ଓଡିଶାର ଏହି ଗ୍ରାମରେ ମିଳିଲା ସୁନା ଖଣି ! ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ, ଏହାକୁ ନେଇ କଣ କହୁଛନ୍ତି ଗ୍ରାମବାସୀ, ଦେଖନ୍ତୁ ଏହି Video

ବନ୍ଧୁଗଣ ବିଶ୍ଵରେ ମୁଲ୍ୟବାନ ପଦାର୍ଥ ଗୁଡିକ ବହୁତ କମ ସ୍ଥାନରୁ ମିଳିଥାଏ । ସେହି ମୁଲ୍ୟବାନ ପଦାର୍ଥ ମଧ୍ୟରୁ ଗୋଟେ ହେଉଛି ସୁନା ଯାହା ଭାରତର ମାତ୍ର କିଛିଟି ବିଶେଷ ସ୍ଥାନରେ ମିଳିଥାଏ । ବନ୍ଧୁଗଣ ସୁନା ହେଉଛି ଏକ ଏପରି ପଦାର୍ଥ ଯାହାକୁ ଆଭୁଷଣ ବା ଅଳଙ୍କାର ରୂପେ ବ୍ୟବହାର କରାଯାଇଥାଏ । ସମସ୍ତ ଲୋକ ସୁନା ପିନ୍ଧିବା ପାଇଁ ଇଛା କରିଥାନ୍ତି ହେଲେ ସୁନାର ମୂଲ୍ୟକୁ ଦେଖିବାକୁ ଗଲେ ବହୁତ କମ ଲୋକ ହିଁ ଏହା କିଣି ପାରି ଥାନ୍ତି ।

ବନ୍ଧୁଗଣ ଆମ ଭାରତର କିଛିଟି ସ୍ଥାନରେ ସୁନା ଖଣି ରହିଛି ଯେଉଁଠି ପ୍ରତିବର୍ଷ ହଜାର ହଜାର ଟନ ସୁନା ବାହାର କରାଯାଇଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସୁନା ଖଣି ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ଓଡିଶାର ଏକ ସ୍ଥାନରୁ ସୁନା ଖଣି ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ ଓଡିଶାର କେନ୍ଦୁଝର ଜିଲ୍ଲା ବାସୁପାଳ ବ୍ଲକ ଜଲଢିଆ ଗ୍ରାମର ସୁନାଖଣି ଜଙ୍ଗଲରେ ଗତ ୧୫ ଦିନ ପୂର୍ବରୁ ପ୍ରତ୍ନତତ୍ଵ ବିଭାଗର ପାଞ୍ଚ ଜଣ ସଦସ୍ୟ ସୁନାର ସନ୍ଧାନରେ ଲାଗି ପଡିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସୁନାଖଣି ଜଙ୍ଗଲରେ ଖଣିଜ ପଦାର୍ଥ ଡିଟେକ୍ଟ କରାଯାଇ ଡ୍ରିଲ କରାଯାଉଛି । ଡ୍ରିଲ କରାଯିବା ପରେ ତାର ନମୁନା ସଂଗ୍ରହ କରାଯାଉଛି ଓ ନମୁନାକୁ ଲ୍ୟାବକୁ ପଠା ଯାଉଛି ।

ମାତ୍ର ଆଉ କିଛି ଦିନ ମଧ୍ୟରେ ଜଣା ପଡିଯିବ ଏହି ଅଞ୍ଚଳରେ କେତେ ସୁନା ଗଚ୍ଛିତ ହୋଇ ରହିଛି । ବନ୍ଧୁଗଣ ସୁନାଖଣି ଜଙ୍ଗଲରୁ ସୁନା ବାହାରି ଥିବାରୁ ଗ୍ରାମବାସୀ ମାନେ ବହୁତ ଅଧିକ ଖୁସି ଅଛନ୍ତି । ସେହି ଅଞ୍ଚଳରେ ସୁନା ବାହାରିବା ଦ୍ଵାରା ଗ୍ରାମର ବିକାଶ ହେବ । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସ୍ଥାନରୁ ସୁନା ମିଳିବା ଦ୍ଵାରା ଏହି ଅଞ୍ଚଳ ସୁନାରେ ପାଲଟି ଯିବ ।


ବର୍ତ୍ତମାନ ଏହି ଖବର ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ସାରା ଓଡିଶା ବାସୀ ମଧ୍ୟ ଏହି ଖବର ବିଷୟରେ ଜାଣି ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *