ବର ଆଗରେ ନବବଧୂକୁ ସିନ୍ଦୁର ପିନ୍ଧାଇଲା ପ୍ରେମିକ, ଭାଇରାଲ ହେଲା Video 

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ମାନେ କଳ୍ପନା କରିବା ବି ଅତି କଷ୍ଟକର । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜ ଘରେ ରହି ଏହି ସବୁ ଘଟଣା ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ଯେତିକି ଭଲ ସେତିକି ଖରାପ । କେତେକ ଲୋକ ନିଜ ପ୍ରେମକୁ ଜୀବନ ସାରା ପାଇଥାନ୍ତି ତ କେତେକ ନିଜ ପ୍ରେମକୁ ହରାଇ ଭାଙ୍ଗି ପଡନ୍ତି ।

ହେଲେ ସୋସିଆଲ ମିଡିଆରେ ପ୍ରେମର ଏକ ଭିନ୍ନ ଝଲକ ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ବିବାହ ସମାରୋହର । ବିବାହ ସମୟରେ ଜଣେ ଅଜଣା ବ୍ୟକ୍ତି ମୁହଁକୁ ଗାମୁଛାରେ ଲୁଚାଇ ସିଧା ନବବୋହୁ ପାଖକୁ ଚାଲି ଯାଉଛି ଓ ସମସ୍ତଙ୍କ ସାମ୍ନାରେ ନବବୋହୁ ମଥାରେ ସିନ୍ଦୁର ଲଗାଉଛି ।

ସେହି ସ୍ଥାନରେ ଥିବା ସମସ୍ତ ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ରହିଯାଉଛନ୍ତି କାରଣ ଏତେ କମ ସମୟ ମଧ୍ୟରେ ବ୍ୟକ୍ତି ଯାହା କରିଲା ତାକୁ ବିଶ୍ଵାସ କରିବା ଟିକେ କଷ୍ଟକର । ବନ୍ଧୁଗଣ ସେହି ବ୍ୟକ୍ତି ଜଣକ ହେଉଛନ୍ତି ନବବଧୂର ପ୍ରେମିକ । ନବବଧୂ ମଥାରେ ସିନ୍ଦୁର ଲଗାଇ ପ୍ରେମିକ ନେଲା ଧୋକା ପ୍ରେମର ବଦଲା । ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ସ୍ଥିତି ଗୋରଖପୁର ଠାରେ ।

ମିଡିଆ ରିପୋର୍ଟସ ଅନୁସାରେ ବିବାହର ଅନ୍ତିମ ପର୍ଯ୍ୟାୟରେ ବର ଓ ନବବଧୂ ସାମ୍ନା ସାମ୍ନି ଛିଡା ହୋଇ ପରସ୍ପରଙ୍କୁ ବରମାଳା ପିନ୍ଧାଇବାକୁ ଯାଉଥିଲେ । କିନ୍ତୁ ହଠାତ ସେହି ସମୟରେ ମୁହଁ ଘୋଡାଇ ଥିବା ଜଣେ ବ୍ୟକ୍ତି ଆସି ସମସ୍ତଙ୍କ ସାମ୍ନାରେ ନବବଧୂ ମଥାରେ ସିନ୍ଦୁର ଲଗାଇ ଥିଲା । ହେଲେ ଏତିକିରେ ବି ବ୍ୟକ୍ତି ଖୁସି ନଥିଲେ ତାଙ୍କ ପକେଟରେ ଥିବା ସିନ୍ଦୁର ପୁଟୁଳାକୁ ସଂପୂର୍ଣ୍ଣ ରୂପେ ନବବଧୂଙ୍କ ମୁଣ୍ଡରେ ବୋଳି ଚାଲିଥିଲେ ।

ତେବେ କିଛି ମାସ ପୂର୍ବରୁ ପ୍ରେମିକ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ସ୍ଥାନକୁ ଯାଇଥିବା ବେଳେ ପ୍ରେମିକା ତାଙ୍କ ସହ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଛି ଦିନ ପରେ ପ୍ରେମିକା ଅନ୍ୟ କାହା ସହ ବିବାହ କରିବା ପାଇଁ ରାଜି ହୋଇଗଲେ । ଧୋକା ପ୍ରେମର ବଦଲା ନେବା ପାଇଁ ପ୍ରେମିକ ଏଭଳି କାର୍ଣ୍ଣମା କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *