ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣି ଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ବଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅମିର ଖାନ । ଅମିର ଖାନ ବର୍ଷକୁ ଗୋଟିଏ ଫିଲ୍ମ ଆଣନ୍ତି ହେଲେ ସୋସିଆଲ ମିଡିଆରେ କିଛି ନା କିଛି କାରଣ ହେତୁ ଚର୍ଚାରେ ରୁହନ୍ତି ।
ଅମିର ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆଜି ଆମେ ଆପଣ ମାନଙ୍କୁ ଅମିର ଖାନ ଓ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ସହ ଜଡିତ ଏକ ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଗୋଟେ ସମୟରେ ଅମିରଙ୍କ ପାଇଁ ଦିବ୍ୟା ବାଥୃମ ଭିତରେ ଘଣ୍ଟା ଘଣ୍ଟା ଧରି କାନ୍ଦି ଥିଲେ । ଏହି ଘଟଣାଟି ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଡର’ ସମୟରେ ଘଟିଥିଲା । ଏହି ଫିଲ୍ମରେ ପ୍ରଥମେ ଅମିର ଖାନ ଓ ବଲିଉଡ ଅଭିନେତ୍ରୀ ଜୁହୀ ଚାବଲା ନଜର ଆସିଥାନ୍ତେ ହେଲେ ମେକର୍ଷ ମାନେ ଏହି ଫିଲ୍ମ ପାଇଁ ଦିବ୍ୟା ଭାରତୀଙ୍କୁ ବାଛି ଥିଲେ । କିନ୍ତୁ ବଲିଉଡ ଅଭିନେତା ଅମିର ଖାନ ଦିବ୍ୟାଙ୍କୁ ଏହି ଫିଲ୍ମରୁ ବାହାର କରିଦେଇଥିଲେ ଓ ଜୁହୀଙ୍କୁ ଏହି ଫିଲ୍ମର ଅଫର ଦେଇଥିଲେ ।
ଦିବ୍ୟା ଭାରତ ଏହି ଘଟଣା ବିଷୟରେ କହିଥିଲେ ଯେ’ଲଣ୍ଡନରେ ଏକ ସୋରେ ସେ କିଛି ଭୁଲ କରିଦେଲେ ହେଲେ ସେହି ସମୟରେ ସେ ନିଜ ଭୁଲ ସୁଧାରୀ ଥିଲେ । ହେଲେ ଏହି ଭୁଲ ବିଷୟରେ ଅମିର ଖାନ ଜାଣି ଦେଲେ । ସେହି ସମୟରେ ଅମିର ମୋ ସହ ପରଫର୍ମ ନକରି ଜୁହୀଙ୍କ ସହ କରିବେ ବୋଲି କହିଥିଲେ’ । ବନ୍ଧୁଗଣ କୁହା ଯାଏ ଦିବ୍ୟା ଭାରତୀଙ୍କ ଦ୍ଵାରା ଏକ ଡ୍ୟାନ୍ସ ସ୍ଟେପ ଭୁଲ ହୋଇଯାଇଥିଲା ।
ଅମିର ଦିବ୍ୟାଙ୍କ ସହ ପରଫର୍ମ କରିବାକୁ ମନା କରିଦେବାରୁ ସଲମାନ ଖାନ ଆସି ତାଙ୍କ ସହ ପରଫର୍ମ କରିଥିଲେ । ଅମିରଙ୍କ ଏଭଳି ବ୍ୟବହାରକୁ ଦେଖି ଦିବ୍ୟା ବହୁତ ଦୁଃଖିତ ହୋଇଥିଲେ । ସେ ଅମିରଙ୍କ ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବାଥୃମରେ କାନ୍ଦି ଥିଲେ । ଏହା ବିଷୟରେ ଦିବ୍ୟା ନିଜେ ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।