କାହିଁକି Pradeep Panigrahi ଙ୍କ ଉପରେ ହେଲା ଆକ୍ରମଣ ? Berhampur ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ହିଂସା…

ପ୍ରଦୀପଙ୍କ ଉପରେ କାହିଁକି ହେଲା ଆକ୍ରମଣ ? ବ୍ରହ୍ମପୁର ସଂସଦୀୟ ନିର୍ବାଚନ କ୍ଷେତ୍ରରେ ହିଂସାକାଣ୍ଡ ଘଟିଯାଇଛି । ଗୋଷାଣୀ ନୂଆଗାଁରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି । ତେବେ ଏହି ହାତାହାତି ଫଳରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆହତ ଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ କଣ କହୁଛନ୍ତି ଆସନ୍ତୁ ଜାଣିବା । ତେବେ ସମର୍ଥକଙ୍କ କହିବା ମୁତାବିକ ପ୍ରଦୀପ ଭାଇ ଛିଡା ହୋଇଥିଲେ ।

ହଟାତ ସ୍ଵାଧୀନ ପ୍ରାର୍ଥୀ ଶିବଶଙ୍କର ଆସି ତାଙ୍କ ଉପରେ ଆଟାକ କରିଥିଲେ । ସେଭଳି କିଛି ବଡ ପୂର୍ବ ଶତ୍ରୁତା ମଧ୍ୟ ଆଗରୁ ନଥିଲା । କି ବର୍ତ୍ତମାନ ସେମିତି କିଛି ବଡ କାରଣ ସେଠାରେ ସୃଷ୍ଟି ହୋଇନଥିଲା । ହେଲେ ପ୍ରଦୀପ ଭାଇ ଛିଡା ହୋଇଥିବା ବେଳେ ତାଙ୍କ ଉପରେ ଶିବଶଙ୍କର ଦାସ ଆସି ଆକ୍ରମଣ କରିଥିଲେ । ଏଭଳିକି ଆମର ଜଣେ ସହଯୋଗୀ କର୍ମୀଙ୍କ ଉପରେ ମଧ୍ୟ ଆଟାକ ହୋଇଥିଲା । ବିଜେପିର ସବୁ ସମର୍ଥକଙ୍କ ଉପରେ ଆଟାକ ହୋଇଛି ।

କିଛି ବଡ କାରଣ ନଥାଇ ମଧ୍ୟ ସେମାନେ ଆମ ସବୁ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମାନଙ୍କ କହିବା ଅନୁସାରେ ବିନା କାରଣରେ ସ୍ଵାଧୀନ ପ୍ରାର୍ଥୀ ଶିବଶଙ୍କର ଓ ତାଙ୍କର ସହଯୋଗୀ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆଟାକ କରିଥିଲେ । ଏହାଛଡା କେବଳ ପ୍ରଦୀପ ପାଣିଗ୍ରାହୀଙ୍କୁ ନୁହେଁ, ବଂର ତାଙ୍କର ସମର୍ଥକ ତଥା ବ୍ରହ୍ମପୁର ଅଞ୍ଚଳର ବିଜେପି ସମର୍ଥକ ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି ।

ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆଟାକ ହେବା କାରଣରୁ ତାଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଛି । ତେଣୁ ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କୁ ହସ୍ପିଟାଲକୁ ସଙ୍ଗେ ସଙ୍ଗେ ସ୍ତାନାନ୍ତରଣ କରାଯାଇଥିଲା । ତେବେ ସେଠାରେ ଏଭଳି ହିଂସାକାଣ୍ଡ ଘଟିବା ସଙ୍ଗେ ସଙ୍ଗେ ଶିବଶଙ୍କରଙ୍କୁ ପୋଲିସ ଥାନାରେ ଅଟକ ରଖି ଏ ସମ୍ପର୍କରେ ପଚରା ଉଚରା ଜାରୀ ରଖିଛି । ତେବେ ଯେଉଁ ମାନେ ଶିବଶଙ୍କର ସମର୍ଥକ ସେମାନେ ମଧ୍ୟ ଗୋଶାଣି ନୂଆଗାଁ ଥାନାକୁ ଘେରାଉ କରି ସେଠାରେ ଆନ୍ଦୋଳନ କରିଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *