ବିଳାସପୁର ର ଆପୋଲୋ ହସ୍ପିଟାଲ ରେ ଚାଲିଛି ରାହୁଲର ଚିକିତ୍ସା…ଦେଖନ୍ତୁ ଏବେ କିପରି ଅଛି Rahul ର ସ୍ବାସ୍ଥ୍ୟବସ୍ଥା, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି । 

ସେ ବର୍ତ୍ତମାନ ସୁସ୍ଥ ଥିବ ଅଭିଜ୍ଞ ଡାକ୍ତର ମାନେ କହିଛନ୍ତି । ବର୍ତ୍ତମାନ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ଥିବା ବେଳେ ରାହୁଲ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାହୁଲଙ୍କ ବାପା-ମା ତା ପାଖରେ ଥିବା ବେଳେ ରାହୁଲର ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତର ମାନଙ୍କ ନଜର ରହିଛି । ଏଠି କହି ରଖିବାକୁ ଚାହିଁବୁ ରାହୁଲ ସକାଳୁ କିଛି ତରଳ ଖାଦ୍ୟ ମଧ୍ୟ ଖାଇଛି । ଯାହା ସମସ୍ତଙ୍କ ପାଇଁ ଖୁସି ଖବର । 

ଆଉ ସେପଟେ ଏହା ଛତିଶଗଡର ସବୁଠାରୁ ବଡ ଓ ସଫଳ ଅପରେସନ ବୋଲି କୁହାଯାଉଛି । ବୋରୱେଲ ଭିତରେ ଫସିଥିବା ଦିବ୍ୟାଙ୍ଗ ନାବାଳକକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ପ୍ରଶାସନ ଦିନ ରାତି ଏକ କରି ଦେଇଥିଲେ । ଏବେ ସମସ୍ତ କର୍ମୀ ମାନଙ୍କର ପ୍ରଶଂସା କରୁଛନ୍ତି ଲୋକେ । ଅନ୍ୟ ପଟରେ ଦୁଃଖରେ ଭାଙ୍ଗି ପଡିଥିବା ରାହୁଲର ବାପା-ମା ନିଜ ପୁଅକୁ ପାଇ ବହୁତ ଅଧିକ ଖୁସି ଅଛନ୍ତି ।

ଗତ କାଲି ରାତିରେ ରାହୁଲକୁ ଉଦ୍ଧାର କରଯାଇଥିଲା । ଅବଶ୍ୟ ଏହି ଅପରେସନଟି ବହୁତ ଡେରି ପର୍ଯ୍ୟନ୍ତ ଚାଲି ଥିଲା ହେଲେ ଏହି ଅପରେସନଟି ସଫଳ ହେଇଛି । ତେବେ ବନ୍ଧୁଗଣ ବର୍ତ୍ତମାନ ରାହୁଲ ଆପୋଲୋ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *