କରିଛନ୍ତି । ଏହା ସହିତ ଅନୁଭବ କହିଛନ୍ତି ଯେ ସେ ହାଇକୋର୍ଟ ଙ୍କ ନିର୍ଦ୍ଧେଶ ପରେ ଚୁପ ରହିଛନ୍ତି ।

କିନ୍ତୁ ଏହାର ଅର୍ଥ ନୁହେଁ ଯେ କିଛି ମିଡିଆ ହାଉସ ଏବଂ ଯୂଟ୍ୟୁବ ଚ୍ୟାନେଲ ଯାହା ଇଛା ତାହା ଲେଖିବେ ଏବଂ କହି ପାରିବେ । ତାଙ୍କ ବିରୋଧ ରେ ଏଭଳି କୌଣସି ଭିତ୍ତିହୀନ, ଅର୍ଥହିନ ତଥା ମିଥ୍ୟା ଖବର ପ୍ରକାଶ କରନ୍ତୁ ନାହିଁ । ଆଉ ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଦ୍ଵନ୍ଦ ରେ ପକାନ୍ତୁ ନାହିଁ ବୋଲି ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ଫେସବୁକ ପେଜ ରେ ଲେଖିଛନ୍ତି ।

ଏହା ସହିତ ଏହିଭଳି ଖବର ପ୍ରକାଶ କରିବା ବନ୍ଧ ନ କଲେ କୋର୍ଟ ଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ଅନୁଭବ ମହାନ୍ତି । ଏହା ପୂର୍ବ ରୁ ସାଂସଦ ଅନୁଭବ ମହାନ୍ତି କହି ସାରିଥିଲେ ଯେ ବର୍ଷା ଏବଂ ଅନୁଭବ ଙ୍କ ମିଳନ ଆଉ କେବେ ମଧ୍ୟ ସମ୍ଭବ ନୁହେଁ । ନା କେବେ ମଧ୍ୟ ନୁହେଁ ତଥା ଏହି ଜନ୍ମ ରେ ଆଦୌ ନୁହେଁ ।

କିନ୍ତୁ ଏହି ନୂଆ ପୋଷ୍ଟ ରେ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମକୁ ଚେତାବନୀ ଦେବା ସହିତ ପରୋକ୍ଷରେ ମଧ୍ୟ ପୁଣିଥରେ ସେହି କଥା ଲେଖିଛନ୍ତି । ବର୍ଷା ଆଉ ଅନୁଭବ ଙ୍କ ମଧ୍ୟରେ ସମ୍ପର୍କ ଆଉ କେବେ ମଧ୍ୟ ଯୋଡି ହେବ ନାହିଁ । ତେବେ ଏହିଭଳି ଅନୁଭବ ନିଜ ମନ୍ତବ୍ୟ ରଖି ମି-ଡି-ଆ କୁ ଚେତାବନୀ ଦେଇଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *