ରାଜନୀତି ଟଙ୍କାରେ ମୋ ଘର ଚଳେନି… Siddhanta Mahapatra

ରାଜନୀତି ପଇସାରେ ମୋ ଘର ଚଳେନି… ହଁ ଆଜ୍ଞା ଆରମ୍ଭ ହୋଇସାରିଛି ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନୀ ପର୍ବ । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଏହାରି ଭିତରେ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ସମୟ ମଧ୍ୟରେ ବୁଲି ବୁଲି ଆମେ ଭୋଟ ଦିଆଯାଉଥିବା ସ୍ଥାନ ମାନଙ୍କର ତଦାରଖ କରୁଛୁ ।

ଲୋକ ମାନେ ଯେପରି ଭୋଟ ଦେବାକୁ ଆସିବା ସମୟରେ କୌଣସି ଅସୁବିଧାର ସାମ୍ନା ନକରନ୍ତି । ସେଥିପ୍ରତି ମଧ୍ୟ ଆମେ ବିଶେଷ ଧ୍ୟାନ ଦେଉଛୁ । ଲୋକଙ୍କ ପାଇଁ କିଛି କରିବା ତାହା କେବଳ ଗୋଟେ ଦିନର କଥା ନୁହେଁ । ଯିଏ ଲୋକ ମାନଙ୍କ ପାଇଁ ସେବା କରିବା ମନୋଭାବ ସବୁଦିନ ପାଇଁ ନିଜ ମନ ମଧ୍ୟରେ ରଖିପାରିବ ସେ ହେଉଛି ପ୍ରକୃତ ଲୋକଙ୍କର ସେବା କରୁଥିବା ଲୋକ । ସବୁ ବୁଥ ଗୁଡିକ ପାଖକୁ ଯାଇ ସେଠାରେ ବୁଲି ସବୁ କିଛି ତଦନ୍ତ କରିବା ତାହା ତ ସମ୍ଭବ ପ୍ରାୟତଃ ହୋଇନଥାଏ ।

ହେଲେ ଆମ ଦ୍ଵାରା ଯେତେ ସମ୍ଭବ ସେହି ଅନୁସାରେ ଆମ ଲୋକଙ୍କ ପାଖକୁ ଯାଇ ତାଙ୍କର ଭଲ ମନ୍ଦ କଥା ବିଷୟରେ ପଚାରି ବୁଝିବା ହେଉଛି ଆମ ମାନଙ୍କର ଦାୟିତ୍ଵ । ମୁଁ ଜଣେ ଲୋକ ପ୍ରତିନିଧି ହୋଇ ଲୋକଙ୍କର ଉନ୍ନତି ପାଇଁ କାମ କରିବାକୁ ରାଜନୀତିକୁ ଆସିଛି । ଭୋଟର ଫଳାଫଳ ଯାହା ବି ଆସୁନା କାହିଁକି ? ଆମେ ଗଣତନ୍ତ୍ରର ଯାହା ବି ଫଳାଫଳ ଆସିବ ତାହାକୁ ସମ୍ମାନର ସହ ଗ୍ରହଣ ମଧ୍ୟ କରିବା ଉଚିତ । ମୁଁ ସିନେମା କରିବା କିନ୍ତୁ ଛାଡିବି ନାହିଁ ।

ହେଲେ ଯେତିକି ସମୟ ସିନେମାକୁ ଦେଉଥିଲି । ରାଜନୀତିର କାର୍ଯ୍ୟଭାର ମୋ ଉପରେ ପଡିଲା ପରେ ସିନେମାକୁ ମୁଁ କମ ସମୟ ଦେବି । ହେଲେ ରାଜନୀତି ପଇସାରେ ମୋର ଘର ଚଳେନି । କାରଣ ରାଜନୀତିରୁ ପଇସା ନେଲେ ଜନ ସାଧାରଣ ମୋତେ କ’ଣ କହିବେ ? ରାଜନୀତିରେ ଏମିତି କିଛି ମୁଁ କାମ କରିନାହିଁ । ଯେଉଁଥି ପାଇଁ ଲୋକ ମାନେ ମୋ ଉପରେ ଆଙ୍ଗୁଳି ଉଠେଇ ମୋତେ କିଛି କହିପାରିବେ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *