ରାଜା-ମହାରାଜାଙ୍କ ପରି ଜୀବନ ବଞ୍ଚନ୍ତି Bollywood ର ଏହି 5 ଜଣ ସୁପର ଷ୍ଟାର, ନମ୍ବର 1 ତ ଅଟନ୍ତି ଅସଲି ନବାବ

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ଏପରି ବହୁତ କଳାକାରଙ୍କ ଜୀବନୀ ବିଷୟରେ ଶୁଣିଥିବେ ଯେଉଁମାନେ ବହୁତ ସଂଘର୍ଷ କରିବା ପରେ ବଲିଉଡରେ ପାଦ ରଖି ପାରିଥିଲେ । ବଲିଉଡର କିଛି ତାରକା ଏପରି ଅଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ବନାଇବା ପାଇଁ କେବେ ଭୋକରେ ରହିଛନ୍ତି ତ କେବେ ରାସ୍ତାକଡ଼ରେ ରାତି ବିତାଇଛନ୍ତି । କିନ୍ତୁ କିଛି କଳାକାର ଏପରି ବି ଅଛନ୍ତି ଯେଉଁମାନେ ମୁହଁରେ ରୁପା ଚାମୁଚ ନେଇ ଜନ୍ମ ହୋଇଥିଲେ । ଏହି ଲେଖା ମାଧ୍ୟମରେ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏପରି ତାରକା ମାନଙ୍କ ବିଷୟରେ ଜଣାଇବୁ ଯେଉଁମାନେ ବହୁତ ଧନୀ ପରିବାରରୁ ଅଟନ୍ତି।

୧- ପ୍ରଥମ ରେ ହେଉଛନ୍ତି ସୈଫ ଅଲ୍ଲୀ ଖାଁ। ତେବେ ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସୈଫ ଅଲ୍ଲୀ ଖାଁ ନବାବ ପରିବାରର ଅଟନ୍ତି । ଆପଣଙ୍କୁ କହି ରଖୁଛୁ ଯେ ତାଙ୍କ ପିତା ନବାବ ମହମ୍ମଦ ମନସୁର ଅଲି ଖାଁ, ସିଦ୍ଦିକି ପତ୍ଉଦି ଙ୍କ ପରେ ତାଙ୍କ ଉତ୍ତରାଧିକାରକୁ ସମ୍ଭାଳି ଥିଲେ।ତେବେ ସୈଫ ଅଲ୍ଲୀ ଖାଁଙ୍କ ପାଖରେ ଭୋପାଲରେ ପଟୋଉଡଦି ଖାନଦାନର ପ୍ରାୟ ୫୦୦୦କୋଟିର ସମ୍ପତି ଅଛି । ଏହା ଛଡା ଦିଲ୍ଲୀ, ମୁମ୍ବାଇ ଓ ଗୁରୁଗ୍ରାମରେ ମଧ୍ୟ ତାଙ୍କର ସମ୍ପତି ଅଛି । ତାଙ୍କ ମା ଶର୍ମିଲା ଟାଗୋର ନିଜ ସମୟରେ ଖୁବ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ।

୨- ଦ୍ଵିତୀୟ ରେ ହେଉଛନ୍ତି ଆଦିତି ରାଓ ହାଇଡରି। ତେବେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଆଦିତ୍ୟ ରାଓ ହାଇଡାରୀ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ତାମିଲ, ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଅଭିନେତ୍ରୀ ଆଦିତ୍ୟ ରାଓ ହାଇଡାରୀ ରାଜ ମହାରାଜାଙ୍କ ପରିବାରର ଅଟନ୍ତି । ଆଦିତ୍ୟଙ୍କ ଜେଜେବାପା ଆକବର ହାଇଡାରୀ ୧୮୬୯ ରୁ ୧୯୪୨ ପର୍ଯ୍ୟନ୍ତ ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଥିଲେ । ଏହା ବ୍ୟତୀତ ଆଦିତ୍ୟ ହେଉଛନ୍ତି ଆସାମର ପୂର୍ବତନ ରାଜ୍ୟପାଳ ଥିବା ମହମ୍ମଦ ସାଲେହ ଆକବର ହାଇଡାରୀଙ୍କ ଭାଣିଜୀ।

୩- ତୃତୀୟ ରେ ହେଉଛନ୍ତି ଅରୁଣୋଦୟ ସିଂ। ତେବେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଅରୁଣୋଦୟ ସିଂ ବଲିଉଡ ଇଣ୍ଡଷ୍ଟ୍ରିରେ ବିଶେଷ ପରିଚୟ ତିଆରି କରି ପରି ନାହାନ୍ତି । କିନ୍ତୁ ସେ ତାଙ୍କ ରାଜକୀୟ ଜୀବନ ଶୈଳୀ ପାଇଁ ସବୁବେଳେ ଖବରରେ ରହି ଆସିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଅରୁଣୋଦୟ ସିଂ ଜିସ୍ମ-୨, ମେହେନାଜୋଦାରୋ, ବ୍ଲାକମେଲ ଏବଂ ସିକନ୍ଦର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ନାତି । ତାଙ୍କ ପିତା ଅଜୟ ସିଂ କଂଗ୍ରେସ ଦଳର ଜଣେ ଦିଗଜ ନେତା । ଅରୁଣୋଦୟ ସିଂଙ୍କ ଜୀବନ ଶୈଳୀ ଏପରି ଯେ ରାଜା ମହାରାଜାଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି।

୪- ଚତୁର୍ଥ ରେ ହେଉଛନ୍ତି ରିତେଶ ଦେଶମୁଖ। ଚଳଚ୍ଚିତ୍ର ଅଭିନେତା ରିତେଶ ଦେଶମୁଖ ମଧ୍ୟ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆପଣଙ୍କୁ କହିବି ଯେ ରିତେଶ ଦେଶମୁଖଙ୍କ ପିତା ବିଳାସ ରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ଭାଇ ମଧ୍ୟ ଜଣେ ରାଜନେତା।

୫- ପଞ୍ଚମ ରେ ହେଉଛନ୍ତି ରଣବୀର ସିଂହ।ତେବେ ରଣବୀର ସିଂ ତାଙ୍କର ପରିଶ୍ରମ ଏବଂ ଉତ୍କୃଷ୍ଟ ଅଭିନୟ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ଭଲ ନାମ ଅର୍ଜନ କରିଛନ୍ତି । ସେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରିଛନ୍ତି । ଆପଣ ସମସ୍ତେ ରଣବୀର ସିଂଙ୍କ ସଂଘର୍ଷର ଅନେକ କାହାଣୀ ନିଶ୍ଚୟ ଶୁଣିଥିବେ । କିନ୍ତୁ ବାସ୍ତବରେ ସେ ଏକ ଧନୀ ପରିବାରର ଅଟନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଚଳଚ୍ଚିତ୍ର ଅଭିନେତା ରଣବୀର ସିଂଙ୍କ ପିତା ଜଗଜିତ୍ ସିଂ ଜଣେ ବଡ ତଥା ଜଣାଶୁଣା ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *