ସ୍କୁଲ ଯିବା ପୂର୍ବରୁ ଛୋଟ ପିଲାଙ୍କୁ କଣ ଶିଖାଇବେ ? Sambit Nanda

ନମସ୍କାର ବନ୍ଧୁଗଣ ତେବେ ଛୋଟ ପିଲାମାନେ ପାଠ ପଢ଼ିବା ପୂର୍ବରୁ କିଛି କିଛି ଶିକ୍ଷା କରିବା ଆବଶ୍ୟକ । ଯାହା ଫଳରେ ସେମାନେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେବେ ଗୋଟେ ଛୋଟ ପିଲା ଯେଉଁ ସମୟରେ ପ୍ରଥମ ଥର ସ୍କୁଲ ଯାଇଥାଏ ସେହି ସମୟରେ ପିଲାଟି ଅଳି କରିଥାଏ କାରଣ ସେହି ପିଲାଟି ଜନ୍ମରୁ ଖେଳି ଖେଳି ଆସିଥାଏ ସେହି କାରଣରୁ ପିଲାଟି ସ୍କୁଲ ଯିବା ପାଇଁ ଇଚ୍ଛା ପ୍ରକାଶ କରି ନଥାଏ । ସେହି କାରଣରୁ ପ୍ରଥମେ ସେହି ପିଲାଟିକୁ ଖେଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ।

ତେବେ ଯାହା ଫଳରେ ସେହି ପିଲାଟି ସ୍କୁଲ ଯିବା ପାଇଁ ଆଗ୍ରହ ପ୍ରକାଶ କରିବ । ତେବେ ଆଜିକାଲି ପିତାମାତା ସେମାନଙ୍କର ପିଲା ମାନଙ୍କୁ ଘରେ ଛାଡ଼ି ଚାଲି ଯାଉଛନ୍ତି । ଯାହା ଫଳରେ ସେହି ପିଲାଟି ଫୋନରେ ନିଜର ଅଧିକାଂଶ ସମୟ ଅତିବାହିତ କରୁଛି । ତେବେ ପିଲାଟିକୁ ଘରେ ଛାଡ଼ି ଚାଲିଯିବା ବଦଳରେ ସେମାନଙ୍କୁ ସେମାନଙ୍କ ସାଙ୍ଗର ପିଲାଙ୍କ ସହିତ ଖେଳିବା ପାଇଁ ଛାଡ଼ିବା ଆବଶ୍ୟକ ।

ଯାହା ଫଳରେ ସେହି ପିଲାଟି ସେମାନଙ୍କ ସହିତ ମିଶି ଖେଳିବା ଫଳରେ ନିଜର ମାନସିକ ଓ ଶାରିରୀକ ବିକାଶ ଭଲ ଭାବରେ ବୁଝି ପାରିବ ଓ ଖେଳର ନିୟମକୁ ଭଲ ଭାବରେ ବୁଝିବା ଭଳି ସେ ପଢିବାକୁ ମଧ୍ୟ ଭଲ ଭାବରେ ବୁଝି ପାରିବ । ତେବେ ପିଲାମାନଙ୍କୁ ପ୍ରଥମେ ଲେଖା ଶିଖାଇବା ପାଇଁ ସେମାନଙ୍କୁ ଚିତ୍ର ଶିଖାଇବା ଆବଶ୍ୟକ । କାରଣ ଲେଖା ଶିଖାଇବା ପାଇଁ ପ୍ରଥମେ ସେମାନଙ୍କୁ ପେନସିଲର ବ୍ୟବହାର ଶିଖାଇବା ଆବଶ୍ୟକ ।


ତେବେ ଏହାର ବ୍ୟବହାର ଶିକ୍ଷା କରିବା ପାଇଁ ଆମେ ସେମାନଙ୍କୁ ସିଧା ସଳଖ ପାଠ ପଢ଼ାଇବା ଉଚିତ ନୁହେଁ । ସେହି କାରଣରୁ ସେମାନଙ୍କୁ ପ୍ରଥମେ ଚିତ୍ର ମାଧ୍ୟମରେ ଲେଖା ଶିଖାଇବା ଆବଶ୍ୟକ । କିନ୍ତୁ କିଛି ଲୋକ ସେମାନଙ୍କର ପିଲା ମାନଙ୍କୁ ଏହା ନ ଶିଖାଇ ସେମାନଙ୍କୁ ନେଇ ସିଧା ସଳଖ ପାଠ ପଢିବାକୁ ବାଧ୍ୟ କରନ୍ତି ଯାହା ଫଳରେ ସେହି ପିଲାଟି ପାଠ ପଢିବାକୁ ଇଚ୍ଛା ପ୍ରକାଶ କରେ ନାହିଁ ।

ତେବେ ପିଲାମାନଙ୍କୁ ପ୍ରଥମେ ପାଠ ପଢିବା ଶିଖାଇବା ପୂର୍ବରୁ ସେମାନଙ୍କୁ ସେମାନଙ୍କ ସାଙ୍ଗ ମାନଙ୍କ ସହିତ ଖେଳିବା ଓ ସେମାନଙ୍କ ସହିତ ସମୟ ବିତାଇବା ପାଇଁ ଦେବା ଆବଶ୍ୟକ ।କାରଣ ଆମେ ଏହା ଦେଖୁ ଯଦି ଗୋଟିଏ ପିଲା ପାଠ ପଢିବା କିମ୍ବା ଖାଦ୍ୟ ଖାଇବା ପାଇଁ ଇଚ୍ଛା କରେ ନାହିଁ ସେହି ସମୟରେ ସେହି ପିଲାଟି ଯଦି ନିଜ ସହିତ ଅନ୍ୟ କୌଣସି ସାଙ୍ଗ ମାନଙ୍କୁ ପାଠ ପଢ଼ିବା ଓ ଖାଦ୍ୟ ଖାଇବାର ଦେଖନ୍ତି ତେବେ ସେମାନେ ମଧ୍ୟ ସେମାନଙ୍କ ସହିତ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ।


ତେବେ ଏହା ସହିତ ସେମାନେ ସେମାନଙ୍କ ସହିତ ସେମାନେ ଅନେକ ନୂତନ ନିୟମ ମଧ୍ୟ ଶିକ୍ଷା କରନ୍ତି । ଏହା ସହିତ ପିଲାମାନଙ୍କୁ ପ୍ରଥମେ ସେମାନଙ୍କ ପିତା ମାତା ସମୟ ଦେବା ଆବଶ୍ୟକ । ତେବେ ଯଦି ପିତା ମାତା ସେମାନଙ୍କ ସମ୍ମୁଖରେ ଅଧିକ ସମୟ ବସି ଫୋନ କିମ୍ବା ଟିଭି ଦେଖନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ତେବେ ପିଲାମାନଙ୍କୁ ସେମାନଙ୍କର ପିତାମାତା ଅଧିକ ସମୟ ଦେବା ଆବଶ୍ୟକ ।

ସେମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବା ଫଳରେ ସେମାନେ ସେମାନଙ୍କ ପାଖରୁ ବହୁତ କିଛି ଶିକ୍ଷା କରିବାକୁ ପାଇଥାନ୍ତି । ତେଣୁ ପିଲାର ଉନ୍ନତି ପାଇଁ ପିତାମାତାଙ୍କ ଭୂମିକା ମୁଖ୍ୟ ହୋଇଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *