ଦୀର୍ଘ 24 ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ, ଖୁସିରେ ମା’ର ଆଖିରୁ ସୁଖୁନି ଲୁହ, ମା-ପୁଅଙ୍କ ଏହି ମିଲନ ଦେଖିଲେ ଆପଣଙ୍କ ଆଖି ବି ଭିଜିଯିବ, ଦେଖନ୍ତୁ Video

ବନ୍ଧୁଗଣ, କଥାରେ ଅଛି ଜନ୍ମ କଲା ମା’ ର ଅନେକ ରୂପ । ନିଜ ସନ୍ତାନ କୁ ମା’ କେତେବେଳେ ନିଜ ପଣତ କାନୀରେ ପୋଛି ତାକୁ ଆଦରି ଥାଏ ତ ଆଉ କେତେବେଳେ ଉଚିତ ଶିକ୍ଷା ନିମନ୍ତେ ଶାସନ ମଧ୍ୟ କରିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି କଥା କହିବାକୁ ଯାଉଅଛୁ ଯେଉଁଥିରେ, ଜଣେ ମା ନିଜ ପୁଅକୁ ଦୀର୍ଘ ୨୪ ବର୍ଷ ପରେ ଦେଖିବାକୁ ପାଇଛି । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିବରଣୀଟି । ଏହି ମର୍ମହାତ ଘଟଣା ଟି ନୟାଗଡ ଜିଲ୍ଲାର ଅଟେ ।

ପାଠ ପଢାକୁ ଡରି ମାଟ୍ରିକ ପରେ ଜଣେ ଯୁବକ ପ୍ରାଏ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପରିବାର ତଥା ଗାଁ ଠାରୁ ଅନେକ ଦୂରକୁ ଚାଲିଯାଇଥିଲା । ବର୍ତ୍ତମାନ ପରିବାର ଲୋକ ଙ୍କ ପ୍ରଚେଷ୍ଟା ରେ ଦୀର୍ଘ ୨୪ ବର୍ଷ ପରେ ସେ ନିଜ ଗାଁ କୁ ଫେରି ଆସିଛନ୍ତି । ଯୁବକ ଜଣଙ୍କ ନିଜ ଘର ନିକଟକୁ ଆସି ମା’ ଙ୍କୁ ମୁଣ୍ଡିଆ ମାରିବା କ୍ଷଣି ମା’ ର କୋହ ଆଉ ଅଟକି ପାରିଲା ନାହିଁ । ଯୁବକଙ୍କ ମା’ କାନ୍ଦି କାନ୍ଦି କୁହନ୍ତି,- ” ଧନରେ ତୁ ସବୁ ଜାଣି କିଭଳି ଛାଡି ଚାଲିଯାଇଥିଲୁ ?

ଟିକେ ବି ଚିନ୍ତା କଲୁନି ମୋ କଥା ? ତୁ କେମିତି ମତେ ଛାଡି ଏତେଦିନ ରହିଲୁ ମୋ ଧନ” ? ଏହିଭଳି କହି ମା’ ଜଣକ କାନ୍ଦି କାନ୍ଦି ନିଜ ପୁଅକୁ ଗାଁ ଦାଣ୍ଡରୁ ପାଛୋଟି ଘର ଭିତରକୁ ନେଲେ । ଯୁବକଙ୍କ ମା’ ମି-ଡି-ଆ ସମ୍ମୁଖରେ କହିଛନ୍ତି ଯେ, ମୁଁ ବହୁତ ଦିଅଁ ଦେବତା ଙ୍କୁ ପୂଜା କରିଛି ମାତ୍ର ମୋ ପୂଜାର ଫଳ ଆଜି ମତେ ମିଳିଲା । ଅନେକ ଲୋକ ଅନେକ କଥା କହିଛନ୍ତି ମନରେ ବିଶ୍ଵାସ ଥିଲା ଯେ ମୋ ପୁଅ ନିଶ୍ଚିତ ଫେରିବ ।

ଏବେ ମୋ ପୁଅ ମୋ ପାଖରେ ଛିଡା ହୋଇଛି ମତେ ଆଉ କିଛି ଦରକାର ନାହିଁ । ଅପର ପାର୍ଶ୍ଵରେ ଯୁବକ ଜଣକ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ୧୦ ମ କ୍ଳାସ ପଢୁଥିଲି । ଫର୍ମ ଫିଲପ କରିଥିଲି, ବୋର୍ଡ ପରୀକ୍ଷା ଥିଲା ଆଉ ୨ ମାସ । ସେହି ଟାଇମ ରେ ଘର ଛାଡି ଚାଲିଗଲି । ମାତ୍ର ମା’ ର ମୁହଁ ଦେଖି ମୁଁ ଚାଲି ଆସିଲି ଆଉ ରହି ପାରିଲି ନାହିଁ ।

ସେହିଭଳି ଯୁବକଙ୍କ ଭାଇ କହିଛନ୍ତି ଯେ ମୁଁ ମଝିରେ ବରମୁଣ୍ଡା ରେ ଦେଖିଥିଲି ମାତ୍ର ମତେ ଦେଖି ସେ ସେଠାରୁ ଚାଲିଗଲା । ବନ୍ଧୁଗଣ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *