ରାଗକୁ କେମିତି କରିବେ କଣ୍ଟ୍ରୋଲ ? ଜାଣନ୍ତୁ 5 ଟି ଉପାୟ ! Dr Satyakam Mohapatra

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଲୋକଙ୍କ ଚିନ୍ତାଧାରା, ସ୍ଵଭାବ ଓ ଚରିତ୍ର ଭିନ୍ନ ଭିନ୍ନ ଥାଏ । ଅନେକ ଲୋକ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଏହି ଲୋକମାନଙ୍କର ରାଗିବା ଆଚରଣ ପାଇଁ ଏମାନଙ୍କୁ କେହି ପସନ୍ଦ କରି ନଥାନ୍ତି ଓ ଏହି ଲୋକମାନେ ନିଜର ଏହି ଆଚରଣ ପାଇଁ ନିଜ ଜୀବନରେ ବହୁତ କିଛି ହରାଇ ବସନ୍ତି । ତେବେ ରାଗ କିପରି କଣ୍ଟ୍ରୋଲ କରିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଯଦି ଆପଣ ଅଧିକ ରାଗୁ ଛନ୍ତି ତା ହେଲେ ଆପଣ ଏହି ଖବରଟି ନିଶ୍ଚୟ ଜାଣନ୍ତୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଯଦି ଆପଣ କୌଣସି ସ୍ଥାନରେ ଅଛନ୍ତି ଓ କାହା ସାମ୍ନାରେ ଛିଡା ହେବା ବେଳେ ଆପଣଙ୍କୁ ରାଗ ଆସୁଛି ତା ହେଲେ ଆପଣ ତୁରନ୍ତ କିଛି ରେସପନ୍ସ କରନ୍ତୁ ନାହିଁ । ଆପଣ ମାନେ ଟିକେ ସମୟ ଚୁପ ରୁହନ୍ତି ଓ ତା ପରେ କୁହନ୍ତି ଏମିତିରେ ଆପଣ ନିଜ ରାଗକୁ କଣ୍ଟ୍ରୋଲ କରିପାରିବେ ।

୨. ଆମର ମସ୍ତିକ ଦୁଇ ଭାଗରେ କାମ କରିଥାଏ ପ୍ରଥମ ଭାଗକୁ ଆମେ ଇମୋସନାଲ ରେସ୍ପୋନସ କହିଥାଉ ଆଉ ଦ୍ଵିତୀୟଟି ହେଉଛି ରେସନାଲ ରେସ୍ପୋନସ । ଯେତେବେଳେ କିଛି ପରିସ୍ଥିତି ଆସେ ସେତେବେଳେ ଆମେ ନବୁଝି ନଜାଣି ରିଆକ୍ଟ କରିଥାଉ ତାହା ସାଧାରଣତଃ ଭୁଲ ହୋଇଥାଏ । ଏମିତିରେ ଆମେ ରାଗିକି କହିଦେଇ ଥାଉ ଆମେ ଜାଣି ପାରି ନଥାଉ କଣ କହିଲେ ଭୁଲ ହେବ କଣ କହିଲେ ଠିକ ହେବ । ଅଧିକାଂଶ କ୍ଷେତ୍ରରେ ଏହା ଇମୋସନାଲ ରେସ୍ପୋନସରେ ଆସିଥାଏ ।

୩. ବନ୍ଧୁଗଣ କେତେକ କ୍ଷେତ୍ରରେ ରେସନାଲ ରେସ୍ପୋନସ ପାଇଁ ମଧ୍ୟ ଆମକୁ ରାଗ ଆସିଯାଇଥାଏ । ଯେତେବେଳେ ଆମେ ଭାବି ଚିନ୍ତି କେଉଁ ପରିସ୍ଥିତିରେ କଣ କହିବା ଉଚିତ ତାହା କହିଥାଉ ତାକୁ ରେସନାଲ ରେସ୍ପୋନସ କୁହାଯାଏ । କୌଣସି କଠିନ ପରିସ୍ଥିତି ଆସିଲେ ଆମେ ବାଧ୍ୟ ହୋଇ ରାଗି ଥାଉ ହେଲେ ସେହି ପରିସ୍ଥିତିରେ ଆପଣ ନିଜକୁ କଣ୍ଟ୍ରୋଲ କରିବା ଉଚିତ । ଏହାଦ୍ବାରା ଆପଣ ମାନେ ଦେଖିବେ ଆପଣଙ୍କ ରେସ୍ପୋନସ ଠିକ ରହିବ ।

୪. ବନ୍ଧୁଗଣ ଚତୁର୍ଥ ହେଉଛି ଆପଣ ମାନେ ଜାଣିଛନ୍ତି କେଉଁ ଲୋକ ସହ ଆପଣ କଥା ହେବେ ଯାହାଫଳରେ ଆପଣଙ୍କୁ ଆଗରୁ ହିଁ ରାଗ ଲାଗିବ । ସେହି ସମୟରେ ଆପଣ ନିଜ ବ୍ୟବହାର ଉପରେ କଣ୍ଟ୍ରୋଲ ରଖନ୍ତୁ ଓ ରାଗନ୍ତୁ ନାହିଁ । ଏହା ଦ୍ଵାରା ସାମ୍ନା ବାଲା ଲୋକ ବି ଆପଣଙ୍କ ସହ ଠିକ ବ୍ୟବହାର କରିବ ।

୫. ଆପଣ ମାନେ ରାଗରେ ଥିଲେ ବି ଠିକ ବ୍ୟବହାରରେ କଥା କହିଲେ ସାମ୍ନା ବାଲା ଲୋକ ବି ଆପଣଙ୍କ ସହ ନରମିକି କଥା ହେବ । ହଠାତ କାହା ଉପରେ ରାଗିକି କିଛି ଖରାପ ବ୍ୟବହାର କରିବା ଭୁଲ ସେହି ସମୟରେ ଆପଣ ଠିକ ବ୍ୟବହାରରେ ମୂଳ କଥାକୁ କହିଲେ କଥାଟି ସମାଧାନ ହେବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *