‘ମୁଁ କେବେ ଫିଲ୍ମ କରିବି ?’ ଦେଖନ୍ତୁ Raimohan ଙ୍କ ମୃତ୍ୟୁକୁ ନେଇ କାନ୍ଦି କାନ୍ଦି କଣ କହିଲେ ଅଭିନେତା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ମହାନ ଖଳନାୟକ ରାଇ ମୋହନ ନିଜ ବାସ ଭବନରେ ଆତ୍ମହତୟଆ କରିଛନ୍ତି ତେବେ ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଆତ୍ମହତୟଆ ର ଦିନକ ପୂର୍ବରୁ ରାଇମୋହନ ନେଇଥିଲେ ୩୦ ହଜାର ଟଙ୍କା । ୨୭ ଓ ୨୮ ତାରିଖରେ ଡବିଂ ପାଇଁ ନେଇଥିଲେ ୩୦ ହଜାର ଟଙ୍କା । ଓଁ ସ୍ୱାହା ଫିଲ୍ମ ସୁଟିଂ ସରିଯାଇଥିବା ବେଳେ କେବଳ ଡବିଂ ବାକି ରହିଛି ।

ଏହି ଫିଲ୍ମ ପାଇଁ ରାଇମୋହନଙ୍କର ଆଉ ୩୦ ହଜାର ଟଙ୍କା ପାଇବାକୁ ବାକିଥିଲା । ପେମେଣ୍ଟ କ୍ଲିୟର ହେବା ପରେ ସେ ଡବିଂ ପାଇଁ ଆସିଥାନ୍ତେ । ତାଙ୍କ ମୃତ୍ୟୁ ପରେ ଏଭଳି କିଛି ସୂଚନା ଦେଇଛନ୍ତି ଓଲିଉଡ୍ ଜଗତର ଜଣାଶୁଣା ଯୁବ ପ୍ରଡ୍ୟୁସର ତଥା ଡାଇରେକ୍ଟର ଲୁବୁନ । ତେବେ ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।

ଏମିତିକି ତାଙ୍କ ସହ ବାଣ୍ଟିଥିବା ପ୍ରାୟ ଦୁଇ ଘଣ୍ଟାର ସମୟ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ ସେନେଇ ମଧ୍ୟ ସୂଚନା ଦେଇଥିଲେ । ତେବେ ଲୁବୁନ୍‌ ଗତକାଲି ରାଇମୋହନଙ୍କ ଘରକୁ ଆସିବା ବେଳେ କେହି ନଥିଲେ । ରାଇମୋହନ ଘରେ ଏକା ବସିଥିଲେ । ଲୁବୁନ୍‌ ଆସି ଘରେ ପହଞ୍ଚିବା ପରେ ତାଙ୍କୁ ଫ୍ରିଜ୍‌ରୁ ମିଠା କାଢ଼ି ଖାଇବାକୁ ଦେଇଥିଲେ ରାଇମୋହନ । ପରେ ଉଭୟ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ ।

ଲୁବୁନ୍‌ଙ୍କ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଉଭୟ କଥା ହେବା ସହ ସେଥିରେ ରାଇମୋହନ ଅଭିନୟ କରିବେ କି ନାହିଁ ସେନେଇ ଆଲୋଚନା କରିଥିଲେ । ଏମିତିକି ଆସନ୍ତା ୨୭ -୨୮ ତାରିଖରେ ଯେଉଁ ଫିଲ୍ମର ସୁଟିଂ ସରିଯାଇଛି, ତାର ଡବିଂ କରିବାକୁ ସେ ସମୟ ଦେଇଥିଲେ । ଏହାସହ ଲୁବୁନଙ୍କୁ କହିଥିଲେ ଯେ, ‘ମୋ ଗାଡ଼ିର ଡ୍ରାଇଭର ନାହିଁ । ତେଣୁ ଡବିଂ ଦିନ ତୁ ଆସି ମୋତେ ଟିକେ ସକାଳୁ ନେଇଯିବୁ । ଆଉ ଜଲଦି ଆଣିକି ଛାଡ଼ିଦେବୁ । କାରଣ ମୁଁ ଏବେ ରେଗୁଲାର ଔଷଧ ଖାଉଛି । ଦେହ ଭଲ ରହୁନି ।

ତେବେ ଏମିତି କିଛି କଥା ହେବା ପରେ ରାଇମୋହନଙ୍କ ପରିବାର ଆସି ଘରେ ପହଞ୍ଚିଥିଲେ । ସେଠାରେ ଲୁବୁନ୍‌ଙ୍କ ସହ ସେମାନଙ୍କର ପରିଚୟ କରାଇଥିଲେ । ଲୁବୁନଙ୍କୁ ଖାଇବା ପାଇଁ ମଧ୍ୟ ରାଇମୋହନ କହିଥିଲେ । କିନ୍ତୁ ଲୁବୁନ ମନା କରିଥିଲେ । ତେବେ ପ୍ରାୟ ନବେରୁ ଅଧିକ ଓଡ଼ିଆ ସିନେମା ୧୫ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ରାଇମୋହନ । କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ବି ସେ ଥିଲେ ବେଶ୍ ଜଣାଶୁଣା ।

ଏମିତିକି ଅନେକ ବଙ୍ଗଳା ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି । କେବଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ । ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ ।

ରାଇମୋହନ ଥିଲେ କେନ୍ଦୁଝର ନିବାସୀ । କିନ୍ତୁ ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି । ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ ।

ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଚଳଚିତ୍ରରେ ଅଭିନୟ କରିଥିଲେ । ତେବେ ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *