ଯଦି ଲୋକ ଆପଣଙ୍କୁ ଛୋଟ ଭାବୁଛନ୍ତି ଓ ଦୁଃଖ ଦେଉଛନ୍ତି ତେବେ କଣ କରିବେ ? ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେଖିଥିବେ ଏ ଦୁନିଆରେ ଯେଉଁ ଲୋକ ପଇସା ରୋଜଗାର କରନ୍ତି କୌଣସି ଏକ ବଡ ପଦବୀକୁ ଚାଲି ଯାନ୍ତି ସେମାନେ ଯେତେବେଳେ ଶକ୍ତିଶାଳୀ ହୋଇଯାନ୍ତି ସେମାନେ ଅନ୍ୟ ମାନଙ୍କୁ ନୀଚ ନଜରରେ ଦେଖିଥାନ୍ତି ଅନ୍ୟ ମାନଙ୍କୁ ଛୋଟ ବୋଲି ଭାବି ଥାନ୍ତି । ସେତେବେଳେ ବହୁତ କଷ୍ଟ ଅନୁଭବ ହୁଏ । ଯେଉଁ ମାନେ ବି ଅନ୍ୟ ମାନଙ୍କୁ ନୀଚ ନଜରରେ ଦେଖୁଛନ୍ତି ପ୍ରକୃତରେ ସେ ଲୋକ କଣ ଛୋଟ ।

ସେ ଲୋକ ନୀଚ ହେଉ କି ନ ହେଉ ସେ କଷ୍ଟ ତ ଭୋଗୀ ଥାଏ । ଅନ୍ୟ ମାନେ ତାକୁ ଖରାପ ବ୍ୟବହାର କରିଥାନ୍ତି ଆଉ ସେ ଦୁଃଖ ପାଇଥାଏ । ଯଦି ଅନ୍ୟ ଲୋକ ଆମକୁ ନୀଚ ଦେଖାଉଛି ଛୋଟ ବୋଲି ଭାବୁଛି ଦୁଃଖ ଦେଉଛି ତା ହେଲେ ସେଥିରୁ ଆମେ କେମିତି ମୁକ୍ତି ପାଇବା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଜଣେ ବ୍ୟକ୍ତି ଥିଲା ତାର ସାଙ୍ଗ ମାନେ ତାକୁ ନୀଚ ନଜରରେ ଦେଖୁଥିଲେ ସେ ଦୁଃଖରେ ଗୌତମ ବୁଦ୍ଧ ପାଖରେ ଯାଇ ପହଞ୍ଚିଲା । ସେ ବୁଦ୍ଧଙ୍କୁ ନିଜର ସମସ୍ତ ଦୁଃଖ କହିଲା । ଏହା ଶୁଣିବା ପରେ ବୁଦ୍ଧ କହିଲେ ଜଣେ ମହାନ ଗୁରୁ ଥିଲେ ତାଙ୍କ ପାଖରେ କିଛି ଶିଷ୍ୟ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେ ଶିଷ୍ୟ ମାନେ ବହୁତ ବୁଦ୍ଧିମାନ, ବିଚକ୍ଷଣ ଥିଲେ । ହେଲେ ତାଙ୍କ ମଧ୍ୟରୁ ଜଣେ ଶିଷ୍ୟ ଦୁର୍ବଳ ଥିଲା ।

ଯେଉଁ କାମ ଗୁରୁ ତାକୁ କୁହନ୍ତି ସେ କରିପାରେ ନାହିଁ । ତେଣୁ ତାକୁ ଅନ୍ୟ ମାନେ ନିମ୍ନ ଦ୍ରୁଷ୍ଟିରେ ଦେଖୁଥିଲେ । କିଛି ଦିନ ପରେ ଗୁରୁ ବି ତାକୁ ନିମ୍ନ ଦ୍ରୁଷ୍ଟିରେ ଦେଖିଲେ । ଏହା ପରେ ଗୁରୁ ସେହି ଶିଷ୍ୟ ଉପରେ ରାଗି ତାକୁ ବାହାର କରିଦେବା ପାଇଁ ନିଷ୍ପତ୍ତି ନେଲେ । ଶିଷ୍ୟଟି ଦୁଃଖରେ ଭାଙ୍ଗି ପଡିଲା ଆଉ ଗୁରୁଙ୍କୁ କହିଲା ତାକୁ ଆଉ ଏକ ମଉକା ଦେବା ପାଇଁ । ଗୁରୁ ଏକ ସଭାକୁ ଯାଉଥିଲେ ଓ କହିଲେ ମୁଁ ଆସିବା ପର୍ଯ୍ୟନ୍ତ ତୁ ସେ ପାହାଡ ଉପରେ ରାମ ନାମ ଲେଖିବୁ ।

ଏହା ପରେ ଶିଷ୍ୟ ପାହାଡକୁ ଯାଇ ସମସ୍ତ ପଥରରେ ରାମ ନାମ ଲେଖିଛି । ଗୁରୁ ସନ୍ଧ୍ୟା ବେଳେ ଆସିବା ବେଳକୁ ତାଙ୍କ ରାଗ ଶାନ୍ତ ହୋଇଯାଇଛି ଆଉ ସେ ସେହି ପିଲା ପାଖକୁ ଯାଇଛନ୍ତି । ପାହାଡ ପାଖକୁ ଗଲା ବେଳକୁ ଗୁରୁଙ୍କ ଆଖିରୁ ଲୁହ ଖସି ପଡିଛି । ଶିଷ୍ୟ ଜଣକ ପାହାଡରେ ରାମ ନାମ ଲେଖିଛି ଏହା ଦେଖି ଗୁରୁ ବହୁତ ଖୁସି ହୋଇଯାଇଛନ୍ତି । ତେଣୁ ବନ୍ଧୁଗଣ ପ୍ରତ୍ୟକ ମଣିଷ ଭିତରେ କିଛି ନା କିଛି ଭଲ ଗୁଣ ଥାଏ କାହାକୁ କେବେ ନୀଚ ଦ୍ରୁଷ୍ଟିରେ ଦେଖିବା ଉଚିତ ନୁହେଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *