Pawandeep ଙ୍କ ସହିତ ବିଦେଶୀ ଝିଅଟିର ଏମିତି କାମ ଦେଖି ରାଗିଗଲେ Arunita Kanjilal, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ’ ନିଶ୍ଚୟ ଦେଖିଥିବେ । ଇଣ୍ଡିଆନ ଆଇଡଲ ସିଜନ ୧୨ର ବିଜେତା ହୋଇଛନ୍ତି ପବନ ଦୀପ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଅରୁଣିତା କାଞ୍ଜିଲାଲ । ଏହି ଦୁଇଜଣ ନିଜ ସୁନ୍ଦର କଣ୍ଠ ସ୍ଵରରେ ସମସ୍ତଙ୍କ ମନ ଜିତିଥିଲେ । ଏହି ଦୁଇଜଣଙ୍କ ଡୁୟେଟ କେମେଷ୍ଟ୍ରି ମଧ୍ୟ ବହୁତ ଭଲ ଥିଲା । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି ।

ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଲଭ ରିଲେସନ ସିପକୁ ନେଇ ମଧ୍ୟ ଅନେକ ଖବର ଆସୁଛି ହେଲେ ଏହି ଦୁଇଜଣ ସବୁବେଳେ ପରସ୍ପରର ଭଲ ବନ୍ଧୁ ଅଟନ୍ତି ବୋଲି ମିଡିଆ ସାମ୍ନାରେ କୁହନ୍ତି । ଇଣ୍ଡିଆନ ଆଇଡଲ ସିଜନ ୧୨ ବହୁତ ଦିନ ହେବ ଶେଷ ହୋଇସାରିଛି ହେଲେ ପବନ ଦୀପ ଓ ଅରୁଣିତା ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି ।

ଇଣ୍ଡିଆନ ଆଇଡଲ ସିଜନ ୧୨ ଶେଷ ହେବା ପରେ ପବନ ଦୀପ ଓ ଅରୁଣିତା ଅନେକ ସ୍ଟେଜ ସୋ ଏବଂ ମ୍ୟୁଜିକ ଭିଡିଓରେ କାମ କରିସାରିଛନ୍ତି । ତେବେ ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ମ୍ୟୁଜିକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ଅରୁଣିତା ଓ ପବନ ଦୀପଙ୍କ କେତେକ ଫ୍ୟାନ ପେଜରେ ସେୟାର କରାଯାଉଛି ଓ ଲୋକମାନେ ମଧ୍ୟ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅରୁଣିତା ଓ ପବନ ଦୀପଙ୍କ ଏହି ମ୍ୟୁଜିକ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମ୍ୟୁଜିକ ଭିଡିଓ ବିଷୟରେ । ଭାଇରାଲ ହେଉଥିବା ମ୍ୟୁଜିକ ଭିଡିଓରେ ଉଭୟ ଅରୁଣିତା ଓ ପବନ ଦୀପ ଏକା ସହ ସ୍ଟେଜ ଉପରେ କାମ କରୁଛନ୍ତି ।

ହେଲେ ସେହି ସମୟରେ ପବନ ଦୀପ ନିଜ କାନ୍ଧରୁ ଗିଟାର ବାହାର କରୁଛନ୍ତି କିନ୍ତୁ ଗିଟାରଟି ତାଙ୍କ କାନ୍ଧରେ ଅଟକି ଯାଉଛି ଯାହାଫଳରେ ଏକ ବିଦେଶ ଝିଅ ତାଙ୍କ ପାଖକୁ ଆସି ଗିଟାର ବାହାର କରୁଛି । ବନ୍ଧୁଗଣ ସେହି ସମୟରେ ଅରୁଣିତାଙ୍କ ନଜର ପବନ ଦୀପଙ୍କ ଉପରେ ପଡି ଯାଉଛି । ବିଦେଶୀ ଝିଅଟି ପବନ ଦୀପଙ୍କ ପାଖକୁ ଆସି ଯିବାରୁ ଅରୁଣିତା ତୁରନ୍ତ ପବନଙ୍କ ପାଖକୁ ଯାଉଛନ୍ତି ଓ ଗିଟାର ବାହାର କରୁଛନ୍ତି ।

ଏହି ଭିଡିଓରେ ପୁଣି ଥରେ ପବନ ଦୀପ ଓ ଅରୁଣିତାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି ଏବଂ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓଟିକୁ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପବନ ଦୀପ ଓ ଅରୁଣିତାଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *