ଇଏ କେଉଁ ପ୍ରକାର ଓଡିଶାର ଅତିଥି ସତ୍କାର ବ୍ୟବସ୍ଥା ! ଟୋଲଗେଟ କର୍ମଚାରୀ ଛତିଶଗଡ ପର୍ଜୀଟକଙ୍କୁ ମାରିଲେ ମାଡ, ଦେଖନ୍ତୁ ଦୟନୀୟ ଅବସ୍ଥା !!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଇଏ କି ପ୍ରକାର ଓଡିଶାର ଅତିଥି ସତ୍କାର ! ମୁଣ୍ଡଳୀରେ ବିହାରୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ହେଲେଣି ଜନତା ! ତେବେ ସୂଚନା ମୁତାବିକ ଛତିଶଗଡର କିଛି ପର୍ଜ୍ୟଟକ ଓଡିଶାକୁ ବସ ଯୋଗେ ବୁଲି ଆସିଥିଲେ । ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ତଳ ବୁଲି ଦେଖିବା ତାଙ୍କର ଉଦ୍ଧେଶ୍ୟ ରହିଥିଲା । ହେଲେ କଟକର ମୁଣ୍ଡଳୀ ଠାରେ ସେହି ପର୍ଜ୍ୟଟକ ମାନଙ୍କୁ ଠେଙ୍ଗା, ବାଡିରେ ଯେପରି ଅତି ଦୟନୀୟ ଭାବେ ପିଟାଯାଇଛି ।

ତାହାକୁ ନେଇ ବାହାରୁ ଆସୁଥିବା ଅତିଥି ମାନଙ୍କ ପ୍ରତି ଓଡିଶାର ଇଏ କେଉଁଭଳି ଅତିଥି ସତ୍କାର ରହୁଛି ତାହାକୁ ନେଇ ପ୍ରଶ୍ନ ଉଠୁଛି ? ତେବେ ଯେତେବେଳେ ଛତିଶଗଡର ପର୍ଯ୍ୟଟକ କଟକର ମୁଣ୍ଡଳୀ ଠାରେ ଥିବା ଏକ ସରକାରୀ ଟୋଲଗେଟ ନିକଟରେ ପହଞ୍ଚିଥିଲେ । ସେଠାରେ ଗାଡି ଛାଡିବା ପାଇଁ ଧାର୍ଯ୍ୟ ହୋଇଥିବା ଟଙ୍କାର ନେଣଦେଣକୁ ଅନେକ କିଛି ହଙ୍ଗାମା ହୋଇଥିଲା । ଏହାପରେ ଟୋଲଗେଟରେ ଥିବା କର୍ମଚାରୀ ମାନେ ନିଜର ହିତାହିତ ଜ୍ଞାନକୁ ଭୁଲି ସିଧା ମାଡ ମାରିବାକୁ ଆଗେଇ ଯାଇଥିଲେ ।

ଗାଡିର ଡ୍ରାଇଭର ସମେତ ଗାଡିରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ହାତରେ ଯାହା ପାଇଲେ, ସେଥିରେ ପିଟିବାକୁ ଲାଗିଥିଲେ । ତେବେ ମହିଳା ଓ ଛୋଟ ଛୁଆ ମଧ୍ୟ ଏହି ମାଡରୁ ବର୍ତ୍ତୀ ପାରିନଥିଲେ । ତେବେ ଖାଲି ଏତିକି କାହିଁକି ପୂର୍ବରୁ ମଧ୍ୟ ନନ୍ଦନକାନନରେ ପର୍ଜ୍ୟଟକମାନଙ୍କ  ଉପରେ ଏଭଳି କିଛି ମାଡ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା ।

ତେବେ ରାଜ୍ୟରେ ପର୍ଜ୍ୟଟନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ପର୍ଜ୍ୟଟକଙ୍କୁ ଓଡିଶା ରାଜ୍ୟରେ ଏଭଳି ବ୍ୟବହାର ଓଡିଶା ବାହାରେ ଓଡିଶାର ନାମ ବଦ୍ନାମ ହେଉଛି ବୋଲି ଚର୍ଚା ଜୋର ଧରିଛି । ଯାହାକୁ ନେଇ ସାଧାରଣ ଲୋକେ ଓଡିଶା ସରକାରଙ୍କ ଟାର୍ଗେଟ କରି କହିବାକୁ ଲାଗୁଛନ୍ତି । ଅତିଥିଙ୍କ ପ୍ରତି ରାଜ୍ୟରେ ଇଏ କେଉଁ ଭଳି ମାଡ ମାରି ଅତିଥି ସତ୍କାର କରାଯାଉଛି ।

ଏହାପରେ ଓଡିଶାର ପର୍ଜୟଟନରେ ବାହାର ରାଜ୍ୟରେ ଓଡିଶାର ନାମର କେଉଁ ପ୍ରକାର ଅବସ୍ଥା ହୋଇଯିବ ।  ତେବେ କଟକର ମୁଣ୍ଡଳୀରେ ପର୍ଜ୍ୟଟକଙ୍କୁ ଏଭଳି ଭାବେ ମାଡ କରିବା ଅଭିଯୋଗରେ ୪ ଜଣ ଟୋଲଗେଟ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ଏହା ସହ ଘଟଣା ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ଠାରୁ ପଚରାଉଚରା ମଧ୍ୟ ଆରମ୍ଭ କରିଦେଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *