ଅଭିନେତା Raimohan Parida ଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ଏହି 3 କାରଣ…

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରାଇମୋହନ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ପାଇଥିଲେ ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ନା ତାଙ୍କର କିଛି ମାନସିକ ଚାପ ଥିଲା ନା କିଛି ଆର୍ଥିକ ସମସ୍ଯା ହେଲେ ବି ସେ ଆତ୍ମହତ୍ୟା କରିଲେ । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି ।

ବନ୍ଧୁଗଣ ଏହାରି ମଧ୍ୟର ରାଇମୋହନଙ୍କ ଆତ୍ମହତ୍ୟା ପଛରେ ୩ଟି କାରଣ ଥିବାର ସାମ୍ନାକୁ ଆସିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାରଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ରାଇମୋହନ ଜୀବନ ହାରିବା ପଛରେ ତିନୋଟି ପ୍ରମୁଖ କାରଣ ରହିଛି ।

ତେବେ ବନ୍ଧୁଗଣ ପ୍ରଥମ କାରଣ ହେଉଛି ପାରିବାରିକ ଅଶାନ୍ତି । ରାଇମୋହନଙ୍କ ଦୁଇ ଝିଅ, ବଡ ଝିଅ ନିଜ ଇଛାରେ ବିବାହ କରିଥିଲେ ଏଥିପାଇଁ ପରିବାରରେ ଲାଗିରହିଥିଲା ବିବାଦ । ଆତ୍ମହତ୍ୟା କରିବାର ଦ୍ଵିତୀୟ କାରଣ ହେଉଛି ସମ୍ପତ୍ତି ଭାଗବଣ୍ଟା । ରାଇମୋହନ ବଡ ଝିଅକୁ ଅଧିକ ଭଲ ପାଉଥିଲେ । ଆଉ ଆର୍ଥିକ ଭାବେ ବଡ ଝିଅକୁ ସାହାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ ।

ବୋଧେ ତାଙ୍କର ଏହି ଇଛା ପୂରଣ ହୋଇପାରୁ ନଥିଲା । ବନ୍ଧୁଗଣ ଆତ୍ମହତ୍ୟା କରିବାର ତୃତୀୟ କାରଣ ହେଉଛି ଆର୍ଥିକ ସଙ୍କଟ । ଯାତ୍ରା ଓ ଫିଲ୍ମରୁ ବହୁତ ରୋଜଗାର କରୁଥିଲେ ରାଇମୋହନ । ଗତ ୨ ବର୍ଷ ହେଲା କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡି ଥାଇପାରେ । ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତ୍ୟା ପଛରେ ଏହି ସବୁ ସମ୍ଭାବ୍ୟ କାରଣ ରହିପାରେ ବୋଲି ଆକଳନ କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *