ଭାଇରାଲ ହେଲା Sumit ଙ୍କ ଅଡିଓ କ୍ଲିପ, କହିଲେ “ମୁଁ କୁଆଡ଼େ ପଳାଇ ଯାଇନି କି ଫେରାର ହୋଇନି ! ତପସ୍ୱିନୀ ମୋତେ ବରବାଦ୍ କରିଦେଲେଣି…’ ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ବ୍ରହ୍ମପୁରର ତପସ୍ଵିନୀ ଓ ସୁମିତ ବିବାଦ ମାମଲାରେ ପ୍ରତିଦିନ ବଡ ବଡ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ସୁମିତ ଫେରାର ହେବା ପରେ ତପସ୍ଵିନୀ ପୁଣି କୋର୍ଟର ଦ୍ଵାରସ୍ତ ହୋଇଛନ୍ତି କେବଳ ଏତିକି ନୁହେଁ ବନ୍ଧୁଗଣ ତପସ୍ଵିନୀ ନିଜ ସ୍ଵାମୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ସୁମିତ ଫେରାର ହେବା ପରେ ତାଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସ ତାଙ୍କର ସ୍ଥିତି ବିଷୟରେ କହିଥିଲେ ।

ସୁମିତଙ୍କ ଦେହ ଅସୁସ୍ଥ ଅଛି ଓ ସେ ତାଙ୍କ ସାଙ୍ଗ ଘରେ ଅଛନ୍ତି ବୋଲି ତାଙ୍କ ଓକିଲ କହିଥିଲେ । ଏହା ଜାଣିବା ପରେ ସୁମିତଙ୍କ ବାଟକୁ ଚାହିଁ ରହିଥିଲେ ତପସ୍ଵିନୀ । ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାରେ ଏକ ନୂଆ ଟ୍ଵିଷ୍ଟ ଆସିଛି । ଦୀର୍ଘ କିଛି ଦିନ ପରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି ସୁମିତ । ସୁମିତ ଆସି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓ ତାଙ୍କର ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୁମିତ ଏକ ଅଡିଓ ମେସେଜ ମାଧ୍ୟମରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି । ଏହି ପାରିବାରିକ ବିବାଦରେ ଏବେ ଗୋଟେ ନାଟକୀୟ ମୋଡ ସାମ୍ନାକୁ ଆସିଛି । ସୁମିତ କହିଛନ୍ତି-‘ମୁ ମାନସିକ ଓ ଶାରୀରିକ ରୂପେ ସଂପୂର୍ଣ୍ଣ ଅସୁସ୍ଥ ଅଛି । ତପସ୍ଵିନୀଙ୍କ ତରଫରୁ ଅନେକ ଅଭିଯୋଗ କରାଯାଉଛି ହେଲେ ମୁ କହିବାକୁ ଚାହୁଁଛି ଯେ ମୁ କୁଆଡେ ପଳେଇ ନାହିଁ’ ।

ଆଗକୁ ସୁମିତ କହିଛନ୍ତି-‘ମୋର ପରିବାର ଉପରେ ଅନେକ ଅଭିଯୋଗ କରାଯାଉଛି ଆଉ ମୋର ଅସୁସ୍ଥତା ଭିତରେ ବି ସାଙ୍ଗ ମାନଙ୍କୁ କହି ଘର ଖୋଜା ଚାଲିଛି ଆଶା କରୁଛି ଶୀଘ୍ର ମିଳିବ ବୋଲି । ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ତେଣୁ ମୁ ତାଙ୍କର ଉପସ୍ଥିତିରେ ବିଶ୍ରାମ ନେବାଟା ଅସମ୍ଭବ ମନେ କଲି ତେଣୁ ମୁ ଆବଶ୍ୟକ ଅନୁଯାଇ ବିଶ୍ରାମ ନେଲି । ୭ ଦିନ ଏକା ସହ ରହିବା ପରେ ମଧ୍ୟ ଆମ ଦୁଇଜଣଙ୍କ ସମ୍ପର୍କ କିଛି ବି ଆଗକୁ ବଢି ନାହିଁ ଓ କିଛି ବି ଠିକ ହେଇ ନାହିଁ । ତପସ୍ଵିନୀଙ୍କ ପାଇଁ ମୁ ଯାହା ବି ସମସ୍ୟାର ସାମ୍ନା କରୁଛି ତାହା ମୁ ଆପଣ ମାନଙ୍କୁ ଜଣାଉଛି’ ।

ଆଜି ଏକ ଅଡିଓ ମେସେଜ ରିଲିଜ କରି ଡାକ୍ତର ସ୍ଵାମୀ ସୁମିତ ଏହି କଥା କହିଛନ୍ତି । କେବଳ ଏତିକି ନୁହେଁ ତପସ୍ଵିନୀ ଲୋକମାନଙ୍କର ସପୋର୍ଟ ଓ ସିମ୍ପଥି ପାଇବା ପାଇଁ ଏଭଳି ଅଭିଯୋଗ କରି ଚାଲିଛନ୍ତି ବୋଲି ବି ସୁମିତ କହିଛନ୍ତି । ବନ୍ଧୁଗଣ ଏତେ କ୍ରିୟା ପ୍ରତିକ୍ରିୟା ପରେ ସୁମିତ ନିଜର ମନ କଥା କହିଛନ୍ତି । ତା ହେଲେ ବନ୍ଧୁଗଣ ଅଡିଓ ମେସେଜ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *