ଗୋଟିଏ ଲୋକ ବାବାଜୀ ଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା ଓ ଚାକରାଣୀକୁ ବାହା ହେଇଗଲା, କାରଣ….(Odia Hasakatha)

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

Joke-1

ମୃର୍ତ୍ୟୁ ସମୟରେ ସ୍ଵାମୀ ନିଜ ସ୍ତ୍ରୀକୁ ସବୁ ସତ କଥା କହିବାକୁ ଚାହିଁଲା ।

ପତି କହିଲା ମୁ ତୁମକୁ ଜୀବନ ସାରା ଧୋକା ଦେଇଛି ।

ସତ ଏହା ହେଉଛି ଯେ ବହୁତ ମହିଳାଙ୍କ ସହ ମୋର ଶାରୀରିକ ସମ୍ପର୍କ ରହିଛି ।

ପତ୍ନୀ- ମୁଁ ମଧ୍ୟ ଆଜି ସତ କହିବା ପାଇଁ ଚାହୁଁଛି ।

ତୁମେ କୌଣସି ରୋଗ ପାଇଁ ମରିନ । ମୁଁ ତୁମକୁ ସ୍ଲୋ ପଏଜନ ଦେଇଛି ।

Joke-2

ସ୍ଵାମୀ – ଯେତେବେଳେ ମୁ ତୁମ ଉପରେ ଚିଲାଏ ତମେ ନିଜ ରାଗକୁ କେମିତି ବାହାର କର

ସ୍ତ୍ରୀ- ଟଏଲେଟ ସଫା କରି ।

ସ୍ଵାମୀ- ହା ହା ହା, ସେଇଟା କେମିତି

ସ୍ତ୍ରୀ- ଟଏଲେଟକୁ ମୁ ତମ ଟୁଥବ୍ରସରେ ସଫା କରେ, ଏବେ ଟିକେ ହସୁନ ।

Joke-3

ଦିନେ ପତି ନିଜ ଘରର ଲାଇଟ ଠିକ କରୁଥିଲା, ସେହି ସମୟରେ ସେ ନିଜ ପତ୍ନୀକୁ ଆବାଜ ଦେଲା…

ପତ୍ନୀ- କଣ ହେଲା ?

ପତି- ଟିକେ ପାଖକୁ ଆସ…

ପତ୍ନୀ- ନିଅ ଆସିଗଲି ଏବେ କୁହ ?

ପତି- ଏହି ଦୁଇଟି ତାର ମଧ୍ୟରୁ ଗୋଟେ ତାରକୁ ଟିକେ ହାତରେ ଧରିଲ ?

ପତ୍ନୀ- କାହିଁକି ?

ପତି- ଆରେ ତମେ ଧର ତ ଗୋଟେ ଥର ।

ପତ୍ନୀ- ହେଇ ନିଅ ଧରିଦେଲି ।

ପତି- କିଛି ହେଲା କି ?

ପତ୍ନୀ- ନାହିଁ ତ ।

ପତି- ହଉ ହଉ, ବୁଝିଗଲି ତା ହେଲେ ଅଲଗା ତାରରେ କରେଣ୍ଟ ଅଛି ।

Joke-4

ବିବାହର ୫ ବର୍ଷ ପରେ…

ଭ୍ୟାଲେଣ୍ଟାଇନ ଡେ ଦିନ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ଫୁଲ ଆଣିଲା ।

ସ୍ତ୍ରୀ- ଏ କଣ ଧଳା ଗୋଲାପ ଦଉଛ, ଭ୍ୟାଲେଣ୍ଟାଇନ ଡେ ଦିନରେ ତ ନାଲି ଗୋଲାପ ଦିଅନ୍ତି ?

ସ୍ଵାମୀ- ବର୍ତ୍ତମାନ ଜୀବନରେ ପ୍ରେମ ଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି ସେଥିପାଇଁ ମୁଁ ଧଳା ଗୋଲାପ ଆଣିଛି ।

Joke-5

ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ମଧ୍ୟ କଥାବାର୍ତ୍ତା

ବୟଫ୍ରେଣ୍ଡ- ତୁମେ ମୋତେ କେତେ ଭଲ ପାଉଛ ?

ଗାର୍ଲଫ୍ରେଣ୍ଡ- JIO ସିମର ବାଲାନ୍ସ ଯେତେ, ମୁ ସେତେ ଭଲ ପାଉଛି ।

ବୟଫ୍ରେଣ୍ଡ- Confused…ତାହାଲେ ମୁ ଏହାକୁ Unlimited ଭାବିବି ନା ଖାଲି ଡିସେମ୍ବର ପର୍ଯ୍ୟନ୍ତ ଭାବିବି ।

Joke-6

ଖାଦ୍ଯ ଖାଇବା ସମୟରେ ପତି ନିଜ ପତ୍ନୀକୁ ଆବାଜ ଦେଲା

ପତି- ଶୁଣୁଛ ତମେ, ଏହି ଯେଉଁ ତରକାରୀ ଟା ତମେ ବନେଇଛ, ଏହାର ନାମ କଣ ?

ପତ୍ନୀ- କାହିଁକି, କଣ ପାଇଁ ପଚାରୁଛ ।

ପତି- ଆରେ ମୋତେ ବି ସ୍ଵର୍ଗରେ ପଚରା ହେବ କଣ ଖାଇ ମରିଛ, ସେଥିପାଇଁ ।

Joke-7

ଗୋଟିଏ ଲୋକ ବାବାଜୀଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା

ଓ ଚାକରାଣୀକୁ ବାହା ହେଇଗଲା

ସମ୍ପର୍କୀୟ ମାନେ ପଚାରିଲେ ତୁ ଏମିତି କାହିଁକି କଲୁ ?

ଲୋକଟି ଜବାବ ଦେଲା, ବାବା ଜି କହିଛନ୍ତି କି ମାୟା

କୁ ଛାଡିଦିଅ ଓ ଶାନ୍ତି ସହିତ ରୁହ !!

Leave a Reply

Your email address will not be published. Required fields are marked *