ନମସ୍କାର ବନ୍ଧୁଗଣ ତେବେ କାନପୁରର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗର ଚଢାଉ ପରେ ଯାହା ଦେଖିବାକୁ ମିଳିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ଚଢାଉ ସମୟରେ ଆୟକର ବିଭାଗକୁ ମିଳିଛି ବସ୍ତା ବସ୍ତା ଟଙ୍କା ବିଡା । ପୀୟୁଷଙ୍କ ଘରେ ଥିବା ବିଭିନ୍ନ ଆଲମାରିରୁ ଟଙ୍କା ବିଡା ଜବତ କରାଯାଇଥିବା ବେଳେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କା ଗଣା ସରୁନି । ୮ଟି ଟଙ୍କା ଗଣା ମେସିନରେ ବ୍ୟାଙ୍କ୍ ଅଧିକାରୀ ଟଙ୍କା ଗଣୁଥିଲେ ମଧ୍ୟ ଏହାର ଶେଷ ହେଉନି ।
ତେବେ ସୂଚନା ମୁତାବକ, କନୌଜରେ ପରଫ୍ୟୁମ୍ ବ୍ୟବସାୟ କରୁଥିବା ପୀୟୁଷଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍ କରିଥିଲେ ଉଭୟ ଡିଜିଜିଆଇ ଓ ଆୟକର ବିଭାଗ । ଏହି ସମୟରେ ତାଙ୍କ ଘରୁ ମିଳିଥିଲା ଟଙ୍କାର ଭଣ୍ଡାର । ପ୍ରକୃତରେ ପ୍ରଥମେ ରେଡ୍ ଆରମ୍ଭ କରିଥିଲା ଡିଜିଜିଆଇ (ଜିଏସଟି ଇଣ୍ଟଲଜେନ୍ସି ମହାନିର୍ଦ୍ଦେଶାଳୟ) । ହେଲେ ଏତେ ପରିମାଣ ଟଙ୍କା ମିଳିବା ପରେ ଆୟକର ବିଭାଗ ଚଢଉ କରିଥିଲା ।
ଏତେ ଟଙ୍କା ମିଳିଲା ଯେ, ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ ଟଙ୍କା ଗଣିବା ପାଇଁ ଗୋଟେ ଦୁଇଟି ନୁହେଁ ଚାରି ଚାରୋଟି ମେସିନ ମଗାଇଲେ । ତଥାପି ୨୪ ଘଣ୍ଟା ପରେ ବି ସରିଲାନି ଟଙ୍କା ଗଣା । ଟଙ୍କା ନେବାକୁ ଆୟକର ବିଭାଗ ୬ଟି ବଡବଡ ଟିଣ ବାକ୍ସ ମଗାଇଛି । ହେଲେ ଏଯାଏଁ ଟଙ୍କା ଗଣତି ସରିନଥିବା ସୂଚନା ରହିଛି । ତେବେ ଏତିକି ନୁହେଁ ପୀୟୁଷଙ୍କ ଏକାଧିକ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଏବେ ଆୟକରର ନଜର ।
ତେବେ ଏହି ବ୍ୟବସାୟୀ ଜଣଙ୍କର ନାମ ହେଉଛି ପୀୟୂଷ । ତେବେ କିଛି ମାସ ତଳେ ସମାଜବାଦୀ ପାର୍ଟି ତରଫରୁ ଏକ ପରଫ୍ୟୁମ୍ ଲଞ୍ଚ କରାଯାଇଥିଲା । ଯାହା ପାର୍ଟିକୁ ମହକାଇବା ସହ ଦଳ ଭିତରେ ଥିବା ମତଭେଦକୁ ଦୂରେଇଦେବ ବୋଲି କହିଥିଲେ । ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ୩ଜଣ ବ୍ୟକ୍ତି ଅନେକ ଗବେଷଣା କରିଥିଲେ । ଏହି ପରଫ୍ୟୁମରେ କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ମିଳୁଥିବା ୧୦୦ରୁ ଉଦ୍ଧ୍ୱର୍ ହର୍ବାଲ ସାମଗ୍ରୀ ବ୍ୟବହାର ହୋଇଥିବା କୁହାଯାଇଥିଲା ।
ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ଦାୟୀତ୍ୱ ନେଇଥିବା ବ୍ୟକ୍ତି ହେଉଛନ୍ତି ପୀୟୁଷ ଜୈନ । ଏହାକୁ ନେଇ ସମାଜବାଦୀ ପାର୍ଟି ଓ ବିରୋଧୀଙ୍କ ମଧ୍ୟରେ ଏବେ ଟଣା ଓଟରା ଆରମ୍ଭ ହୋଇଛି । ବିଜେପିର ଏକାଧିକ ନେତା ଏହାକୁ ସମାଜବାଦୀ ପାର୍ଟିର କଳାଧନ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପରଫ୍ୟୁମରୁ ସୁଗନ୍ଧ ବାହାରୁନି ବରଂ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି ବୋଲି ଅଭିଯୋଗ ଆଣିଛି ଉତ୍ତରପ୍ରଦେଶ ବିଜେପି । ।
ଅନ୍ୟପଟେ ଏହାକୁ ନେଇ ପାଲଟା ଜବାବ ଦେଇଛନ୍ତି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବାକୁ ଏବେ ବିଜେପି କେନ୍ଦ୍ର ଯାଞ୍ଚ ସଂସ୍ଥାକୁ ହାତ କରି ଚଢଉ କରୁଛି । ଏପରି କରି ତାଙ୍କୁ ବିଜେପି ତାଙ୍କୁ ଡରେଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅଖିଳେଶ । ଜିଏସଟି ଇଣ୍ଟଲଜେନ୍ସିଂର ଅହମ୍ମଦାବାଦ ୟୁନିଟ୍ ପକ୍ଷରୁ କୁହାଯାଇଛି ଯେ, ପୀୟୁଷ ଜୈନଙ୍କ ଘରୁ ପୁଳା ପୁଳା ଟଙ୍କା ବିଡା ଜବତ କରାଯାଇଛି ।
କାନପୁରର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଏହି ଟଙ୍କା ଗଣାଯାଉଛି । କିନ୍ତୁ ଏଯାବତ ଟଙ୍କା ଗଣା ସରିନି । ଜବତ ହୋଇଥିବା ଟଙ୍କାର ମୂଲ୍ୟ ୧୫୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏବେସୁଦ୍ଧା ୬ଟି ବକ୍ସ ଭିତରେ ଜବତ ଟଙ୍କା ଭର୍ତ୍ତି କରାଯାଇଛି । ଏହି ବାକ୍ସକୁ ଆୟକର ବିଭାଗ ନିଜ ସାଥୀରେ ନେଇଯିବ । ଆଉ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।