ରିସର୍ଚ ପରେ ବୈଜ୍ଞାନିକମାନେ ଦେଲେ ଖୁସି ଖବର ! ଅଭିଶାପ ନୁହେଁ ଆଶୀର୍ବାଦ ହେବ Omicron

ବନ୍ଧୁଗଣ, କୁହାଯାଉଛି କି ମାନବ ଜାତି ପାଇଁ ଅଭିଶାପ ନୁହେଁ ଆଶୀର୍ବାଦ ଭାବରେ ଆସିଥାଇ ପରେ ଓମିକ୍ରନ । ଏହା ହିଁ ସହାୟକ ହେବ ବିଶ୍ଵ ମହାମାରୀର ଅନ୍ତ ଘଟାଇ ବାରେ । ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଓମିକ୍ରନ ଭାରିଏଣ୍ଟ ଏକ ପ୍ରାକୃତିକ ଭ୍ୟାକ ଭଳି । ଯାହାକି ଏହି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମହାମାରୀକୁ ସମାପ୍ତ କରିପାରିବ । ଆମେରିକାର ୟାଲେ ୟୁନିଭରସିଟି ରେ ହୋଇଥିବା ରିସର୍ଚ୍ଚ ମୁତାବକ ଡେଲଟା ଭାରିଏଣ୍ଟ ତୁଳନାରେ ଓମିକ୍ରନରେ ଅଧିକ ମ୍ୟୁଟେସନ ହୋଇଛି ।

ମ୍ୟୁଟେସନର ଅର୍ଥ ଭାଇରସ ନିଜର ରୂପ ବା ସ୍ଵଭାବ ବଦଳାଇବା । ମ୍ୟୁଟେସନ କେତେବେଳେ ଭାଇରସକୁ କମ ପ୍ରଭାବ କରିଥାଏ କିମ୍ବା କେତେବେଳେ ଅଧିକ ପ୍ରଭାବ କରିଥାଏ । ୨୦୨୦ ଓ ୨୦୨୧ ରେ  କରୋନାରେ ଯେତେ ବି ମ୍ୟୁଟେସନ ହୋଇଛି ତାହା ଭାଇରସ କୁ ଅଧିକ ଭୟଙ୍କର ଓ ମାରାତ୍ମକ କରିଦେଇଥିଲା । ତେଣୁ ଓମିକ୍ରନ ଏହି ତୁଳନାରେ ବ୍ୟତିକ୍ରମ ସାବ୍ୟସ୍ତ ହୋଇପାରେ ।

ଡେଲଟା ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ ହୋଇଥବାରୁ ତ୍ୱରିତ ବେଗରେ ଏହା ମହାମାରୀକୁ ଶେଷ କରିବାରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି । ଓମିକ୍ରନ ଯେତେ ଦ୍ରୁତ ବେଗରେ ବ୍ୟାପିବ ସେତେ ଶୀଘ୍ର ଏହା ଡେଲଟା ଭ୍ୟାରିଆଣ୍ଟ ର ସ୍ଥାନ ନେବ । ଏବଂ ଏହାଯୋଗୁଁ ମହାମାରୀର ଅନ୍ଥ ଘଟିବ ବୋଲି କୁହାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା କୋରନା ମହାମାରୀର ଅନ୍ତ ହୋଇପାରେ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ପୂର୍ବରୁ ଆଶା ପ୍ରକଟ କରିସାରିଛି ।

ମହାମାରୀ କୁ ରୋକିବା ପାଇଁ ଭ୍ୟାକସିନ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଥିବା ବେଳେ ବିକଶିତ ଦେଶମାନେ ନିଜ ଭ୍ୟାକସିନ ଅନ୍ୟ ଦେଶକୁ ଯୋଗାଇଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି WHO ର ମୁଖ୍ୟ କହିଛନ୍ତି । ଯଦି ଓମିକ୍ରନ ସବୁ ଦେଶ ଭଳି ଆମ ଦେଶରେ ବଢିଲା ତେବେ ସମ୍ଭବତଃ ଆମ ଦେହରେ ଯେଉଁ ଇମ୍ମୁନିଟୀ ବଢିବ ତାହା କୋରୋନା ମହାମାରୀ କୁ ରୋକିବାରେ ସହାୟକ ହେବ ।

ଏହି ଓମିକ୍ରନ କିଛି କ୍ଷତି ପହଞ୍ଚାଇବ ନାହିଁ ବୋଲି ଆଶା କରାଯାଉଛି । ଅନ୍ୟ ଏକ ପଟେ ଓମିକ୍ରନ କୁ ନେଇ କିଛି ବିଶେଷଜ୍ଞଙ୍କ ମତ ଭିନ୍ନ । ତାଙ୍କ ମତରେ ଓମିକ୍ରନ ଏକ ପ୍ରାକୃତିକ ଭ୍ୟାକସିନ ନୁହେଁ ଏହା ଏକ ଭାଇରସ । ଏହାକୁ ପ୍ରାକୃତିକ ଭ୍ୟାକସିନ ବୋଲି ଭାବିବା ବଡ ଭୁଲ ହେବ ବୋଲି ସେମାନେ  ଚେତାଇ ଦେଇଛନ୍ତି । ଦେଶରେ ପୁଣି କରୋନା ସଂଖ୍ୟା ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ, ୩୭ ହଜାର ୩୭୯ ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି ।

ନାଳନ୍ଦା ମେଡିକାଲ କଲେଜରେ ଆଜି ଆଉ ୭୨ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଟିଆଲା ମେଡିକାଲ କଲେଜରେ ଶତାଧିକ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ସେ ଟ୍ୱୀଟ କରି ସୂଚନା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢିବା ପରେ ସପ୍ତାହନ୍ତ ସଟ ଡାଉନ୍ ଘୋଷଣା କରାଯାଇଛି ।

ୱାକ ଫ୍ରମ ହୋମରେ ଚାଲିବ ସମସ୍ତ ସରକାରୀ ଅଫିସ । ଏବଂ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ୍ । ଏଣୁ ଆପଣ ମାନେ ସତର୍କ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *