Jio ଲଞ୍ଚ କଲା 1 ଟଙ୍କାର ବମ୍ଫର ପ୍ଯାକେଜ, ମାତ୍ର 1 ଟଙ୍କା ରିଚାର୍ଜ କଲେ 30 ଦିନର ଭ୍ୟାଲିଡିଟି ସହିତ ପାଇବେ ଡାଟା

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦେଶର ସମସ୍ତ ଲୋକ ରିଲିଆନ୍ସ ଜିଓ ସିମର ବ୍ୟବହାର କରୁଛନ୍ତି । ଜିଓ ୟୁଜର୍ସ ମାନଙ୍କୁ ପ୍ରଥମେ କମ୍ପାନୀ ବହୁତ ଲାଭଦାୟକ ପ୍ଳାନ ଦେଇଥିଲା ହେଲେ ଧୀରେ ଧୀରେ ଜିଓ ପ୍ଳାନର ଦର ବଢିବାକୁ ଲାଗିଲା । ବନ୍ଧୁଗଣ ଗତ କିଛି ଦିନ ତଳେ ଜିଓର ସମସ୍ତ ପ୍ଳାନର ଦର ବହୁତ ଅଧିକ ବଢି ଯାଇଛି । ଜିଓର ଏହି ଦର ବୃଦ୍ଧି ପ୍ଳାନକୁ ଦେଖି ୟୁଜର୍ସ ମାନେ ନିଜ ଦୁଃଖ ପ୍ରକାଶ କରିଛନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଜିଓ କମ୍ପାନୀ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ଆପଣ ମାନେ ସମସ୍ତେ ଏହି ପ୍ଳାନ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଜିଓର ଏହି ପ୍ଳାନ ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଜିଓ ନିଜର ସବୁଠାରୁ ଶସ୍ତା ପ୍ଳାନ ଆରମ୍ଭ କରିଛି ।

ଆପଣ ମାନେ ସମସ୍ତେ ଜିଓର ଏହି ପ୍ଳାନ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଜିଓ ଯେଉଁ ପ୍ଳାନ ଲଞ୍ଚ କରିଛି ତାହାର ମୂଲ୍ୟ ହେଉଛି ମାତ୍ର ୧ ଟଙ୍କା । ଏହି ପ୍ଳାନ ମାଇ ଜିଓ ଆପ୍ ରେ ତାଲିକା ଭୁକ୍ତ ହୋଇଛି । ବନ୍ଧୁଗଣ ସବୁଠାରୁ ବଡ କଥା ହେଉଛି ଏହି ପ୍ଳାନ ସେମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁ ମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି ।

ବନ୍ଧୁଗଣ ଏହି ୧ ଟଙ୍କିଆ ପ୍ଳାନର ବୈଧତା ହେଉଛି ୩୦ ଦିନ । ଏହି ୧ ଟଙ୍କିଆ ପ୍ଳାନରେ ୧୦୦ଏମବି ଡାଟା ରହିଛି । ଡାଟା ସାରିବା ପରେ ଇଣ୍ଟର୍ନେଟ ସ୍ପିଡ ୬୦କେବିପିଏସକୁ ଖସିଯିବ । ବନ୍ଧୁଗଣ ଜିଓର ଏହି ୧ ଟଙ୍କିଆ ପ୍ଳାନ ଦେଶର ସବୁଠାରୁ ଶସ୍ତା ପ୍ଳାନରେ ପରିଣତ ହୋଇଛି । ଜିଓକୁ ଛାଡି ଦେଲେ କୌଣସି ଟେଲିକମ କମ୍ପାନୀ ଏଭଳି ଏ ଟଙ୍କିଆ ପ୍ଳାନ ପ୍ରଦାନ କରି ନାହିଁ ।

୧ ଟଙ୍କା ସହିତ ଜିଓର ୧୦ ଏବଂ ୨୦ ଟଙ୍କିଆ ପ୍ଳାନ ମଧ୍ୟ ରହିଛି । ୧୦ ଟଙ୍କା ପ୍ଳାନରେ ଆସିମୀତ ବୈଧତା ସହିତ ୭.୪୭ ଟଙ୍କା ଟକ୍-ଟାଇମ ରହିଛି । ସେହିପରି ୨୦ ଟଙ୍କା ପ୍ଳାନରେ ଆସିମୀତ ବୈଧତା ସହିତ ୧୪.୯୫ ଟଙ୍କା ଟକ୍ ଟାଇମ ଉପଲବ୍ଧ । ସମସ୍ତ ଲୋକ ଏହି ୧ ଟଙ୍କିଆ ପ୍ଳାନ ବିଷୟରେ ଜାଣି ବହୁତ ଅଧିକ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ୧ ଟଙ୍କିଆ ପ୍ଳାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *