‘ଆଜିକି ୪ ଦିନ ହେଲାଣି, ମୁଁ ଥାନାରେ ଜଣେଇବା କିନ୍ତୁ ସେମାନେ…’ ନିଜ ପାଇଁ ନ୍ୟାୟ ଦାବି କରି କିଛି ଏମିତି କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଫେରାର ହେବା ପରେ ପତ୍ନୀ ତପସ୍ଵିନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କୋର୍ଟ ନିଷ୍ପତ୍ତି ଅନୁସାରେ ଉଭୟ ସୁମିତ ଓ ତପସ୍ଵିନୀ ଗୋଟେ ଘରେ ୭ ଦିନ ପର୍ଯ୍ୟନ୍ତ ରହିଥିଲେ ହେଲେ ଗତ କିଛି ଦିନ ତଳେ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇଯାଇ ଥିଲେ । ଫେରାର ହେବା ପରେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ସୁମିତଙ୍କ ସ୍ଥିତି ବିଷୟରେ କହିଥିଲେ । ତେବେ ଏବେ ଗଣମଧ୍ୟମ ସାମ୍ନାକୁ ଆସି ତପସ୍ଵିନୀ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ପ୍ରଥମ ଦିନ ଯେତେବେଳେ ମୁ ସ୍ଵାମୀ ଫେରାର ହୋଇଗଲେ ସେତେବେଳେ ମୁ ଥାନା ଅଧିକାରୀଙ୍କୁ ଜଣାଇଛି ସେ ଡାଇରେକ୍ଟ ମତେ କହିଥିଲେ ଆମେ କିଛି ବି କରିପାରିବୁ ନାହିଁ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଯେତେ  ବେଳେ ଯେତେବେଳେ ଆଇଆଇସି ସାର ଏଚଡିପିଓ ସାର ଆସିଥିଲେ ସେତେବେଳେ ବି ମୁ ତାଙ୍କୁ କାନ୍ଦି କାନ୍ଦି କହିଥିଲି ହେଲେ ସେ କହିଲେ କେଉଁ ଅର୍ଡରରେ ଲେଖା ହୋଇଛି ତମେ ଆଉ ତମ ସ୍ଵାମୀ ମିଶିକି ରହିବ । ଦେଖୁଛନ୍ତି ତ ଆଜିକୁ ୪ ଦିନ ହେଇଗଲା ହେଲେ ତାଙ୍କର କିଛି ବି ଖୋଜ ଖବର ନାହିଁ । ପୋଲିସ ପ୍ରଶାସନ ତରଫରୁ ମଧ୍ୟ ମୋତେ କୌଣସି ସୂଚନା ଦିଆଯାଇ ନାହିଁ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ପୋଲିସ ମୋତେ ଶାନ୍ତନା ବି ଦେଇନାହାନ୍ତି ଯେ ସେମାନେ ମୋ ସ୍ଵାମୀଙ୍କୁ ଖୋଜିବା ପାଇଁ ଚେଷ୍ଟା କରିବେ । ହେଲେ ମୁ ମୋ ପ୍ରୟାସ ଜାରି ରଖିଛି ମୁ ଚେଷ୍ଟା କରିବି ତାଙ୍କୁ ଖୋଜିବା ପାଇଁ । ମୋତେ ଏହା ମଧ୍ୟ ସୂଚନା ମିଳିଛି ଯେ ତାଙ୍କ ଘର ଲୋକ ଏଠି ନାହାନ୍ତି । ଆଜି ଯେହେତୁ ସୋମବାର ମୁ କୋର୍ଟକୁ ଯିବି ମୋ ଓକିଲ ମଧ୍ୟ ଡକାଇ ଛନ୍ତି । ସେ ଯେତେବେଳେ କହିଲେ ଘର ଖୋଜିବା ପାଇଁ ସେ ଯାଇ ଛନ୍ତି ସେତେବେଳେ ମୁ ଜାଣି ଥିଲି ଯେ ସେ ଘର ଖୋଜିବା ପାଇଁ ନୁହେଁ ସେ ଫେରାର ହୋଇଛନ୍ତି ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଆସନ୍ତା କାଲି ଯେହେତୁ ତାଙ୍କର ଛୁଟି ଶେଷ ହେଉଛି ତେବେ ଜଣା ପଡିବ ସେ କାଲି ଆସିବେ ନା ନାହିଁ । ଯଦି ସେ କାଲି ବି ଆସିବେ ନାହିଁ ତା ହେଲେ ଜଣା ପଡିଯିବ ସେ ନିଜ ଦାୟିତ୍ଵ ଉପରେ କେତେ ସ୍ପର୍ଷ୍ଟ ରୁହନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ସ୍ଵାମୀ ସୁମିତଙ୍କ ବିଷୟରେ କହିଛନ୍ତି ତେବେ ତପସ୍ଵିନୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *