ସୋସିଆଲ ମିଡିଆରେ ଅସଭ୍ୟ ଭାଷାର ଭିଡିଓ, ସୋସାଇଟିକୁ ଖରାପ କରୁଛି, ଦେଖନ୍ତୁ କମେଡିଆନ ରାଜୁ ଦାସଙ୍କର ଖାସ୍ Interview !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୋସିଆଲ ମିଡିଆରେ ଖରାପ ଭାଷାର ଭିଡିଓ। ସୋସାଇଟିକୁ ଖରାପ କରୁଛି । ବହୁ ଚର୍ଚିତ Untalented Guy ଙ୍କୁ ନେଇ ନିଜର କିଛି ଏପରି ମନ୍ତବ୍ୟ ରଖିଛନ୍ତି ୟୁଟ୍ଯୂବର କମେଡିଆନ ରାଜୁ ଦାସ । ତେବେ  ୟୁଟ୍ଯୂବ ଏକ ଏପରି ସିସିଆଲ ମିଡିଆ ପ୍ଲାଟଫର୍ମ । ଯାହାକୁ ବହୁତ ଲୋକ ବ୍ୟବହାର କରୁଛନ୍ତି । ଏହା ସହିତ ସେଥିରୁ ବହୁତ ଲୋକ ରୋଜଗାରର ପନ୍ଥା ମଧ୍ୟ ପାଉଛନ୍ତି ।

ଅନେକ ପ୍ରକାର ଲୋକ ଅନେକ କିଛି ଭିନ୍ନ ଭିନ୍ନ କଣ୍ଟେଣ୍ଟକୁ ନେଇ ଭିଡିଓ ପ୍ରସ୍ତୁତ କରି ୟୁଟ୍ଯୂବରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ୟୁଟ୍ଯୂବ ଦେଖୁଥିବା ଲୋକଙ୍କର ମନୋରଞ୍ଜନ ମଧ୍ୟ ହେଉଛି । ହେଲେ ଯଦି ଏଭଳି ଭାବେ ସବୁବେଳେ ଅସଭ୍ୟ ଭାଷାର କଣ୍ଟେଣ୍ଟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯିବ । ତେବେ ନିହାତି ଭାବେ ସମାଜ ଉପରେ ଏହାର ଖରାପ ପ୍ରଭାବ ହିଁ ପକାଇବ । ଯେପରି Untalented Guy ନାମରେ ଯେଉଁ ସୋସିଆଲ ମିଡିଆରେ ଏକ  ଚାନେଲ ରହିଛି ।

ଉଦିତ ନାଏକ ଏପରି ଏକ ଚାନେଲ କ୍ରିଏଟ କରିଛନ୍ତି । ଯେଉଁଥିରେ କି ସେ କେବଳ ହିଁ ଖରାପ ଭାଷାରେ ହିଁ  ଭିଡିଓ କରୁଛନ୍ତି । ଯାହାକି ସମାଜକୁ ଜମାରୁ ମଧ୍ୟ ଭଲ ବାର୍ତ୍ତା ଦେଉନାହିଁ । ବହୁତ ଲୋକ ମଧ୍ୟ ଏପରି ଅଛନ୍ତି, ଯେଉଁ ମାନେ ଉଦିତ ନାଏକଙ୍କୁ ତାଙ୍କର ଭିଡିଓ ପାଇଁ ବହୁତ ସମର୍ଥନ ମଧ୍ୟ କରୁଛନ୍ତି । ତେଣୁ କିଏ କେଉଁ ଭଳି ଭିଡିଓ କରିବ । କି କିଏ କେଉଁ ଭଳି ଭିଡିଓ ଦେଖିବାକୁ ପସନ୍ଦ କରିବେ । ସେ ସବୁ ସେମାନଙ୍କ ବ୍ୟକ୍ତିଗଟ ପସନ୍ଦ ଅଟେ । ସେଥିରେ ତ କାହାର କିଛି କହିବାର ନାହିଁ ।

ହେଲେ ସୋସିଆଲ ମିଡିଆରେ କିଛି କମେଣ୍ଟ କଥାକୁ ନେଇ ଜଣଙ୍କ ଉପରେ ଏତେ ମାତ୍ରାରେ ରାଗି ଉତ୍ତେଜିତ ହୋଇଯିବା । ତାପରେ କିଛି ବୁଝାସୁଝା ନାହିଁ । ଜଣଙ୍କ ଉପରେ ଏପରି ମରଣାତ୍ମକ ଆକ୍ରମଣ କରିବା । ଏଇଟା ଜମାରୁ ମଧ୍ୟ ଉଚିତ ନୁହେଁ । ତେବେ  Untalented Guy ଯେଉଁ ଘଟଣା ଘଟାଇଛି ।

ସେଥିପାଇଁ ଆଇନ ରହିଛି, ତାଙ୍କ ଭୁଲ ଅନୁଯାଇ ତାଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ମଧ୍ୟ ଦରକାର ବୋଲି କମେଡିଆନ ରାଜୁ ଦାସ ମିଡିଆ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *