Malaika Bachan- ମଣିନାଗ ଗୁମ୍ପା ! ମାଳିକାରେ ମିଳିଲା ପ୍ରମାଣ, ସବୁଦିନ ରାତି 12 ରେ ବାହାରନ୍ତି ମଣିନାଗ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମ ବିଶ୍ଵ ରେ ଅନେକ ଅଜବ ଅଜବ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହେବୁ । ଆଉ ସେହିପରି ଆଶ୍ଚର୍ଯ୍ୟ କରିବା ଏହି ଗୁମ୍ଫାର କାହାଣୀ । ତେବେ ଏହି ଗୁମ୍ଫା ବିଷୟରେ ଆମେ କୌଣସି ସୋସିଆଲ ମିଡ଼ିଆ ରୁ ଜାଣିନାହୁଁ ବରଂ ମାଳିକା ରେ ବର୍ଣ୍ଣିତ ଏହି ଗୁମ୍ଫା ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ । ଯାହା ବିଷୟରେ ଅଚ୍ୟୁତାନନ୍ଦ ନିଜେ ଲେଖିଛନ୍ତି ।


ତେବେ ଏହି ଗୁମ୍ଫା ର ମହାତ୍ମ୍ୟ ଏହା କି ଯେ, ଏହା ଏକ ନାଗମଣି ଗୁମ୍ଫା ଅଟେ । ତେବେ ଆସନ୍ତୁ ଜାଣିବା ଏହି ନାଗମଣି ଗୁମ୍ଫା ବିଷୟରେ ସମସ୍ତ ରହସ୍ୟମୟ ତଥ୍ୟ । ତେବେ ଅଚ୍ୟୁତାନନ୍ଦ ଙ୍କର ମାଳିକା ବାଣୀ ଅନୁସାରେ, ଏହି ମଣିନାଗ ଗୁମ୍ଫା ଟି ହେଉଛି ତ୍ରେତୟା ଯୁଗର ଯେଉଁ ଗୁମ୍ଫା ରେ ଭଗବାନ ରାମଚନ୍ଦ୍ର ଖେଳୁଥିଲେ ବୋଲି କୁହାଯାଇଛି । ତେବେ ଏହି ମଣିନାଗ ଗୁମ୍ଫାର ଟି ଜଲୌକା ଆନନ୍ଦ ଧାମ ରେ ଅବସ୍ଥିତ ଅଟେ ।

ଲିଖିତ ରହିଛି ଯେ, ଏହି ଗୁମ୍ଫାରେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ସାମଧି କରୁଥିଲେ ଏବଂ ସେ ସିଦ୍ଧି ପ୍ରାପ୍ତି ହୋଇଥିଲେ ମଧ୍ୟ । ସେହିପରି ଅନେକ ମାହାତ୍ମ୍ୟ ରହିଛି ଏହି ଧାମରେ ଆସନ୍ତୁ ଜାଣିବା । ତେବେ ଏହି ଜଲୌକା ଧାମରେ ଏକ ବଟ ବୃକ୍ଷ ରହିଛି ଆଉ ଯାହାର ଗୋଟିଏ ବି ଚେର ନାହିଁ କିନ୍ତୁ ସେ ଛିଡା ହୋଇଛି ଏପରି କି ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ରେ ମଧ୍ୟ ଏହା ସେହିପରି ଛିଡା ହୋଇଥିଲା ।

ଗଣନା ରୁ ଜଣାପଡ଼ିଛି ଯେ,ଏହି ଜଲୌକା ଧାମରେ ମୋଟ ୭୫୨ ଟି ଗୁମ୍ଫା ରହିଛି । ଏବଂ ଏହି ଗୁମ୍ଫା ମଧ୍ୟରେ ଏମିତି ଏକ ଗୁମ୍ଫା ରହିଛି ଯେଉଁ ଠାରେ ଭଗବାନ ନିଜେ ଆସି ସମାଧି ରେ ଲୀନ ହୋଇଥିଲେ ଏବଂ ୨୦୧୧ ମସିହାରେ ସେ ଦେହ ତ୍ୟାଗ କରିଛନ୍ତି । ତେବେ ଏହି ମଣିନାଗ ଗୁମ୍ଫା ରୁ ସିଧ୍ୟ ହାସଲ କରିଥିବା ବାବା ବୈକୁଣ୍ଠନାଥ ନିଜର ଅନୁଭୂତି ରୁ କହିଛନ୍ତି କି, ଯେତେବେଳେ ସେ ଏଠାରେ ସମାଧି ରେ ଥିଲେ ସେତେବେଳେ ସବୁ ଦିନ ରାତ୍ରୀ ରେ ଏକ ଗୁମ୍ଫା ରୁ ସୁ ସୁ ଶବ୍ଦ ଆସୁଥାଏ ।


କିଛି ସମୟ ପରେ ସେଠାରେ ଥିବା ନାଗ ନାଗୁଣୀ ମାନେ ବାହାର କୁ ବାହାରି ଆସିଥାନ୍ତି ଏବଂ ନିଜ ନାଗ ମଣି ସହ ପରସ୍ପର ସହ ଖେଳୁ ଥାନ୍ତି । ତେବେ ଖାଲି ଏତିକି ନୁହେଁ ବରଂ ସେ କହିଛନ୍ତି କି, ଏହି ୭୫୨ ଗୁମ୍ଫା ମଧ୍ୟ ରୁ ଏକ ଗୁମ୍ଫା ରହିଛି ପାତାଳ ଗୁମ୍ଫା ଯେଉଁ ଗୁମ୍ଫା ଟି କେବେ ହେଲେ ଖୋଲା ଯାଏ ନାହିଁ ଏହା ସବୁବେଳେ ବନ୍ଦ ହୋଇ ଥିବାର ଦେଖାଯାଏ ।


ତେବେ ଏହିସବୁ ଘଟଣା ବିଷୟରେ , ମହାପୁରୁଷ ଅଚ୍ୟୁତାନନ୍ଦ ନିଜ ମାଳିକା ବାଣୀର ଏକ ସ୍କନ୍ଧ ରେ ଲିଖିତ ଭାବରେ ଛାଡି ଯାଇଥିଲେ ଯାହାକି ତାଙ୍କର ଭକ୍ତ ମାନଙ୍କ ଦ୍ୱାରା ସମସ୍ତ ଙ୍କ ସାମ୍ନା କୁ ଆସୁଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *