ଦେଶରେ ହୁ-ହୁ ହେଇ ମାଡି ଚାଲିଛି Omicron ଭ୍ୟାରିଆଣ୍ଟ, WHO ର ଚେତାବନୀ ! କଣ ପୁଣି ଫେରିବ Lockdown ଓ Shutdown ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଶ୍ଵର ୭୦ ଦେଶ କୁ ମାଡି ଗଲାଣି କରୋନା ର ନୂଆ VARIANT OMICRON । ଧିରେ ଧିରେ ଏହା ସାରା ପୃଥିବୀ କୁ ବ୍ୟାପିବାରେ ଲାଗିଛି । ତେବେ OMICRON କୁ ନେଇ ଅତ୍ୟଧିକ ଭୟାବିତ ହୋଇପଡିଛନ୍ତି ଭାରତର ଲୋକେ । ବର୍ତ୍ତମାନ ଜୀବନ ଜୀବିକା କୁ ନେଇ ଆତଙ୍କିତ ହୋଇ ପଡିଛି ସଂପୂର୍ଣ୍ଣ ଦେଶ । ଜାନୁଆରୀ ଆରମ୍ଭରୁ OMICRON ର ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ ।

ମୃତ୍ୟୁ ତଥା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିଲେ, ପୁଣି ଥରେ ସାରା ଦେଶରେ ତାଲା ବନ୍ଦ ହୋଇପାରେ ବୋଲି କୁହାଯାଉଛି । କରୋନା ର ନୂଆ ଭାରିଆଣ୍ଟ OMICRON ଦୃତ ଗତିରେ ସଂକ୍ରମିତ ହୋଇଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ କହିଅଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଏବେ ସୁଦ୍ଧା ବିଶ୍ଵର ପ୍ରାଏ ୭୦ ଟି ଦେଶ କୁ OMICRON ଛୁଇଁ ସାରିଥିବା ବେଳେ, ପୁଣିଥରେ ଲକଡାଉନ ତଥା ସଟଡାଉନ ର ସ୍ଥିତି ଉପୁଜିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ମିଳିଛି ।

କରୋନା ର ନୂଆ ଭାରିଆଣ୍ଟ OMICRON କୁ ଚିହ୍ନଟ କରିବା ନିମନ୍ତେ, ସ୍ପେସିଆଲ କିଟ ପ୍ରସ୍ତୁତ କରି ସାରିଛି, IC MRI । ଆସନ୍ତା ସପ୍ତାହରେ ଏହି ନୂଆ କିଟ ବଜାରରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି । ଏହା ସାହାର୍ଯ୍ୟରେ OMICRON ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କୁ ମାତ୍ର ୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇପାରିବ । ତେବେ ଭାରତର ପାଖାପାଖି ୧୦ ଟି ରାଜ୍ୟରେ OMICRON ପହଞ୍ଚିଥିବା ଜଣାପଡିଛି ।

ସେହି ରାଜ୍ୟ ଗୁଡିକ ହେଉଛି, ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଏବଂ ଆନ୍ଦ୍ରପ୍ରଦେଶ ରେ ଚିହ୍ନଟ ହୋଇଛି OMICRON । ଦେଶରେ OMICRON ଙ୍କ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଥିଲା ବେଳେ, ବର୍ତ୍ତମାନ ଆତଙ୍କିତ ହୋଇ ପଡିଛନ୍ତି ଦେଶବାସୀ । OMICRON ରେ ଆକ୍ରାନ୍ତ କୁ କରେଣ୍ଟାଇନ ରେ ରଖାଯିବା ସହିତ ସେମାନଙ୍କ କଣ୍ଟାକ୍ଟ ଟ୍ରେଷ କରାଯାଉଅଛି । ଆଉ କିଛିଦିନ ପରେ ପୁରା ଦେଶ OMICRON କବଳକୁ ଆସିଯିବ ବୋଲି ସୂଚନା ମିଳିଛି ।

ଏଥିପାଇଁ ପୂର୍ବଭଳି ସାରା ଦେଶରେ ଲକଡାଉନ ଏବଂ ସଟଡାଉନ ପ୍ରକ୍ରିୟା ଜାରି ହୋଇପାରେ ବୋଲି କୁହାଯାଉଛି । ମାତ୍ର ଏନେଇ ସରକାର କିଛି ସ୍ପଷ୍ଟ ନ କରିଥିବା ବେଳେ ସାଧାରଣ ଲୋକେ ଜୀବନ ଜୀବିକାକୁ ନେଇ ବେସ ଆତଙ୍କିତ ବୋଲି ଜଣାପଡିଛି । ବନ୍ଧୁଗଣ ସାବଧାନ ରୁହନ୍ତୁ, ନିଜ ସୁରକ୍ଷା ନିଜ ହାତରେ । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *