ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ପ୍ରେମର ଗୁମର ଖୋଲିଲେ ଅଭିନେତ୍ରୀ ତଥା ପତ୍ନୀ Lata Mandala, କହିଲେ ‘ସେ ମୋ ପୂର୍ବରୁ ଆଉ ଜଣଙ୍କ ସହ ବିବାହ କରି…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତା ଦୈତାରୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଦୈତାରୀ ଓଡିଆ ଯାତ୍ରା ଜଗତରେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଦୈତାରୀ ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳଙ୍କ ସହ ବିବାହ କରିଥିଲେ । ଲତା ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ହେଲେ ସେ ମଞ୍ଚ ଛାଡି ଦେଇଥିଲେ ।

ଲତା ଏକ ସାକ୍ଷାତ୍କାରରେ ନିଜ ପ୍ରେମ ଜୀବନୀ ବିଷୟରେ କହିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଲତା ମଣ୍ଡଳ କହିଛନ୍ତି-‘ମୁଁ ମୋ ନିଜ ଇଛାରେ ମଞ୍ଚ ଛାଡିଛି । ଯାତ୍ରା ପାର୍ଟିରେ ଚଳିବା ଗୋଟେ ଏକୁଟିଆ ସ୍ତ୍ରୀ ଲୋକ ଭାରି କଷ୍ଟ । ଏହା ସହିତ ତାଙ୍କ ଯାତ୍ରା ପାର୍ଟି ଆଉ ଆମ ଯାତ୍ରା ପାର୍ଟି ଭିତରେ କମ୍ପିଡିସନ ବଢିଲା ।

ମୁଁ ମୋ ବାପାଙ୍କ ସହ ପ୍ରଥମେ ରହୁ ଥିଲି ତା ପରେ ପଣ୍ଡା ବାବୁଙ୍କ ସହ ବିବାହ କରି ରହିଲି । ହେଲେ ଏବେ ଆମେ ଅଲଗା ରହୁଛୁ । ଗୋଟେ ସ୍ତ୍ରୀ କେବେ ଚାହେଁନି ତାର ସ୍ଵାମୀ ଠାରୁ ଅଲଗା ରହିବା ପାଇଁ । ତାଙ୍କ ପରିବାର ଆଡୁ ପ୍ରେସର ପଡିଲା ତାଙ୍କର ଯିଏ ଆଗ ସ୍ତ୍ରୀ ସେ ସବୁ ବେଳେ ବିରୋଧ କଲେ । ମୋ ପୂର୍ବରୁ ସେ ଆଉ ଜଣଙ୍କ ସହ ବାହା ହେଇଥିଲେ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ତାରିଣୀ ଗଣନାଟ୍ୟରେ କାମ କରିବା ବେଳେ ପରିବାର ବିବାଦ ପାଇଁ ମୁଁ ଟିକେ କନ୍ଦାକାଟ କରିଥିଲି । ସେହି ସମୟରେ ତାଙ୍କ ସହ ପ୍ରେମ ହେଲା । ପାନ ଖାଇବା ସେ ମୋତେ ଶିଖେଇ ଥିଲେ ହେଲେ ମୁଁ ଏବେ ପାନ ଖାଉନି । ସେତେବେଳେ ପ୍ରେମ ହେବା ପରେ ବାହାଘର ହେଲା । ପୁରୀ ଜଗନ୍ନାଥଙ୍କ ପାଖରେ ମାଳ ଅଦଳବଦଳ କରି ବିବାହ ହେଲା । ସେ ମୋତେ ପାଗଳ ଭଳିଆ ଭଲ ପାଇଲେ ଆଉ ଏଥିପାଇଁ ସେ ଥରେ ଦୁଇଥର ମାଲିକଙ୍କ ପାଖରେ ଭୁଲ ମାଗିଛନ୍ତି ।

ମୁଁ ତାଙ୍କର କମ୍ପ୍ଲେନ କରିଥିଲି ସେତେବେଳେ ତ ଫୋନ ନଥିଲା ଅନ୍ୟ ପିଲାଙ୍କ ଦ୍ଵାରା କହିବେ ତାକୁ ଟିକେ ଡାକିବୁ । ତାଙ୍କର ଭଲ ପାଇବା ମୋ ଉପରେ ଆଗ ତା ପରେ ମୁଁ ଟିକେ ଟିକେ ତାଙ୍କ ଆଡୁ ଢଳିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଲତା ମଣ୍ଡଳ ନିଜ ପ୍ରେମ ଗୁମର ଖୋଲି ଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *