ଅମ୍ବାନୀଙ୍କ ଘରେ ଏମିତି ତିଆରି ହୁଏ ରୋଟି, ଭାଇରାଲ ହେଉଛି ଆଣ୍ଟିଲିଆର ଇନସାଇଡ୍ ଭିଡିଓ !

ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ କୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଚାଲେ । ଏବେ ପୁଣି ଥରେ ଆଣ୍ଟିଲିଆର ଏକ ଇନସାଇଡ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ମୁକେଶ ଅମ୍ବାନୀଙ୍କ ଘରେ ରୋଟି କେମିତି ତିଆରି ହୁଏ ତାହା ଦେଖିବାକୁ ମିଳୁଛି ।

ତାଜ୍ ହୋଟେଲ ଭଳି ବଡ ବଡ ହୋଟେଲ ମାନଙ୍କରେ ଯେମିତି ରୋଟି ତିଆରି ହୁଏ ଅମ୍ବାନୀଙ୍କ ଘରେ ମଧ୍ୟ ଠିକ ସେମିତି ରୋଟି ତିଆରି ହୁଏ । ଏଥିପାଇଁ ବ୍ୟବହୃତ ହୁଏ ଏକ ଖାସ୍ ରୋଟି ତିଆରି ମେସିନ । ତେବେ ଏହି ମେସିନ କେମିତି କାମ କରେ ଆସନ୍ତୁ ଜାଣିବା ।

ଚକଟା ହୋଇ ସାରିଥିବା ଅଟାକୁ ଏହି ମେସିନ ପ୍ରଥମେ ଛୋଟ ଛୋଟ ଖଣ୍ଡରେ କାଟି ଥାଏ । କେବଳ କାଟିଥାଏ ତାହା ନୁହେଁ ବରଂ ଏକଦମ ଗୋଲ ଗୋଲ ଆକାରରେ ଯେମିତି ରୋଟି ତିଆରି ହୁଏ ଠିକ ସେମିତି କାଟିଥାଏ । ଏହାପରେ ରୋଟି ବେଲିବା ପାଇଁ ବେଲଣା ପେଡି ର ମଧ୍ୟ ଆବଶ୍ୟକ ପଡି ନଥାଏ ।

ମେସିନଟି ଅଟା ଗୁଳା ଗୁଡିକୁ ଏକଦମ ରୋଟି ଆକାରରେ ବେଲି କି ବାହାର କରିଥାଏ । ଏହି ମେସିନ ଦ୍ଵାରା ମାତ୍ର ଅଳ୍ପ ସମୟରେ ଅନେକ ରୋଟି ପ୍ରସ୍ତୁତ ହୋଇଯାଏ । ତାଜ୍ ହୋଟେଲରେ ମଧ୍ୟ ଏଭଳି ମେସିନ ୟୁଜ୍ ହୋଇଥାଏ । ଏହି ମେସିନ ବିଭିନ୍ନ ସାଇଜ୍ ରେ ଉପଲବ୍ଧ ।

ତେବେ ଏହି ରୋଟି ମେକିଙ୍ଗ ମେସିନ ତିଆରି କରିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ ଆଣ୍ଟିଲିଆରେ ମଧ୍ୟ ଏହା ଅଛି । ଯାହାଦ୍ୱାରା ସେଠାରେ ରୋଟି ପ୍ରସ୍ତୁତ ହୁଏ । ଖବର ଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *