ଏବେ ଚର୍ଚ୍ଚାରେ ଯୁବତୀଙ୍କ ଠାରୁ ଚାପୁଡା ଖାଇଥିବା ଲକ୍ଷ୍ନୌ କ୍ୟାବ ଡ୍ରାଇଭର, କରିବେ ରାଜନୀତି, ରାଜନୀତିରେ ପାଦ ଦେବାର କାରଣ ସେ ଯାହା କହିଲେ ଶୁଣି ଚମକି ପଡିବେ

ବନ୍ଧୁଗଣ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓର ଚର୍ଚା ଭାରତର ସମସ୍ତ ସ୍ଥାନରେ ହୋଇଛି । ଏହି ଭିଡିଓରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ବିନା ଦୋଷରେ ଜଣେ ମହିଳା ମାଡ ମାରିଥିଲେ । ଏହି ହୃଦୟ ବିଦାରକ ଭିଡିଓ ଦେଖି ସମସ୍ତ ଲୋକ ସେହି ଯୁବତୀଙ୍କୁ ବହୁତ ଟ୍ରୋଲ କରିଥିଲେ । କ୍ୟାବ ଡ୍ରାଇଭରଙ୍କର କିଛି ବି ଦୋଷ ନଥିଲା ହେଲେ ବିନା କାରଣରେ ମହିଳା ତାଙ୍କୁ ମାଆଡ ମାରଇ ବେଜଇତ କରିଥିଲେ ।

ତେବେ ବନ୍ଧୁଗଣ ଏହି ଘଟଣାଟି ଲକ୍ଷ୍ନୌରେ ଘଟିଥିଲା ଏହି ଘଟଣାର ଚର୍ଚା ଏବେ ମଧ୍ୟ ଅନେକ ସ୍ଥାନରେ ହେଉଛି । ସେହି କ୍ୟାବ ଡ୍ରାଇଭରଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ରାସ୍ତା ଉପରେ ମହିଳାଙ୍କ ଠାରୁ ମଆଡ ଖାଇଥିବା କ୍ୟାବ ଡ୍ରାଇଭର ବର୍ତ୍ତମାନ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ତେବେ ଆସନ୍ତୁ ଜାଣିବା କଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ । ଉତ୍ତର ପ୍ରଦେଶର ରାଜଧାନୀ ରାସ୍ତାରେ ପୋଲିସ ଆଗରେ ଜଣେ ଯୁବତୀଙ୍କ ଠାରୁ ଚାପଉଡା ଉପରେ ଚାପଉଡା ଖାଉଥିଲେ ସାଦତ ଅଲି । ତେଣୁ ଏବେ ସାଦତ ଅଲି ରାଜନୀତିରେ ପ୍ରବେଶ କରିବେ ବୋଲି ଜଣା ପଡିଛି । ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ମାମୁ ଶିବପାଳ ଯାଦବଙ୍କ ଦଳରେ ଯୋଗ ଦେଇଛନ୍ତି ସାଦତ ଅଲି ।

ଶିବପାଳ ଯାଦବଙ୍କ ଦଳରେ ଯୋଗ ଦେବା ପରେ ସାଦତ ଅଲି କହିଛନ୍ତି ଯେ, ତାଙ୍କ ସହ ସେଦିନ ଯାହା ଘଟିଥିଲା ସେ ତାହା କେବେ ଭୁଲିପାରିବେ ନାହିଁ । ନିଜେ ଯେମିତି ଲୋକ ମାନଙ୍କ ସାମ୍ନାରେ ଜଣେ ମହିଳାଙ୍କ ପାଇଁ ଅପମାନିତ ନଇର୍ଯାତିତ ହୋଇଛନ୍ତି ଆଉ କୌଣସି ପୁରୁଷକୁ ଯେମିତି ଏଭଳି ପରିସ୍ଥିତିର ସାମ୍ନା ନକରିବାକୁ ପଡିବ ସେଥିପାଇଁ ଅଣ୍ଟା ଭିଡି ଛନ୍ତି ସାଦତ ଅଲି । ଯେଉଁଠି ବି ପୁରୁଷଙ୍କ ଉପରେ ଅନ୍ୟାୟ ହେବ ସେହିଠି ସେ ନ୍ୟାୟ ପାଇଁ ସ୍ଵର ଉତ୍ତଳନ କରିବେ । ତେଣୁ ଏହି ଲକ୍ଷ ନେଇ ରାଜନୀତିରେ ପାଦ ଦେଇଛନ୍ତି ସାଦତ ।


ଏହି ବର୍ଷ ଜୁଲାଇ ୩୦ ତାରିଖରେ କ୍ୟାବରେ ଯାଉଥିଲେ ସାଦତ ହେଲେ ରାସ୍ତା ମଝିରେ ହଠାତ ପ୍ରିୟଦର୍ଶନୀ ଯାଦବ ନାମକ ଜଣେ ମହିଳା ଆସି ତାଙ୍କ ଗାଡି ସାମ୍ନାରେ ଛିଡା ହୋଇଗଲେ । ସାଦତ ଗାଡିରୁ ଓଲହାଇବା ମାତ୍ରେ ତାଙ୍କୁ ମଆରି ଚାଲିଲେ । ଏମିତିକି ଯୁବତୀଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ସାଦତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *