ମାଛ ସହିତ ଭୁଲରେ ବି ଖାଆନ୍ତୁ ନାହିଁ ଏହି 2 ଟି ଜିନିଷ, ନହେଲେ…(Health Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ମାଛ ଖାଇବାକୁ ପସନ୍ଦ କରନ୍ତି । ମାଛ ସ୍ଵାଦିଷ୍ଟ ହେବା ସହିତ ଏହା ଆମ ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ । ମାଛ ଖାଇବା ଦ୍ଵାରା ବ୍ୟକ୍ତିର କେସ ମୋଟା, କଳା ଓ ଲମ୍ବା ହୋଇଥାଏ । ବ୍ୟକ୍ତିର ଆଖି ବି ସୁନ୍ଦର ହୋଇଥାଏ । କିନ୍ତୁ ଜାଣି ନିଅନ୍ତୁ କି ମାଛ ଖାଇବା ପରେ ଏହିଭଳି କିଛି ଖାଦ୍ୟ ଅଛି ଯାହାର ସେବନ କରିବା ଉଚିତ ନୁହେଁ । ଯେମିତି କି କ୍ଷୀର ।

ଅର୍ଥାତ ମାଛ ଖାଇବା ସମୟରେ କିମ୍ବା ଖାଇବା ପରେ କ୍ଷୀରର ସେବନ କରନ୍ତୁ ନାହିଁ । ମାଛ ଖାଇବା ପରେ କ୍ଷୀର ପିଇବା ଅନୁଚିତ । ଆଜିକାଲି ଖାଦ୍ୟଶୈଳୀ ଆଗ ଅପେକ୍ଷା ବହୁତ ଚେଞ୍ଜ ହୋଇ ଯାଇଛି । କିନ୍ତୁ ଶରୀରକୁ ବୁଝି ଆପଣ ଖାଦ୍ୟ ସେବନ କରନ୍ତୁ ଓ ଏହାକୁ ଆପଣଙ୍କୁ ବୁଝିବାକୁ ପଡିବ । ତେବେ ଆୟୁର୍ବେଦ ଅନୁସାରେ ମାଛ ପରେ କ୍ଷୀର ପିଇବା କିମ୍ବା କ୍ଷୀର ପିଇବା ପରେ ମାଛ ସେବନ କରିବା ବ୍ୟକ୍ତିର ଶରୀରକୁ କ୍ଷତି ପହଞ୍ଚାଇଥାଏ ।

କ୍ଷୀର ଆମର ଶରୀରକୁ ଥଣ୍ଡା କରିଥାଏ ଓ ଅନ୍ୟ ପଟେ ମାଛ ଶରୀରକୁ ଗରମ କରିଥାଏ । ଯଦି ଆପଣ ଏହି ଦୁଇଟି ଖାଦ୍ୟ ଜିନିଷକୁ ଏକାଠି ସେବନ କରିବେ ତେବେ ଏଥିରୁ ବାହାରୁଥିବା ଉର୍ଜା ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ବ୍ୟକ୍ତିର ଶରୀରରେ ଆଲାର୍ଜି ବି ହୋଇପାରେ । ତେବେ ମାଛ ଖାଇବା ପରେ ଯଦି ଆପଣ କ୍ଷୀର ସେବନ କରୁଛନ୍ତି ତେବେ ଆପଣ ଭୟଙ୍କର ରୋଗରେ ଶିକାର ହୋଇ ପାରନ୍ତି ।


ବିଶେଷ କରି ଆପଣ ଚର୍ମ ରୋଗରେ ପୀଡିତ ହେବେ । ଏଥିରେ ଆପଣଙ୍କ ଚେହେରା ଓ ଶରୀରର କିଛି ଅଂସ ଧଳା ପଡିଯାଏ ଓ ଏହା ସମୟ ସହିତ ବଢିବାରେ ଲାଗେ । ଧୀରେ ଧୀରେ ଆପଣଙ୍କ ସୁନ୍ଦର ଶରୀରକୁ ଅସୁନ୍ଦର କରିଦିଏ । ସେଥିପାଇଁ କେବେ ବି ଭୁଲରେ ବି ମାଛ ଓ କ୍ଷୀର ଏକାଠି ସେବନ କରନ୍ତୁ ନାହିଁ । କ୍ଷୀର କିମ୍ବା ମାଛ ସେବନ କରୁଛନ୍ତି ତେବେ ଏହାର ୨୪ ଘଣ୍ଟା ପରେ ଆପଣ ମାଛ କିମ୍ବା କ୍ଷୀରର ସେବନ କରନ୍ତୁ ।


କହିଦେଉଛୁ କି ମାଛ ସେବନ କରିବା ପରେ କେବେ ବି ଦହି ସେବନ କରନ୍ତୁ ନାହିଁ । ମାଛ ଶରୀରକୁ ଗରମ କରିବା ସମୟରେ ଦହି ଶରୀରକୁ ଥଣ୍ଡା କରିଥାଏ । ଏହି ଦୁଇଟି ଜିନିଷକୁ ମିଶାଇ ଖାଇଲେ ଆପଣଙ୍କ ଶରୀରକୁ ଏହା କ୍ଷତି ପହଞ୍ଚାଇ ଥାଏ । ଯାହାକି ଆପଣଙ୍କର ଚର୍ମ ଓ ଶରୀର ଉପରେ ପ୍ରଭାବ ପକାଏ । ଏସିଡିଟି ଭଳି ସମସ୍ୟା ବି ଦେଖାଯାଏ । ସେଥିପାଇଁ ସର୍ବଦା ଏହି ସବୁ ଖାଦ୍ୟକୁ ଖାଇବା ସମୟରେ ଧ୍ୟାନ ଓ ୨୪ ଘନତାର ପାର୍ଥକ୍ୟ ରଖନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *