Diabetes ଭଲ କରେ ଏହି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର ? (Health benefits of guava Leaves)

ନମସ୍କାର ବନ୍ଧୁଗଣ ତେବେ ସାଙ୍ଗମାନେ ଆପଣ ମାନେ ଜାଣିଥିବେ କି ପିଜୁଳି ଖାଇବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ପିଜୁଳି କେବଳ ସ୍ଵାଦିଷ୍ଟ ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ପିଜୁଳିରେ ଭିଟାମିନ ଏ, ସି,ପୋଟାସିୟମ ଏବଂ ଫାଇବରର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ । ତେବେ ଏହି ପିଜୁଳି କିପରି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭ ଦାୟକ ଏବଂ ପିଜୁଳି ପତ୍ରକୁ କିପରି ଖାଇବା ଦ୍ଵାରା କଣ ଉପକାର ହୋଇଥାଏ ତାହା ମୁଁ ଆପଣଙ୍କୁ କହିବି ।


ତେବେ ପିଜୁଳିକୁ ଗରିବଙ୍କ ସେଓ ମଧ୍ୟ କୁହାଯାଏ । ଭାରତର ଜଳବାୟୁରେ ପିଜୁଳି ଗଛ ଅନୁକୂଳ ହେଉ ଥିବାରୁ ଆମେ ଗର୍ବିତ ହେବା ଉଚିତ । ପିଜୁଳି ଗଛର ପତ୍ର ଓ ଫଳ ଏବଂ ଛାଲି ସବୁକୁ ବ୍ୟବହାର କରି ହୁଏ । ଆଜିକାଲି ଅନେକ ପ୍ରକାର କ୍ୟାନସର ରୋଗ ସବୁ ଦେଖା ଯାଉଚି । ତେବେ ନିୟମିତ ପିଜୁଳି ଖାଇବା ଲୋକ କ୍ୟାନସର ରୋଗ ଠାରୁ ଦୂରେଇ ରଖେ ବୋଲି ଡାକ୍ତର ମାନେ କୁହନ୍ତି ।

ତେବେ ପିଜୁଳି ଖାଇବା ଦ୍ବାରା ଆପଣଙ୍କର ରକ୍ତହୀନତା ଦୂର ହୋଇଥାଏ ଏବଂ କୋଷ୍ଠକାଠିନ୍ୟ ମଧ୍ୟ ଦୂରେଇ ଯାଇଥାଏ । ବୟସ ବଢିଲେ ଲୋକଙ୍କ ଥଣ୍ଡା କାସ ଆଦି ଲାଗି ରହିଥାଏ । ପିଜୁଳି ଖାଇବା ଦ୍ବାରା ତାହା ମଧ୍ୟ ଠିକ ହୋଇଯାଇଥାଏ । ବୟସ୍କ ଲୋକ ମାନଙ୍କୁ ପିଜୁଳି ଖୁବ ବଳ ଯୋଗାଇଥାଏ । ସେମାନଙ୍କ ରକ୍ତ ମଧ୍ୟ ବଢ଼ିଥାଏ । ପିଜୁଳି ଛୋଟ ପିଲା ମାନଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢେଇ ଥାଏ ।

ପିଜୁଳିକୁ କଳା ଲୁଣ ସହିତ ଖାଇଲେ ଏହା ଅଜୀର୍ଣ୍ଣତା ଦୂର କରିଥାଏ ଏବଂ କଫ ଦୋଷ ମଧ୍ୟ ଦୂର କରିଥାଏ । କେବଳ ପିଜୁଳି ନୁହେଁ ଏହାର ଏହାର ପତ୍ର ମଧ୍ୟ ଖୁବ ଗୁଣକାରୀ ଅଟେ । ଏଥିରେ ମଧ୍ୟ ଅନେକ ଭିଟାମିନ ରହିଥାଏ । ଏହା ମୁହଁରୁ ନେଇ ପେଟ ପର୍ଯ୍ୟନ୍ତ ଅନେକ ରୋଗ ଦୂର କରିଥାଏ । ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡ଼ାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । ପିଜୁଳି ପତ୍ରର ରସ ଆମ ତ୍ୱଚା ଓ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରାତିରେ କ୍ଷୀର ସହିତ ମିଶାଇ ପିଇଲେ ଭଲ ନିଦ୍ରା ହୋଇଥାଏ । ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ପିଜୁଳି ପତ୍ରକୁ ବାଟି ତାର ରସ ପିଲାଙ୍କୁ ପିଇବାକୁ ଦେଲେ ସେମାନଙ୍କର ଝାଡ଼ା ମଧ୍ୟ କମି ଯାଇଥାଏ । ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବେ କାର୍ଯ୍ୟ କରିଥାଏ ।


ରକ୍ତରେ ବଢୁଥିବା ଶର୍କରା ଭାଗକୁ କମ କରିବାରେ ଏବଂ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଏହି ଚାହା ଆମ କୋଲେଷ୍ଟରଲ ଲେଭଲକୁ କମ କରିଥାଏ । ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଫଳରେ ଆମ ହୃତପିଣ୍ଡ ସୁସ୍ଥ ରହିଥାଏ । ପିଜୁଳି ପତ୍ରକୁ ଚୋବାଇ ଖାଇଲେ ପେଟରେ ଥିବା କୃମି ମଧ୍ୟ ନଷ୍ଟ ହୋଇ ଯାଆନ୍ତି ଏବଂ ପାଚନ କ୍ରିୟା ମଧ୍ଯ ମଜବୁତ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *