ରାଜ୍ୟରେ ବଢୁଥିବା Omicron ସଂକ୍ରମଣକୁ ନଜରରେ ରଖି ଏହି ତାରିଖରୁ ବନ୍ଦ ହେବ ସମସ୍ତ School, ବଢିଲା ନାଇଟ କର୍ଫ୍ଯୁ ସମୟ !

ବନ୍ଧୁଗଣ, ରାଜ୍ୟରେ ସଂକ୍ରମଣ ବଢୁଛି ତାସହ କଟକଣା ମଧ୍ୟ ବଢ଼ା ଯାଇଛି । ନାଇଟ କର୍ଫ୍ୟୁ ସମୟ ସୀମା ବଢ଼ିଛି । ରାଜ୍ୟର ସମସ୍ତ ସହରାଞ୍ଚଳ ରେ ନାଇଟ କର୍ଫ୍ୟୁ ରାତି ୯ଟା ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗିବ । ଏବଂ ଆସନ୍ତା ୭ ତାରିଖ ସକାଳରୁ ଫେବୃଆରୀ ୧ ତାରିଖ ଯାଏଁ ଲାଗୁ ହେବ ଏହି ନୂଆ କଟକଣା । ରାଜ୍ୟରେ ସ୍କୁଲ କଲେଜରେ ଦ୍ଵାଦଶ ଶ୍ରେଣୀ ଯାଏଁ କ୍ଲାସ ବନ୍ଦ ରହିବ । କେବଳ ୮ ତାରିଖ ଯାଏଁ ୧୦ମ ଶ୍ରେଣୀର ଆସେସମେଣ୍ଟ ପରୀକ୍ଷା ଚାଲିବ ।

କିନ୍ତୁ ଅନଲାଇନ ମାଧ୍ୟମରେ ପାଠପଢା ଚାଲୁ ରହିବ । ଯେମିତି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋରନା ଯୁଦ୍ଧ ବେଳେ ଜୀବିକା ପ୍ରତି ସଜାଗ ରହିବାକୁ ଅଛି । ଏହାକୁ ଆଖି ଆଗରେ ରଖି ଅତି ବେଶୀ କଟକଣା ଜାରି ହୋଇନାହିଁ । ପୂର୍ବରୁ ରାଜ୍ୟରେ ଯେଉଁ  ନାଇଟ କର୍ଫ୍ୟୁ ସହରାଞ୍ଚଳ ରେ ଥିଲା ରାତି ୧୦ ଟା ପର ଠାରୁ ତାହା ଏବେ ୧୦ ଟା ପରିବର୍ତ୍ତେ ରାତି ୯ଟା ପର ଠାରୁ ଲାଗୁ ବ୍ୟବସ୍ଥା ହେବ ।

ନାଇଟ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ଛଡା ଆଉ କିଛି ଆଲାଓ ନାହିଁ । ସେହିପରି କଟକଣା ମଧ୍ୟ ଜାରି ରହିବ । ଏହି ସମୟରେ ମଲ, ମାର୍କେଟ, ସପିଙ୍ଗ  କମ୍ପ୍ଲେକ୍ସ ଆଦି ରାତି ୯ ଟା ଯାଏ ଖୋଲା ରହିବ । ୯ ଟା ପରଠାରୁ ସବୁକିଛି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ କିଛି ଜାଗାରେ ମ୍ୟାଟ୍ରିକ ର ଆସେସମେଣ୍ଟ ପରୀକ୍ଷା ଚାଲୁ ରହିଛି । ସମସ୍ତ ସ୍କୁଲ କଲେଜରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ କ୍ଲାସ ବନ୍ଦ ରହିବ ।

କିନ୍ତୁ ଆସେସମେଣ୍ଟ ପରୀକ୍ଷା ୮ ତାରିଖ ଯାଏଁ ଚାଲୁ ରହିବ । ସ୍କୁଲ ବନ୍ଦ ରହିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଅନଲାଇନ କିମ୍ବା ଭିଡିଓ ଯୋଗେ ଓ ଅନ୍ୟ ମେଥଡରେ ଅନଲାଇନ୍ ପାଠ ଜାରି ରଖିବେ । ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପଢୁଥିବା  ପିଲାମାନଙ୍କ ପାଇଁ ତାଙ୍କର ଅଭିଭାବକଙ୍କ ସହ ଆଲୋଚନା କରି ତାଙ୍କର ପରାମର୍ଶ କ୍ରମେ ଛୋଟ ଛୋଟ ବ୍ୟାଚରେ ଡାଉଟ କ୍ଲିଅରିଙ୍ଗ କ୍ଲାସ ମଧ୍ୟ କରିପାରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ସଙ୍କଟ ସମୟରେ ସାବଧାନତା ର ସହିତ ସମସ୍ତ ନିୟମ କୁ ମାନି ଚଳନ୍ତୁ । କାରଣ ନିଜ ସୁରକ୍ଷା ନିଜ ହାତରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *