ପିଲା ହେଉନି କି ? Infertility ସମସ୍ଯା ଓ ତାହାର ସମାଧାନ ! Dr Sini S Venugopal

ଯେତେବେଳେ ଗୋଟିଏ ଦମ୍ପତ୍ତି ବିବାହର ଏକ ବର୍ଷ ମଧ୍ୟରେ ନିଜର ସନ୍ତାନକୁ ଜନ୍ମ କରିବା ପାଇଁ ପ୍ଳାନ କରୁଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ସେମାନେ ଚାହିଁଲେ ବି ଗର୍ଭବତ୍ତୀ ହୋଇ ପାରୁ ନାହାନ୍ତି ତେବେ ଆପଣ କହି ପାରିବେ କି ବନ୍ଧ୍ୟା ଦୋଷ ଅଛି । ମହିଳା ବନ୍ଧ୍ୟା ଦୋଷରେ ବହୁତ କିଛି କାରଣ ଥାଏ । ସେଥି ମଧ୍ୟରୁ ଭାରତରେ ସବୁଠୁ ସାଧାରଣ ସମସ୍ୟା ହେଉଛି PCOD । ଏହା ଏକ ହାର୍ମୋନାଲ ଇନବାଲାନ୍ସ । ଯେଉଁଥିରେ ମହିଳାମାନଙ୍କ ଶରୀରରେ ସଠିକ ସମୟରେ ଡିମ୍ବାଣୁ ତିଆରି ହୁଏ ନାହିଁ ।

ଏଥିପାଇଁ ସେମାନଙ୍କର ପିରିୟଡ୍ସ ସଠିକ ସମୟରେ ହୁଏ ନାହିଁ । ଗର୍ଭବତ୍ତୀ ହେବାକୁ ଚାହିଁଲେ ବି ହୋଇ ନ ପାରିବା । ଆହୁରି ବହୁତ କାରଣ ଅଛି ବନ୍ଧ୍ୟା ଦୋଷର । କେତେକ ହାର୍ମୋନାଲ କାରଣ ବି ଥାଇପାରେ । ଯେମିତି କି ଥାଇରଡ ହରମୋନ୍ସ । କେତେକ ମହିଳାମାନଙ୍କ ଜନ୍ମ ଦୋଷ କାରଣରୁ ଗର୍ଭାଶୟ ସଠିକ ରୂପରେ ବିକସିତ ହୋଇ ନ ଥିବ । ଅନ୍ୟ କେତେକ ମହିଳାମାନଙ୍କ କ୍ଷେତ୍ରରେ ଯେତେବେଳେ ସେମାନେ ୧୪ – ୧୫ ବର୍ଷର ହୋଇଥିବେ ଓ ସେମାନଙ୍କୁ ଗର୍ଭାଶୟ ପାଖରେ କ୍ୟାନ୍ସର ହୋଇଛି ।

ଏହିଭଳି ସ୍ଥିତିରେ ଯଦି କେମୋ କିମ୍ବା ରେଡିଓ ଥେରାପି ନେଇଥିବେ ତେବେ ସେହି ରୋଗୀମାନଙ୍କ ଗର୍ଭାଶୟ ଡାମେଜ ହୋଇଯାଏ । ଭବିଷ୍ୟତରେ ସେମାନେ ଯେତେବେଳେ ଗର୍ଭବତ୍ତୀ ହେବାକୁ ଚାହିଁବେ ତେବେ ସେମାନଙ୍କୁ କଷ୍ଟ ହୋଇପାରେ । ଯେଉଁ ମହିଳାମାନଙ୍କର ଓଜନ ଅଧିକ ଅଛି ସେମାନଙ୍କ କ୍ଷେତ୍ରରେ ବି ଗର୍ଭବତ୍ତୀ ହେବା ବହୁତ କଷ୍ଟ ।

ଏହି କାରଣରୁ ସେମାନଙ୍କର ହର୍ମୋନାଲ ଇଂବାଲାନ୍ସ ହୋଇଯାଏ । ଏହି କାରଣରୁ ସଠିକ ସମୟରେ ପିରିୟଡ୍ସ ହବ ନାହିଁ କିମ୍ବା ଜଲ୍ଦି ଜଲ୍ଦି ପିରିୟଡ ହବ । ଅଧିକ ରକ୍ତ ସ୍ରାବ ହେବ । ନଚେତ କମ ବ୍ଲିଡିଙ୍ଗ ହବ । ଥାଇରଡ ସମସ୍ୟା, ପିସିଓଡ଼ି ଓ ଅଧିକ ଓଜନ ବଢିବା କାରଣରୁ ଓ ଖରାପ ଲାଇଫ ଷ୍ଟାଇଲ ବନ୍ଧ୍ୟା ଦୋଷର କାରଣ ହୋଇଥାଏ । ଖରାପ ଲାଇଫ ଷ୍ଟାଇଲ ଯେମିତି କି ସଠିକ ସମୟରେ ଖାଦ୍ୟ ନ ଖାଇବା, ବାହାର ଖାଦ୍ୟ ଅଧିକ ସେବନ କରିବା, ଅଧିକ ଟେନସନରେ ରହିବ, ରାତି ଅନିଦ୍ରା ହେବା କାରଣରୁ ବି ବନ୍ଧ୍ୟା ଦୋଷର ଚାନ୍ସ ବଢି ଯାଉଛି ।

ପୁରୁଷମାନଙ୍କ ବନ୍ଧ୍ୟା ଦୋଷ ବି ମହିଳାମାନଙ୍କ ଭଳି ବହୁତ କାରଣ ଅଛି । ପୁରୁଷମାନଙ୍କ ମୁଖ୍ୟତଃ ଧାତୁରେ ଶୂକ୍ରାଣୁ କମ ଥାଏ । ଶୂକ୍ରାଣୁ ନ ହେବା ପଛରେ ବି ବହୁତ କାରଣ ଥାଏ । ଶରୀରରେ ଶୂକ୍ରାଣୁ ତିଆରି ହେଉ ନାହିଁ । ନଚେତ ତିଆରି ହୋଇଛି କିନ୍ତୁ ସଠିକ ଜାଗାରେ ପହଞ୍ଚି ପାରୁ ନାହିଁ । ଶୂକ୍ରାଣୁ ତିଆରି ନ ହେବାର ବି ବହୁତ କାରଣ ଥାଏ । କେତେକ ଲୋକମାନଙ୍କର ଜନ୍ମଗତ ଦୋଷ ଥାଏ ।

ନଚେତ କେତେକ ପ୍ରକାର ଇନଫେକସନ ବି ଥାଇ ପାରେ । ହର୍ମୋନାଲ ଇଂବାଲାନ୍ସ, ଯେମିତି କି ଡାଏବେଟିସ, ଥାଇରଡ ସମସ୍ୟା ଥିଲେ ଏହା ଶୂକ୍ରାଣୁ ଉପରେ ପ୍ରଭାବ ପକାଇଥାଏ । ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *