‘ପ୍ରଥମ 7 ଦିନ ସୁନା ପିଲା ଭଳି ରହିଲେ, ଯେତେବଳେ ଦାୟିତ୍ୱ ନେବା କଥା ଆସିଲା ଛୁ ମାରିଲେ Sumit’ ମିଡିଆ ଆଗରେ କଣ କହିଲେ Tapaswini ଙ୍କ ଓକିଲ, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଫେରାର ହେବା ପରେ ପତ୍ନୀ ତପସ୍ଵିନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କୋର୍ଟ ନିଷ୍ପତ୍ତି ଅନୁସାରେ ଉଭୟ ସୁମିତ ଓ ତପସ୍ଵିନୀ ଗୋଟେ ଘରେ ୭ ଦିନ ପର୍ଯ୍ୟନ୍ତ ରହିଥିଲେ ହେଲେ ଗତ କିଛି ଦିନ ତଳେ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇଯାଇ ଥିଲେ । ଫେରାର ହେବା ପରେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ସୁମିତଙ୍କ ସ୍ଥିତି ବିଷୟରେ କହିଥିଲେ । ବନ୍ଧୁଗଣ ସୁମିତ ଫେରାର ହେବା ପରେ ତପସ୍ଵିନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ।

ଆଜି କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲା ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓକିଲ ବାବୁଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତପସ୍ଵିନୀଙ୍କ ଓକିଲ କହିଛନ୍ତି-‘ ପ୍ରଥମ ଦିନରୁ ଯେତେବେଳେ ମାନ୍ୟବର କୋର୍ଟ ରାୟ ଦେଲେ ତପସ୍ଵିନୀଙ୍କ ରହିବା, ଖାଇବା ଏବଂ ଔଷଧ ସହ ସମସ୍ତ ଖର୍ଚ୍ଚ ସହ ଭଡା ଘର କାଢି ରଖିବା ଦାୟିତ୍ଵ ସୁମିତ ବୁଝିବେ । ହେଲେ ତା ପରଦିନ ସୁମିତ କାହାକୁ କିଛି ନକହି ଅନ୍ତର୍ଦ୍ଧାନ ହୋଇଗଲେ । ସେହି ସମୟରୁ ବର୍ତ୍ତମାନ ସୁଧା ନା ଫୋନ ମାଧ୍ୟମରେ ତପସ୍ଵିନୀଙ୍କ ଖାଇବା ପିଇବା ଆଦି କୌଣସି କଥା ନବୁଝିବାରୁ ତପସ୍ଵିନୀ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ମାନ୍ୟବର କୋର୍ଟ ଆଗରେ ପୁଣି ହାଜର ହୋଇଛନ୍ତି’ ।

ଆଗକୁ ଓକିଲ କହିଛନ୍ତି-‘ଏହା ସହିତ ତାଙ୍କର ଯାହା ଅସୁବିଧା ଅଛି ପିଟିସନରେ କୋର୍ଟର ଅର୍ଡରକୁ ନମାନିବା ବିଷୟରେ କୋର୍ଟକୁ ଉଲ୍ଲେଖ କରି ପ୍ରତିପକ୍ଷ ଓକିଲଙ୍କୁ ନକଲ ଦେଇ ବର୍ତ୍ତମାନ ହିଅରିଙ୍ଗ ପାଇଁ ଅପେକ୍ଷା କରିଛନ୍ତି । ସେଥିରେ ଲେଖା ହୋଇଛି ସୁମିତ କୋର୍ଟର ରାୟ ସଂପୂର୍ଣ୍ଣ ଅବମାନନା କରିଛନ୍ତି । ପ୍ରଥମ ୭ ଦିନ ସୁନା ପିଲା ବୋଲି ଶୁଣିଲେ ଯେତେବେଳେ ଭଡା ଘରରେ ତପସ୍ଵିନୀଙ୍କୁ ରଖିବା ଦାୟିତ୍ଵ ପଡିଲା ସେତେବେଳେ ସେ ହଠାତ ଅନ୍ତର୍ଦ୍ଧାନ ହୋଇଗଲେ’ ।

ଆଗକୁ ଓକିଲ କହିଛନ୍ତି-‘ସେଥିପାଇଁ ତପସ୍ଵିନୀ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ମାନ୍ୟବର କୋର୍ଟଙ୍କ ଉପରେ ନିର୍ଭର ହୋଇଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାରେ ଏହି ମାମଲା ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *