ବାରମ୍ବାର ଥଣ୍ଡା-କାଶ ଲାଗି ରହୁଥିଲେ ଏହାକୁ ଥରେ ଖାଆନ୍ତୁ ଓ ତା’ ପରେ ଦେଖନ୍ତୁ ଚମତ୍କାର ! (Health Tips)

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ହଠାତ୍ ଉଚ୍ଚ ସ୍ୱର ସହିତ ଫୁସଫୁସରୁ ବାୟୁ ବାହାରକୁ ଆସେ, ଏହାକୁ କାଶ କୁହାଯାଏ । ଶରୀରର ବାୟୁପଥରେ ଜମା ହେଇଥିବା କୌଣସି ଅସୁବିଧାଜନକ ପଦାର୍ଥକୁ ବାହାର କରିବାର ଏହା ପ୍ରାକୃତିକ ପ୍ରତିକ୍ରିୟା । କାଶ ପ୍ରାୟତ ଥଣ୍ଡା କିମ୍ବା ଫ୍ଲୁରେ ପୀଡିତ ଲୋକମାନଙ୍କୁ ହୋଇଥାଏ । କାଶ ମଧ୍ୟ ଶୁଷ୍କ ଏବଂ କୁଞ୍ଚିତ କିମ୍ବା କଫ ହୋଇପାରେ । ଯଦି ଆପଣ ଶୁଖିଲା କାଶକୁ ସଠିକ ଭାବରେ ଚିକିତ୍ସା ନକରନ୍ତି, ତେବେ ଅନେକ ସମସ୍ୟା ମଧ୍ୟ ଉପୁଜିପାରେ ।


ତେଣୁ ଶୁଖିଲା କାଶକୁ ସମ୍ପୂର୍ଣ୍ଣ ଚିକିତ୍ସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ଶୁଖିଲା କାଶକୁ ମଧ୍ୟ ରୋକି ପାରିବେ । ଏହି ଘରୋଇ ଉପଚାର ସାହାଯ୍ୟରେ ଆପଣ କିଛି ଦିନ ମଧ୍ୟରେ ଶୁଖିଲା କାଶରୁ ଆରାମ ପାଇବେ । ତେବେ ଏହି ଉପଚାର ପାଇଁ ଆପଣ ଗୋଟିଏ ପାତ୍ର ରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ମହୁକୁ ମିଶାଇ ଦିଅନ୍ତୁ ।

ତେବେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଯେପରି ସେ ଗୋଟିଏ ଚାମଚ ହୋଇଯିବ ତେବେ ଏହାକୁ ଆପଣ ଅଳ୍ପ ଅଳ୍ପ କରି ସେବନ କରିବେ । ତେବେ ହଳଦୀ ଖାଇବାକୁ ଭଲ ଲାଗି ନ ପାରେ କିନ୍ତୁ ମହୁ ସହ ମିଶାଇ ଖାଇବା ଦ୍ବାରା ଟିକେ ଭଲ ଲାଗିବ । ତେବେ ଏହାଛଡା ଆପଣ ଗୋଲମରିଚ ନିଅନ୍ତୁ ତେବେ ଗୋଲମରିଚ ଆପଣ ଙ୍କୁ ବହୁତ ସହଜରେ ଘରେ ହିଁ ମିଳିଯିବ ।


ତେବେ କେବଳ ଦୁଇଟି ଗୋଲମରିଚ କୁ ନେବେ ଏବଂ ତାକୁ ଆପଣ ଚୋବାଇ ଚୋବାଇବେ ଏବଂ ଧୀରେ ଧୀରେ ତାର ରସ କୁ ଗ୍ରହଣ କରିବେ ତେବେ ଆପଣଙ୍କ ଗଳା କୁ ଏହା ବହୁତ ଆରାମ ପ୍ରଦାନ କରିବ ଏବଂ ଆପଣଙ୍କ କାଶ କୁ ମଧ୍ୟ ରୋକିବ । ତେବେ ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଆଇରନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ମହଜୁଦ୍‌ ଥାଏ ।

ଲେମ୍ବୁ ପାଣି ସହ ଗୋଲମରିଚ ଏବଂ କଳାଲୁଣ ମିଶାଇ ଦୈନନ୍ଦିନ ସେବନ କଲେ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ । କାଶ ଏବଂ କଫ ଭଲ କରିବାରେ ମଧ୍ୟ ଏହା ସହାୟ ହୋଇଥାଏ ।ତେବେ ବର୍ତ୍ତମାନ ଏହି ମହାମାରୀ ସମୟରେ ଏହି କାଶ,ଥଂଡା କଫ ହେବାର ବହୁତ କେଶ ଦେଖିବାକୁ ମିଳୁଛି ତେବେ ଏହି ଉପଚାର ଦ୍ୱାରା ଆପଣ ଆରାମ ପାଇ ପାରିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *