ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତା ଦୈତାରୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଦୈତାରୀ ଓଡିଆ ଯାତ୍ରା ଜଗତରେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଦୈତାରୀ ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳଙ୍କ ସହ ବିବାହ କରିଥିଲେ । ଲତା ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ହେଲେ ସେ ମଞ୍ଚ ଛାଡି ଦେଇଥିଲେ ।
ଲତା ଏକ ସାକ୍ଷାତ୍କାରରେ ନିଜ ପ୍ରେମ ଜୀବନୀ ବିଷୟରେ କହିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଲତା ମଣ୍ଡଳ କହିଛନ୍ତି-‘ମୁଁ ମୋ ନିଜ ଇଛାରେ ମଞ୍ଚ ଛାଡିଛି । ଯାତ୍ରା ପାର୍ଟିରେ ଚଳିବା ଗୋଟେ ଏକୁଟିଆ ସ୍ତ୍ରୀ ଲୋକ ଭାରି କଷ୍ଟ । ଏହା ସହିତ ତାଙ୍କ ଯାତ୍ରା ପାର୍ଟି ଆଉ ଆମ ଯାତ୍ରା ପାର୍ଟି ଭିତରେ କମ୍ପିଡିସନ ବଢିଲା ।
ମୁଁ ମୋ ବାପାଙ୍କ ସହ ପ୍ରଥମେ ରହୁ ଥିଲି ତା ପରେ ପଣ୍ଡା ବାବୁଙ୍କ ସହ ବିବାହ କରି ରହିଲି । ହେଲେ ଏବେ ଆମେ ଅଲଗା ରହୁଛୁ । ଗୋଟେ ସ୍ତ୍ରୀ କେବେ ଚାହେଁନି ତାର ସ୍ଵାମୀ ଠାରୁ ଅଲଗା ରହିବା ପାଇଁ । ତାଙ୍କ ପରିବାର ଆଡୁ ପ୍ରେସର ପଡିଲା ତାଙ୍କର ଯିଏ ଆଗ ସ୍ତ୍ରୀ ସେ ସବୁ ବେଳେ ବିରୋଧ କଲେ । ମୋ ପୂର୍ବରୁ ସେ ଆଉ ଜଣଙ୍କ ସହ ବାହା ହେଇଥିଲେ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।
ତାରିଣୀ ଗଣନାଟ୍ୟରେ କାମ କରିବା ବେଳେ ପରିବାର ବିବାଦ ପାଇଁ ମୁଁ ଟିକେ କନ୍ଦାକାଟ କରିଥିଲି । ସେହି ସମୟରେ ତାଙ୍କ ସହ ପ୍ରେମ ହେଲା । ପାନ ଖାଇବା ସେ ମୋତେ ଶିଖେଇ ଥିଲେ ହେଲେ ମୁଁ ଏବେ ପାନ ଖାଉନି । ସେତେବେଳେ ପ୍ରେମ ହେବା ପରେ ବାହାଘର ହେଲା । ପୁରୀ ଜଗନ୍ନାଥଙ୍କ ପାଖରେ ମାଳ ଅଦଳବଦଳ କରି ବିବାହ ହେଲା । ସେ ମୋତେ ପାଗଳ ଭଳିଆ ଭଲ ପାଇଲେ ଆଉ ଏଥିପାଇଁ ସେ ଥରେ ଦୁଇଥର ମାଲିକଙ୍କ ପାଖରେ ଭୁଲ ମାଗିଛନ୍ତି ।
ମୁଁ ତାଙ୍କର କମ୍ପ୍ଲେନ କରିଥିଲି ସେତେବେଳେ ତ ଫୋନ ନଥିଲା ଅନ୍ୟ ପିଲାଙ୍କ ଦ୍ଵାରା କହିବେ ତାକୁ ଟିକେ ଡାକିବୁ । ତାଙ୍କର ଭଲ ପାଇବା ମୋ ଉପରେ ଆଗ ତା ପରେ ମୁଁ ଟିକେ ଟିକେ ତାଙ୍କ ଆଡୁ ଢଳିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଲତା ମଣ୍ଡଳ ନିଜ ପ୍ରେମ ଗୁମର ଖୋଲି ଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।