ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଭାଇରାଲ ହେଉଥିବା ଭିଡିଓରେ କାଣ୍ଡ ବୋବାଳି ପଡୁଛି ଆଉ ଭେଣ୍ଡିଆ ପୁଅର ଶବ ଯାଉଛି । ଏ ଦୃଶ୍ୟ ଏତେ କଷ୍ଟଦାୟକ ଯେ ଏହାକୁ ଶବ୍ଦରେ କହିବା ଆମ ପାଇଁ ସମ୍ଭବ ନୁହେଁ ।
ଏ ଦୃଶ୍ୟକୁ ଆପଣ ଭଲ ଭାବରେ ଦେଖନ୍ତୁ ଭେଣ୍ଡିଆ ପୁଅକୁ ହରାଇ କେମିତି ମୁଣ୍ଡ ବାଡେଇ କାନ୍ଦୁଛି ମା । କାରଣ ପୁଅ ସେନାରେ ଯୋଗ ଦେଇ ଭାରତର ସେବା କରିବା ପାଇଁ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲା ଆଜି ସେହି ସେବାରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କରିଦେଲା । ଆଉ ଏହି ଦୁଃଖରୁ କିଏ ବା ବଞ୍ଚି ପାରିବ । ବାଲେଶ୍ଵର ଜିଲ୍ଲା ସୌର ଥାନା ଦୈନିକ ପୁରର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ ମହାନ୍ତି ସେନାରେ ଯୋଗ ଦେବା ପାଇଁ ନିଜକୁ ଏମିତି ଢଙ୍ଗରେ ପ୍ରସ୍ତୁତ କରୁଥିଲା ।
କେତେବେଳେ ଅଣ୍ଟାରେ ଟାୟାର ବାନ୍ଧି ପଡିଆରେ ଦଉଡି ଥିଲା ତ ପୁଣି କେତେବେଳେ ପାଣି ଭିତରେ ପହଁରା ସହ ବାୟାମ କରୁଥିଲେ । ଲକ୍ଷ ଥିଲା କେବଳ ଦେଶର ସେବା କରିବା । ସେଥିପାଇଁ ତ ଏମିତି ହାଡ ଭଙ୍ଗା ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଧନଞ୍ଜୟ । ହେଲେ ଯେତେବେଳେ ଜାଣିଲେ ସେ ଆର୍ମିରେ ଭର୍ତ୍ତି ହୋଇପାରିବେ ନାହିଁ ସେତେବେଳେ ନିଜ ଶୋଇବା ଘରେ ଧନଞ୍ଜୟ ଆତ୍ମହତ୍ୟା କରିଦେଲେ । ଆଉ ଏ ସେହି ସମୟର ଦୃଶ୍ୟ ।
ସେନାରେ ଭର୍ତ୍ତି ହେବା ପାଇଁ ଧନଞ୍ଜୟ ଗତ ବର୍ଷ ଫିଜିକାଲ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ପାସ ହେବା ପରେ ସେ ମେଡିକାଲ ଟେଷ୍ଟରେ ବି ପାସ ହେଲେ । ହେଲେ ରିଟିନ ଟେଷ୍ଟରେ ବାରମ୍ବାର ତାରିଖ ବଦଳିବାରୁ ପରୀକ୍ଷା ଦେଇ ପାରି ନଥିଲେ ଧନଞ୍ଜୟ । ହେଲେ ଏବେ କେନ୍ଦ୍ର ସରକାର ଅଗ୍ନିପଥ ନିୟମ ଲଗାଇବାରୁ ଧନଞ୍ଜୟକୁ ଲାଗିଥିଲା ଝଟକା ।
21 ବର୍ଷ ସେନାରେ ଭର୍ତ୍ତି ହେବାର ନିୟମ ହେବା ବେଳେ ଧନଞ୍ଜୟକୁ 22 ବର୍ଷ ହୋଇସାରିଛି । ତେଣୁ ସେ ସେନାରେ ସାମିଲ ହୋଇପାରିବେ ନାହିଁ ବୋଲି ଜାଣିବା ପରେ ଆତ୍ମହତ୍ୟା କରିଦେଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।