ସ୍ୱାଧୀନ ପ୍ରାର୍ଥୀଙ୍କ ସହ ହାତାହାତି ହୋଇ ଆହତ ହେଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ Pradeep Panigrahi

ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ମାଡ ! ହଁ ଆଜ୍ଞା ସୂଚନା ମୁତାବିକ ବ୍ରହ୍ମପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି । ବିଜେପି ପ୍ରାର୍ଥୀ ଓ ସ୍ଵାଧୀନ ପ୍ରାର୍ଥୀ ଉଭୟ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ବ୍ରହ୍ମପୁରା ଗୋଶାଣୀ ନୂଆଁଗାଁରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଅନ୍ୟ ଏକ ସ୍ଵାଧିକ ପ୍ରାର୍ଥୀ ହାତାହାତି ହୋଇଛନ୍ତି । ସ୍ଵାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ସହ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି ।

ବ୍ରହ୍ମପୁରର ସ୍ଵାଧିନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ଶିବଶଙ୍କର ଦାସ । ଗୋଶାଣି ନୂଆଗାଁ ଉତ୍କଳମଣୀ ୟୁପି ସ୍କୁଲ ବୁଥ ଆଗରେ ବିଜେପି ଦଳର ସମର୍ଥକ ଓ ଅନ୍ୟ ସ୍ଵାଧୀନ ପ୍ରାର୍ଥୀ ସମର୍ଥକଙ୍କ ଭିତରେ ମାଡପିଟ ହୋଇଯାଇଛି । ଯେଉଁ ମାଡପିଟ ତଥା ଆକ୍ରମଣରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ତେବେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ମଧ୍ୟ ପଠାଯାଇଛି । ଏହାରି ଭିତରେ ଗୋଶାଣି ନୂଆଗାଁ ଥାନାରେ ସ୍ଵାଧିନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଅଟକ ରଖାଯାଇଛି ।

ଯାହା ଫଳରେ କି ଥାନା ସମ୍ମୁଖରେ ବିଶାଳ ଧାରଣା ଦେଖାଯାଇଛି । ଶିବଶଙ୍କର ସମର୍ଥକ ମାନେ ଏଥିପାଇଁ ଥାନା ଆଗରେ ଧାରଣ ଦେଇ ମଧ୍ୟ ବସିଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଗଣତନ୍ତ୍ରର ସବୁଠାରୁ ମହାପର୍ବ ନିର୍ବାଚନ ପର୍ବର ପ୍ରଥମ ନିର୍ବାଚନ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଓଡିଶାର ଅନେକ ସ୍ଥାନରେ ବୁଥ ମାନ କରାଯାଇଛି । ଯେଉଁଠାକୁ ଜନତା ମାନେ ଯାଇ ନିଜ ନିଜ ଭୋଟ ଦାନ କରୁଛନ୍ତି ।

ତେବେ ଏହାରି ଭିତରେ କିଛି ରାଜନୈତିକ କଥାକୁ ଭିତ୍ତି କରି ବ୍ରହ୍ମପୁରର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁରର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି । ଯାହା ଫଳରେ ସେହି ହାତାହାତି ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ଆହତ ମଧ୍ୟ ହୋଇଛନ୍ତି । ଏଥିପାଇଁ ଗୋଶାଣି ନୂଆଗାଁ ଥାନାରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖିଛି । ଏଥିସହ ଶିବଶଙ୍କରର ସମର୍ଥକ ମାନେ ଥାନା ଆଗରେ ଧାରଣା ମଧ୍ୟ ଦେଇଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *