ଘରେ ଝାଡୁ ରଖିବାର ନିୟମ, ଜାଣି ନିଅନ୍ତୁ, ନହେଲେ ଘର ଛାଡି ଚାଲିଯିବେ ମା ଲକ୍ଷ୍ମୀ

ଦର୍ଶକ ବନ୍ଧୁ ଆମେ ମାନେ ସମସ୍ତେ ଘରକୁ ସଫା ସୁତୁରା କରିବା ପାଇଁ ଝାଡୁ ବ୍ୟବହାର କରିଥାଉ । ଝାଡୁ ଘରେ କେତେ ଗୋଟି ରହିବ କିପରି ରହିବ ତାହାର ବିଭିନ୍ନ ପ୍ରକାରର ନିୟମ ରହିଛି । ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆମ ଓଡିଆ ଘରେ ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନା ଯାଏ ତେଣୁ ଝାଡୁ ଯେତେବେଳେ ଆପଣ କିଣିକି ଆଣୁ ଛନ୍ତି ଦୀପାବଳି ଅମାବାସ୍ୟା ଦିନ କିଣିଲେ ଶୁଭ ବୋଲି କୁହା ଯାଏ । ଏହା ସହ ଗୁରୁବାର ଦିନ ଝାଡୁ କିଣି ପାରିବେ । ଆପଣ ମାନେ ଅନ୍ୟ ଦିନରେ ଆଣିଲେ କିଛି ଅସୁବିଧା ନାହିଁ ହେଲେ ଦୀପାବଳି ଅମାବାସ୍ୟା ହେଉ ବା ଗୁରୁବାର ଏହି ଦିନରେ ଝାଡୁ ଆଣିଲେ ବହୁତ ଶୁଭ ।

ଯଦି ଝାଡୁ ପୁରୁଣା ହୋଇ ଯାଉଛି ତେବେ ଆପଣ ତାକୁ ଜଳାନ୍ତୁ ନାହିଁ କିମ୍ବା ଅଳିଆ ଗଦାରେ ଫିଙ୍ଗନ୍ତୁ ନାହିଁ । ଝାଡୁକୁ ଆପଣ କୌଣସି ନଦୀରେ ବିସର୍ଜନ କରନ୍ତୁ ନହଲେ ମାଟିରେ ପୋତି ଦିଅନ୍ତୁ । ପୁରୁଣା ଝାଡୁକୁ କେବେ ବି ଗୁରୁବାର ଦିନ ଘରୁ ବାହାର କରିବେ ନାହିଁ ବୁଧବାର ଦିନ ନେଇ ପାରିବେ । କିନ୍ତୁ ଆପଣ ତିଥିର ଧ୍ୟାନ ରଖିବେ କିଛି ଭଲ ଦିନରେ ନେବେ ନାହିଁ ।

ଆପଣ ଯଦି ଘରୁ ପୁରୁଣା ଝାଡୁ ବାହାର କରିବାକୁ ଚାହୁଁ ଛନ୍ତି ତା ହେଲେ ପ୍ରଥମେ ନୂଆ ଝାଡୁ କିଣିକି ଆଣିବେ । ନୂଆ ଝାଡୁ କିଣିକି ଆଣିବା ପରେ ସେମିତି ବ୍ୟବହାର କରାଯାଏ ନାହିଁ । ପ୍ରଥମେ ଟିକେ ପାଣିରେ ଗୋବର ମିଶାଇ ଗୋବର ପାଣିରେ ସେ ଝାଡୁକୁ ଧୁଆ ଯାଏ । ଧୋଇବା ପରେ ତାକୁ ଖରାରେ ଶୁଖାଇ ଦେବେ ତା ପରେ ଆପଣ ଝାଡୁକୁ ଘରେ ବ୍ୟବହାର କରିପାରିବେ ।

ଦର୍ଶକ ବନ୍ଧୁ ଓଷା ପର୍ବାଣି ଆଦିରେ ବି ଝାଡୁକୁ ଧୁଆ ଯାଇ ଥାଏ ହେଲେ ଗୁରୁବାର ଦିନ ଝାଡୁକୁ ଧୁଆ ଯାଇ ନଥାଏ । ବୁଧବାର ଦିନ ଯଦି ଆପଣ ଘର ପୋଛା ପୋଛି କରିବେ ତା ପରେ ଆପଣ ଝାଡୁକୁ ଧୋଇ ପାରିବେ । ହେଲେ ଗୁରୁବାର ଦିନ ଧୋଇବେ ନାହିଁ । ତା ହେଲେ ଦର୍ଶକ ବନ୍ଧୁ ଝାଡୁ ସହ ଜଡିତ ଏହି ସବୁ ନିୟମ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *