କମେଣ୍ଟ ଦେଖି ରାଗିଗଲା Untalented Guy, ଆଉ ତାପରେ ଘଟାଇଲା କିଛି ଏଭଳି ଅଭାବନୀୟ ଗୁଳିକାଣ୍ଡ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ Untalented Guy କୁ ନେଇ ଏବେ ସବୁଆଡେ ଚର୍ଚା । ପ୍ରଥମେ ପ୍ରଥମେ Untalented Guy ଓରଫ ଉଦିତ ନାଏକର ଅଶ୍ଳୀଳ ଭାଷା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ଉଦିତ ନାଏକର ଗୁଳିକାଣ୍ଡ ଖବର ସବୁଆଡେ ଚର୍ଚାର ବିଷୟ ପାଲଟିଛି । ତେବେ ସୂଚନା ମୁତାବିକ ଯୂଟ୍ଯୂବରେ ନିଜର ଅଶ୍ଳୀଳ ଭାଷା ଓ ଅନ୍ୟର ଭିଡିଓରେ ରୋଷଟିଙ୍ଗ କରି ପୁଳା ପୁଳା ଟଙ୍କା କମାଉଥିଲା ଏହି Untalented Guy ।

ତେବେ ସେହିଭଳି ଏକ ରୋଷ୍ଟିଙ୍ଗ ଭିଡିଓରେ ଜଣେ ପିଲାର କମେଣ୍ଟକୁ ଦେଖି ପୁରା ଫିଡିକ ଯାଇଥିଲା Untalented Guy । ପିକୁ ନାମକ ଏକ ଯୁବକ Untalented Guy ର ଭିଡିଓରେ ଏପରି କିଛି କମେଣ୍ଟ କରିଦେଇଥିଲା । ଯାହାକୁ ଦେଖି Untalented Guy ର ମୁଣ୍ଡ ଖରାପ ହୋଇଯାଇଥିଲା । ଆଉ ତାପରେ ଉକ୍ତ ଯୁବକ ଉପରେ ରାଗି ଯାଇ ନିଜର କିଛି ସାଥିଦଳଙ୍କୁ ଉକ୍ତ ଯୁବକକୁ ଦେଖା କରିବାକୁ ଯାଇଥିଲା ।

ସେଠାରେ ପିକୁ ଓ ଉଦିତଙ୍କ ମଧ୍ୟରେ କଥାବାର୍ତ୍ତା ହେବା ମଧ୍ୟରେ ଉଦିତ ଓ ତା’ ର ସାଥି ମିଶି ପ୍ରଥମେ ପିକୁ ଓ ତା’ ର ଜଣେ ସାଙ୍ଗ ଉପରେ ଆଟାକ କରିବାକୁ ଆରମ୍ଭ କରିଦେଇଥିଲେ । ପ୍ରଥମେ ଗୁଳି ମାରିବା ସହ ପରେ ଛତିକୁ ଛୁରୀରେ ଆଘାତ କରି ଉଦିତ ଓ ତ’ ର ସାଥି ଦଳ ସେଠାରୁ ଲୁଚି ପଳାଇଥିଲେ । ଘଟଣା ସ୍ତଳକୁ ଲୁଚି ଉଦିତ ଅର୍ଥାତ Untalented Guy ଓ ତା’ ର ୫ ଜଣ ସାଥି ଯାଇ ଭୁବନେଶ୍ବରରେ ରହିଥିଲେ ।

ହେଲେ ଏପରି ଏକ ଘଟଣା ଘଟିବା ପରେ ଉକ୍ତ ପୀଡିତ ଯୁବକ ପିକୁ ଏହି ସମ୍ପର୍କରେ ଘର ଲୋକଙ୍କୁ ଅବଗତ କରାଇଥିଲା । ଆଉ ତାପରେ ଘର ଲୋକ ଓ ସ୍ଥାନୀୟ ଦଳଙ୍କ ଉଦ୍ୟମରେ ପୋଲିସ ଉଦିତ ଓ ତା’ ସହଯୋଗୀଙ୍କୁ ଖୋଜିବା ପାଇଁ ସର୍ଚ ଅପରେସନ କଡାକଡି କରିଦେଇଥିଲେ । ତେବେ ବର୍ତ୍ତମାନ Untalented Guy ଓ ତା’ ର ସହଯୋଗୀ ଜେଲ୍ ମଧ୍ୟରେ ରହିଛନ୍ତି ।

ତେବେ ଉଦିତ ନାରାୟଣ ନାଏକ ଓରଫ Untalented Guy ର ଏଭଳି କାରନାମା ବର୍ତ୍ତମାନ ସମୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଚର୍ଚାର କେନ୍ଦ୍ର ପାଲଟି ଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *