Big Update: ଅପେକ୍ଷାର ଅନ୍ତ ଘଟିଲା, ସୁରକ୍ଷିତ ଭାବେ ଉଦ୍ଧାର ହେଲା Rahul, ଦେଖନ୍ତୁ Exclusive ଭିଜୁଆଲ

ଦୀର୍ଘ 100 ଘଣ୍ଟା ବିତିଗଲା, ଅପରେସନ ରାହୁଲକୁ ନେଇ ଯେତିକି ଆଶା ଦେଖାଦେଇଥିଲା, ସେତିକି ଆଶଙ୍କା ବି ଲାଗିରହିଥିଲା । କିନ୍ତୁ ଏବେ ସେ ସବୁର ଅନ୍ତ ଘଟିଛି । ରାହୁଲ କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଛି । ଯାହାର ଲାଇଭ ଭିଜୁଆଲ ଆମେ ଆପଣଙ୍କୁ ଦେଖାଉଛୁ । ଲୋକଙ୍କ ଭିଡ ଲାଗି ରହିଛି । କରତାଳି ସହ ସମସ୍ତେ ଭିଡିଓ ରେକର୍ଡ କରିବାରେ ଲାଗିଛନ୍ତି । ତୁରନ୍ତ ତାହାକୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ବିଳାସପୁର ଆପୋଲୋ ହସ୍ପିଟଲ ରେ ଭର୍ତ୍ତି କରାଯିବ ।

ଯେଉଁଥି ପାଇଁ 3 ଟି ଆଇସିଇଉ ବ୍ୟବସ୍ଥା ଥିବା ସ୍ପେଶାଲ ଆମ୍ବୁଲାନ୍ସ ର ବ୍ୟବସ୍ଥା କରା ଯାଇଛି । ଭିଡକୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ମଧ୍ୟ ମୁତୟନ ଅଛନ୍ତି । ଉଦ୍ଧାର କାରୀ ଟୀମ ଙ୍କ ପ୍ରଚେଷ୍ଟା ବଳରେ ଆଜି ରାହୁଲ ସୁରକ୍ଷିତ ଉଧାର ହୋଇଛନ୍ତି । ଆର୍ମୀର ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି । ତେବେ ଆଜିକୁ 5 ଦିନ ଧରି ଜାରି ରହିଥିବା ଅପରେସନ୍ ଆଜି ସଫଳ ହୋଇଛି । ଉଧାରକାରୀ ଟୀମ କୁ ବଡ ସଫଳତା ମିଳିଛି । ଇତିମଧ୍ୟରେ ସମାନ୍ତରାଳ ଭାବେ ପ୍ରାୟ ୮୦ ଫୁଟ ତଳକୁ ଗାତ ଖୋଳାସରି ସୁଡ଼ଙ୍ଗ ଖୋଳା ହୋଇଥିଲା ।

ରାୟପୁରରୁ ଆସିଥିବା ହେଭି ମେସିନାରୀ ସହ ରକ୍ ବ୍ରେକର ସହାୟତାରେ ସୁଡ଼ଙ୍ଗ ଖୋଳା ଯାଇଥିଲା । ଷ୍ଟୋନ ବ୍ରେକର ସହାୟତାରେ ପଥରକୁ ଭେଦି ଏନ୍‌ଡିଆରଏଫ୍ ଏବଂ ଏସ୍‌ଡିଆରଏଫ୍ ଯବାନ ରାହୁଲ କୁ ଉଦ୍ଧାର କରିଛନ୍ତି । ପ୍ରାୟ ୫ଫୁଟ ଲମ୍ବର ସୁଡ଼ଙ୍ଗ ଖୋଳିବା ପରେ ସେହି ବାଟ ଦେଇ ରାହୁଲ ନିକଟରେ ଯବାନ ପହଞ୍ଚିଥିଲେ ଓ ରାହୁଲ କୁ ଉଦ୍ଧାର କରିଛନ୍ତି ।

କିନ୍ତୁ ଅପରେସନରେ ପ୍ରତିବନ୍ଧକ ସାଜିଥିଲା ପଥର ଖଣ୍ଡ । ତେଣୁ ଟନେଲ୍ ତଥା ସୁଡ଼ଙ୍ଗ ଖୋଳାରେ ବିଳମ୍ବ ହୋଇଥିଲା । ଏପରିକି କାଳେ ମାଟି ଧସିବ, ତେଣୁ ଅତି ସତର୍କତାର ସହ ଟନେଲ୍ ଖୋଳା ହୋଇଥିଲା । ରାହୁଲ କୁ ବଞ୍ଚେଇବା ଉଧାରକାରୀ ଟୀମ ପାଇଁ ସ୍ବାଉଠୁ ବଡ ଚାଲେଞ୍ଜ ହୋଇଥିଲା । ଗାତ ଭିତରେ ଥିବା ରାହୁଲକୁ ଧୈର୍ଯ୍ୟ ଆଉ ସାହସକୁ ମଧ୍ୟ ମାଣିବାକୁ ପଡିବ ଯାହା ପାଇଁ ଆଜି ସେ ଜୀବିତ ଫେରି ଆସିଛନ୍ତି ।

ନିୟମିତ ବ୍ୟବଧାନରେ ତାପାଖକୁ ଖାଦ୍ୟ ପଦାର୍ଥ ଯଥା କଦଳୀ, ସେଓ ସହ ଓଆର୍‌ଏସ୍‌ ପଠା ଯାଉଥିଲା । କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଥିଲା । ତାସହ ୨୪ ଘଣ୍ଟା ସିସିଟିଭି ଜରିଆରେ ମନିଟରିଂ କରାଯାଉଥିଲା। ତେବେ ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ୧୦ ବର୍ଷର ପିଲା ରାହୁଲ ସାହୁ ଗତ ଶୁକ୍ରବାର ଅପରାହ୍ନ ୪ଟାରେ ଖେଳୁ ଖେଳୁ ଖୋଲାଥିବା ବୋରୱେଲ ଗାତରେ ଗଳି ପଡ଼ିଥିଲା । ତେବେ ବର୍ତ୍ତମାନ ସମସ୍ତଙ୍କ ପାର୍ଥନା ହିଁ କାମ ଦେଇଛି । ଆଜି ଜିତିଲା ଜୀବନ, ଜିତିଲା ରାହୁଲ, ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *