ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ ତ କଣ ହୋଇଥାଏ ଏହାର ରହସ୍ୟ ? ଭଗବାନ ଦେଇଥାନ୍ତି କେଉଁ ସଙ୍କେତ !

ନମସ୍କାର ବନ୍ଧୁଗଣ ତେବେ ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା କଣ ରହସ୍ୟ ଅଛି I ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ଲୁହ ଆସିଥାଏ ଏବଂ କେତେ ଲୋକଙ୍କୁ ହାଇ ଆସିଥାଏ । ଏହା ସହିତ କିଛି ଲୋକଙ୍କୁ ଛିଙ୍କ ମଧ୍ୟ ଆସିଥାଏ ଏବଂ କିଛି ଲୋକଙ୍କୁ ଖରାପ ବିଚାର ମଧ୍ୟ ଆସିଥାଏ । ଆପଣଙ୍କ ସହ ଯଦି ଏହିପରି କିଛି ହେଉଥାଏ ତେବେ ଏହାର ରହସ୍ୟ କଣ ରହିଛି ଆସନ୍ତୁ ଜାଣିବା । ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ବ୍ରହ୍ମାଣ୍ଡ ପୂର୍ବରୁ ଖାଲି ଥିଲା ।

ଚାରିଆଡେ କେବଳ ଅନ୍ଧକାର ଥିଲା । ଏହାପରେ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହେଲା । ଯାହାଦ୍ୱାରା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଜାରେ ପୁର୍ଣ୍ଣ ହୋଇଗଲା । ଧୀରେ ଧୀରେ ଏହି ବ୍ରହ୍ମାଣ୍ଡରେ ଧାତୁ ,ପଦାର୍ଥ ନିର୍ମାଣ ହେଲା । ତେବେ ସେହି ପଦାର୍ଥ ମଧ୍ୟରେ ଜଳ, ଧାତୁ ,ବାୟୁ ,ଅ-ଗ୍ନି ପରି ଅନେକ ଜିନିଷ ନିର୍ମାଣ ହେଲl । ସେଥିପାଇଁ ଏହା ଜଣା ଯାଏ ଯେ ଏହି ସବୁ ପଦାର୍ଥରେ ଭଗବାନ ଶିବଙ୍କର ବାସ ରହୁଛି । ସମସ୍ତ ବ୍ରହ୍ମାଣ୍ଡର କୋଣ କୋଣରେ ଭଗବାନ ଶିବ ଅଛନ୍ତି ।

ଆପଣ ଯେତେବେଳେ ପୂଜା କରିବାକୁ ବସନ୍ତି ସେତେବେଳେ ଆପଣଙ୍କ ମନର ସମ୍ପର୍କ ଈଶ୍ୱରଙ୍କ ସଂଗେ ହୋଇଥାଏ । ସମସ୍ତ ପ୍ରକାର ସଜୀବ ଏବଂ ନିର୍ଜୀବ ବସ୍ତୁରେ ଈଶ୍ୱରଙ୍କ ବାସ ରହିଥାଏ । ସେଥିପାଇଁ ଆପଣଙ୍କ ଆତ୍ମା ଯେତେବେଳେ ଈଶ୍ୱରଙ୍କ ସଂଗେ ଯୋଡି ହୋଇଥାଏ ସେତେବେଳେ ଆପଣଙ୍କୁ ନିଶ୍ଚିତ ଭାବେ କିଛି ସଂକେତ ମିଳିଥାଏ । ତେବେ ଏହି ସଂକେତ ବହୁତ ସାଧାରଣ ହୋଇଥାଏ ସେଥିପାଇଁ ଆମେ ଏହାକୁ ଅଣଦେଖା କରିଥାଉ ।

ଫଳରେ ଆମେ ଈଶ୍ୱରଙ୍କ ସଂକେତକୁ ବୁଝିପାରୁ ନଥାଉ । ଯେତେବେଳେ ଆମେ ପୂଜା କରିଥାଉ ସେତେବେଳେ ଆମ ଚାରିପାଖ ସକରାତ୍ମକ ଉର୍ଜାରେ ପୁର୍ଣ୍ଣ ହୋଇଯାଏ । ସେଥିପାଇଁ ଆମକୁ ସେହି ସମୟରେ ସୁଖଶାନ୍ତିର ଅନୁଭବ ହୋଇଥାଏ ।

୧- ପ୍ରଥମ ରେ ହେଉଛି ଆଖିରୁ ଲୁହ ଆସିବା । ଯଦି ଆପଣ ଭଗବାନଙ୍କ ପୂଜା କରିବା ସମୟରେ ଅଚାନକ ଆଖିରୁ ଲୁହ ଆସିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ଅଟେ । ଆପଣଙ୍କ ଆତ୍ମା ସହ ଈଶ୍ୱରଙ୍କ ମିଳନ ହେଉଛି । ଏପରି ସମୟରେ ଆପଣଙ୍କ ଇଛା ଈଶ୍ୱର ନିଶ୍ଚିତ ପୁର୍ଣ୍ଣ କରିଥାନ୍ତି । ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି ଏବଂ ଈଶ୍ୱରଙ୍କୁ ପୂଜା କରିବାରେ ଲାଗିପଡନ୍ତି କିନ୍ତୁ ଲୁହ ଆସିବା ସମୟ ହେଉଛି ସବୁଠାରୁ ଶୁଭ ସମୟ ଯେଉଁସମୟରେ ଆପଣ ଭଗବାନଙ୍କୁ କିଛି ବି ମାଗିପାରନ୍ତି । ଯେତେବେଳେ ଆପଣଙ୍କ ଆଖିରେ ପୂଜା କରିବା ସମୟରେ ଲୁହ ଆସିଥାଏ ସେ ସମୟରେ ଆପଣ ଭଗବାନଙ୍କୁ ନିଜର ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।


୨- ଦ୍ଵିତୀୟ ରେ ହେଉଛି ଜଳା ଯାଇଥିବା ଦ୍ବୀପର ତେଜ ଅଧିକ ବଢିବା । ଅଗ୍ନି ପଂଚତତ୍ୱ ମଧ୍ୟରୁ ଏହା ଏକ ଅନ୍ୟତମ ଅଟେ । ଯଦି ଆପଣ ପୂଜା କରିବା ସମୟରେ ଦ୍ବୀପର ଉଜ୍ବଳତା ବଢିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ହୋଇଥାଏ । ଏହି ସମୟରେ ଆମକୁ ଈଶ୍ୱରଙ୍କ ପ୍ରାର୍ଥନା କରିବା ଉଚିତ ଏବଂ ନିଜର ଇଛା ପ୍ରକାଶ କରିବା ଉଚିତ ।


୩- ତୃତୀୟ ରେ ହେଉଛି ଫୁଲ ପଡିବା । ଯଦି ଆପଣ ଭଗବାନଙ୍କୁ ଫୁଲ ଚଢାଇଛନ୍ତି ଏବଂ ତାହା ପୂଜା ସମୟରେ ଆପଣଙ୍କ ପାଖେ ପଡିଲା ତେବେ ଏହାର ଅର୍ଥ ଆପଣଙ୍କ ଆରଧନାକୁ ଭଗବାନ ସ୍ୱୀକାର କରିଛନ୍ତି । ଏହା ସହ ଘର ପାଖକୁ ଗାଈ ଆସିବ । ଭଗବାନ ଶିବଙ୍କ ପୂଜା ସମୟରେ ଘର ପାଖକୁ ଗାଈ ଆସିଲେ ତାହା ଶୁଭ ସଂକେତ ଜଣାଯାଏ ।

Leave a Reply

Your email address will not be published. Required fields are marked *