ବାୟୁସେନାର ସବୁଠୁ ସୁରକ୍ଷିତ ଓ ଅତ୍ୟନ୍ତ ନିର୍ଭରଯୋଗ୍ୟ ହେଲିକପ୍ଟର କ୍ରାଶରେ CDS Bipin Rawat ଙ୍କ ପରଲୋକ, କେମିତି ହେଲା ଏହି ଦୁର୍ଘଟଣା

ନମସ୍କାର ବନ୍ଧୁଗଣ ତେବେ ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ତାଙ୍କର ପରିବାର ବର୍ଗ ଓ କର୍ମଚାରୀଙ୍କୁ ଧରି ଯାତ୍ରା କରୁଥିବା ହେଲିକପ୍ଟରଟି ଆଜି ତାମିଲନାଡ଼ୁରେ ଦୁର୍ଘଟଣା ଗ୍ରସ୍ତ ହେବାପରେ ସ୍ତବ୍ଧ ହୋଇପଡ଼ିଛି ଭାରତୀୟ ବାୟୁସେନା । ହେବା ପାଇଁ ମଧ୍ୟ ଯଥେଷ୍ଟ କାରଣ ରହିଛି । କାରଣ, ବାୟୁସେନାର ଯେଉଁ ହେଲିକପ୍ଟରରେ ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତ ଉଡ଼ାଣ ଭରିଥିଲେ ସେଇଟି ଥିଲା ବାୟୁସେନାର ଏମ୍‌ଆଇ-୧୭ଭି-୫ ହେଲିକପ୍ଟଟର ।

ଯାହାକି ‘ସବୁଠାରୁ ସୁରକ୍ଷିତ’ ଏବଂ ‘ଅତ୍ୟନ୍ତ ନିର୍ଭରଯୋଗ୍ୟ’ । ଏବଂ ଏହି ହେଲିକପ୍ଟରକୁ ବାୟୁସେନାର ‘କାର୍ଯ୍ୟଘୋଡ଼ା’ (ଓ୍ଵାର୍କହର୍ସ) ବୋଲି କହିଥାନ୍ତି ପୂର୍ବତନ ସେନା ଅଧିକାରୀ ଓ ଦେଶର ପ୍ରତିରକ୍ଷା ବିଶେଷଜ୍ଞ । ଏମ୍‌ଆଇ-୧୭ଭି-୫ ହେଲିକପ୍ଟଟର ହେଉଛି ରୁଷ ନିର୍ମିତ ଏମଆଇ-୧୭ ପରିବହନ ହେଲିକପ୍ଟଟର ସିରିଜର ସଦ୍ୟତମ ଓ ସର୍ବଶେଷ ଦ୍ୱୈତ (ଟୁଇନ୍‌) ଇଞ୍ଜିନ୍‌ ବିଶିଷ୍ଟ ହେଲିକପ୍ଟର । ଭାରତୀୟ ବାୟୁସେନାରେ ଏହି ହେଲିକପ୍ଟରକୁ ନିୟମିତ ଭାବରେ ବ୍ୟବହାର କରାଯାଇଥାଏ ।

କାରଣ, ଏହି ହେଲିକପ୍ଟରଟି ଉଚ୍ଚ-ଉଚ୍ଚତାରେ ଯାତ୍ରା ପାଇଁ ସବୁଠାରୁ ଉନ୍ନତ ସାମରିକ ପରିବହନ ମଧ୍ୟରୁ ଗୋଟିଏ । ଯାହା ଯେକୌଣସି ଭୌଗଳିକ ସ୍ଥିତି ଏବଂ ପାଣିପାଗରେ ବ୍ୟବହୃତ ହୋଇପାରିବ, ଏହା ଭାରତୀୟ ପ୍ରତିରକ୍ଷା ବାହିନୀ ଦ୍ୱାରା ବ୍ୟବହୃତ ସବୁଠାରୁ ଶକ୍ତିଶାଳୀ ହେଲିକପ୍ଟର ମଧ୍ୟରୁ ଗୋଟିଏ ମଧ୍ୟ । ୨୦୧୩ରୁ ୨୦୧୮ ମଧ୍ୟରେ ଭାରତୀୟ ବାୟୁସେନା ପାଇଁ ଏହି ହେଲିକପ୍ଟର ଗୁଡ଼ିକର କ୍ରୟ କରାଯିବା ସହ ବାୟୁସେନାର ଅନ୍ତର୍ଭୁକ୍ତ କରାଯାଇଥିଲା ।

ଅଧିକାଂଶ ବିଶେଷଜ୍ଞ ଏହାକୁ ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ, ନିରାପଦ, ସ୍ଥିର ଏବଂ ବୃହତ ହେଲିକପ୍ଟର ଭାବରେ ବର୍ଣ୍ଣନା କରିଥିଲେ । ଫଳରେ ଏହି ହେଲିକପ୍ଟରକୁ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କୁ ନିରାପଦ ପରିବହନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା । ସୂଚନା ଅନୁଯାୟୀ ଯେ ରୁଷୀୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ସଂସ୍ଥା ପକ୍ଷରୁ ଏହି ହେଲିକପ୍ଟରଟି କାର୍ଗୋ କ୍ୟାବିନ୍‌ ଭିତରେ କିମ୍ବା ବାହ୍ୟ ସ୍ଲିଙ୍ଗରେ କର୍ମଚାରୀ, କାର୍ଗୋ ଏବଂ ଉପକରଣ ପରିବହନ କରିବା କୌଶଳପୂର୍ଣ୍ଣ ବିମାନ ଆକ୍ରମଣ ବାହିନୀ ଏବଂ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ପାଇଁ ମଧ୍ୟ ଡିଜାଇନ୍‌ କରାଯାଇଛି ।

ତେବେ ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ତାଙ୍କର ପରିବାର ବର୍ଗ ଓ କର୍ମଚାରୀଙ୍କୁ ଧରି ଯାତ୍ରା କରୁଥିବା ଏହି ହେଲିକପ୍ଟରଗୁଡ଼ିକ ମଧ୍ୟରୁ ଗୋଟିଏ ଆଜି ତାମିଲନାଡ଼ୁରେ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣା ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଛି ଏବଂ ଭାରତୀୟ ବାୟୁସେନା ଆଖିରୁ ନିଦ ହଜାଇ ଦେଇଛି । ସେଥିପାଇଁ ଭାରତୀୟ ବାୟୁସେନା ଏହି ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଲାଣି । ତେବେ ଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି ।

ଜେନେରାଲ ରାଓ୍ବତ ଜଣେ ଦୁର୍ଦ୍ଧର୍ଷ ଯୋଦ୍ଧା, ସଚ୍ଚା ଦେଶପ୍ରେମୀ ଥିଲେ । ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ନୀତି ନିର୍ଦ୍ଧାରଣରେ ତାଙ୍କ ବିଚକ୍ଷଣତା ଅଦ୍ୱିତୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହା, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *