ରାଜ୍ୟସଭାରେ ବୋହୂ Aishwarya ଙ୍କ କଥା କହିବାରୁ ବର୍ଷିଲେ ଶାଶୁ Jaya Bachan, ଆଉ କହିଲେ କିଛି ଏମିତି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି । ରାଜ୍ୟ ସଭାରେ ରାଗିଯାଇ ଟ୍ରେଜରୀ ବେଞ୍ଚ ସଦସ୍ୟଙ୍କୁ ଏହି ଅଭିଶାପ ଦେଇଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ରାଜ୍ୟ ସଭାରେ ଆଜି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରିପୋର୍ଟ ମୁତାବକ, ଟ୍ରେଜରୀ ବେଞ୍ଚରେ ବସିଥିବା ବିଜେପି ସାଂସଦଙ୍କ ସହ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ପ୍ରବଳ ତର୍କ ବିତର୍କ ହୋଇଥିଲା ।


ଏହି ସମୟରେ ଜୟା ବଚ୍ଚନ ବିଜେପିର ଏହି ସାଂସଦଙ୍କ ଉପରେ ରାଗିଯାଇଥିଲେ । ତେବେ ଜୟା ରାଗିଯାଇ କହିଥିଲେ-ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି । ଯଦି ଆପଣଙ୍କ ଭିତରେ ନିଜ ସାଥୀଙ୍କ ପାଇଁ ଟିକେ ବି ସମ୍ମାନ ନାହିଁ ତେବେ ଆମ ତଣ୍ଟି ହିଁ ଚିପି ଦିଅନ୍ତୁ । କଥା ତ କୁହାଇ ଦେଉ ନାହାନ୍ତି ।

ଏ ଅବସରରେ ଜୟା ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ କହିଥିଲେ ଯେ ମୋ ବିରୋଧରେ ଓ ମୋ କ୍ୟାରିୟର ବିରୋଧରେ ଅପଶବ୍ଦ କୁହାଯାଇଛି । ଏମିତି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ତେବେ ଟ୍ରେଜରୀ ବେଞ୍ଚ ସହ ଝଗଡା ଭିତରେ ଆଜି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଭୁବନେଶ୍ୱର କଲିତାଙ୍କୁ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା ।


ରାଜ୍ୟ ସଭାରେ NDPS ଆଇନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ଏପରି ଦେଖିବାକୁ ମିଳିଥିଲା । ଜୟାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାନାମା ପେପର୍ସ ମାମଲାରେ ଆଜି ଇଡି ଆଗରେ ହାଜର ହୋଇଥିଲେ । ଆଉ ଆଜି ଶାଶୁ ଜୟା ରାଗିଯାଇଥିଲେ । ତେବେ ଟ୍ରେଜରୀ ବେଞ୍ଚର ଜଣେ ସଦସ୍ୟ ଜୟାଙ୍କୁ ନେଇ କିଛି ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏହାକୁ ନେଇ ଜୟା ଉତ୍‌କ୍ଷିପ୍ତ ହୋଇଥିବା କୁହାଯାଉଛି । ଫଳରେ ସେ ଅଭିଶାପ ଦେଇଥିଲେ ।


ତେବେ ଏନେଇ ଶିବ ସେନାର ସାଂସଦ ସଞ୍ଜୟ ରାଓ୍ଵତ କହିଛନ୍ତି, ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କୁ ନୋଟିସ୍‌ ଦେବାର କାରଣ ହେଉଛି ଜୟା ବଚ୍ଚନଙ୍କ ଉପରେ ସରକାରଙ୍କ ରାଗ । ସରକାର ଜୟା ବଚ୍ଚନଙ୍କ ବିରୋଧରେ କିଛି କରିପାରୁନାହାନ୍ତି । ଏଣୁ ସେ ତାଙ୍କ ବୋହୂଙ୍କୁ ପାନାମା ପେପର ଲିକ୍‌କୁ ନେଇ ପଚରାଉଚରା କରୁଛନ୍ତି । ଆଗକୁ ସରକାର ତାଙ୍କ ପୁଅ, ନାତି ଓ ନାତୁଣୀକୁ ବି ନୋଟିସ୍‌ ପଠାଇବେ ବୋଲି କହିଛନ୍ତି ରାଓ୍ଵତ ।

Leave a Reply

Your email address will not be published. Required fields are marked *